ବିଜେପି ପ୍ରାର୍ଥିଙ୍କ ପାଇଁ ହରିସଂପୁରରେ ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନ |

672

କଟକ(ଉତ୍କଳ ନିଉଜ)୧୫/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନବ ଗଠିତ ହରିସଂପୁର ପଞ୍ଚାୟତରେ ଚାଲିଛି ଦମଦାର ପ୍ରଚାର । ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଭୋଟରଙ୍କୁ ବେହାଲ କରିଛି । ଗତ ନିର୍ବାଚନରେ ବିଜେଡି ପଞ୍ଚାୟତକୁ ଦଖଲ କରିଥିଲା ବେଳେ ପୁଣି ଥରେ ଚୌକି ମାଡି ବସିବାକୁ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ବିଜେଡି ହାତରୁ ଚୌକି ଛଡେଇବା ପାଇଁ ବିଜେପି ମଧ୍ୟ ସବୁ ରଣକୌଣଳ ପ୍ରୟୋଗ କରୁଛି । ଉଭୟ ପ୍ରାର୍ଥି ଦମଦାର ମାଇକ୍ ପ୍ରଚାର ସାଙ୍ଗକୁ ପଦଯାତ୍ରା, ଶୋଭାଯାତ୍ରା, ଡୋର କେମ୍ପେନକୁ ଗୁରୁତ୍ୱ ଦେଉଛନ୍ତି । ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ପାଇଁ ଚାନ୍ଦବାଲି ବିଧାୟକ ପ୍ରଚାରକ କରିଥିବା ବେଳେ ଆଜି ବିଜେପି ପ୍ରାର୍ଥିଙ୍କ ପାଇଁ ଷ୍ଟାର କେମ୍ପନର ପିଙ୍କି ପ୍ରଧାନଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ପ୍ରଚାର କରିଛନ୍ତି ।

ବିଜେପି ଗୀତର ତାଳେତାଳେ ଶହଶହ ସମର୍ଥକ ମତୁଆଲା ହୋଇ ବିଭିନ୍ନ ଗାଁ ଗଣ୍ଡା ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ସମର୍ଥିତ ସରପଞ୍ଚ ପ୍ରାର୍ଥି ଅଜୟ ମହାନ୍ତି ଓ ସମିତି ସଭ୍ୟ ପ୍ରାର୍ଥି ଧିରେନ ସାହୁ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥି ଲାଲମୋହନ ଦାସ ସାମିଲ ହୋଇଥିଲେ । ପଞ୍ଚାୟତ ପ୍ରଭାରୀ ସଂଗ୍ରାମ ମହାନ୍ତିଙ୍କ ନେତୃତ୍ୱରେ ସୁବୋଧ ନାୟକ, ଗଙ୍ଗାଧର ପରିହାରୀ, ପାକୁଲୁ ତ୍ରିପାଠୀ, ଗରିବ ସାହାଜୀ, ଭରତ ଦାସ, ରମେଶ ମହାନ୍ତି, ମୁଥୁନ ସାହାଜୀ, ମୁନା ଦାସ, ବିଜୟ କର, ଅମର କର, ବାସୁଆ ସୂତାର, ମକରା ଜେନା, ତପନ ବେହେରା, ବିଚିତ୍ର ରାଉତ, ଦେବାଂଶୁ କର, ଧନେଶ୍ୱର ଦାସ, ସେକ୍ ସମିର, ମୁର୍ସିଦ ସାହାଜୀ, ପତିତ ଜେନା, ସମିର ପାଣିଗ୍ରାହୀ, ପ୍ରକାଶ ପାଢୀ, ବିଷ୍ଣୁମୋହନ ପାଢୀ, ଚନ୍ଦା ସାହାଜୀ, ଶ୍ରୀଧର ବିଶ୍ୱାଳ, ଶକ୍ତିଧର ବେହେରା, ଜଗନ୍ନାଥ କର, ନିଳମଣି ପରିଡା ଓ ସଞ୍ଜୟ ଜେନା ପ୍ରମୁଖ ପ୍ରଚାରରେ ସାମିଲ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |