କାଁପଡାରେ ବିଦ୍ୟୁତଲତାଙ୍କ ଦମଦାର ପ୍ରଚାର |

266

କଟକ(ଉତ୍କଳ ନିଉଜ)୧୫/୦୨/୨୦୨୨ :ଭଦ୍ରକ ଜିଲ୍ଲା ୭ ନମ୍ବର ଜୋନ ପାଇଁ ବିଜେଡି ପ୍ରାର୍ଥିଭାବେ ପ୍ରତିଦ୍ୱନ୍ଦିତା କରୁଥିବା ତିହିଡି ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ କାଁପଡାରେ ଦମଦାର ପ୍ରଚାର କରିଛନ୍ତି । ଅନୁସୂଚିତ ଜାତି ବର୍ଗର ଏହି ପଞ୍ଚାୟତକୁ ଅଧିକ ପ୍ରାଧ୍ୟାନ୍ୟ ଦେଇ ସେ ଲୋକଙ୍କର ନିକଟତର ହେବାକୁ ଜୋରଦାର ପ୍ରୟାସ କରିଛନ୍ତି । ସେ ବ୍ଲକ ଅଧ୍ୟକ୍ଷା ଥିବା ସମୟରେ ଏହି ପଞ୍ଚାୟତକୁ ବିଶେଷ ଗୁରୁତ୍ୱ ଦେଇଥିବା ବେଳେ ଚଳିତ ନିର୍ବାଚନରେ ସେ ବିଜୟୀ ହେଲେ ପଞ୍ଚାୟତର ଆହୁରି ବହୁବିଧ ବିକାଶ କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଉଛନ୍ତି । ଜଣେ ଜିଲ୍ଲା ସ୍ତରୀୟ ସୁଦକ୍ଷା ନାରୀନେତ୍ରୀ ଭାବେ କେବଳ କାଁପଡା ପଞ୍ଚାୟତରେ ନୁହେଁ ବରଂ ସମଗ୍ର ବ୍ଲକ ଓ ଜିଲ୍ଲାରେ ବେଶ ପରିଚୟ ରହିଛି । ତାଙ୍କର ବ୍ୟକ୍ତିତ୍ୱ ଓ କାର୍ଯ୍ୟ କରିବାର ଦକ୍ଷତା ତାଙ୍କୁ ରାଜନୀତିର ଶିର୍ଷରେ ପହଁଞ୍ଚାଇଥିବା ସମର୍ଥକମାନଙ୍କ ଠାରି ବାରି ହୋଇଛି । ରାଜ୍ୟ ସରକାର ଏବଂ ସରକାରଙ୍କ ସମସ୍ତ ନେତା ମନ୍ତ୍ରୀ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି । ସମସ୍ତଙ୍କ ସୁଖ ଦୁଃଖରେ ଆମେ ସାଥି ହୋଇ ରହୁଛୁ । ହେଲେ ନିର୍ବାଚନ ଆସିଲେ ବିରୋଧିମାନେ ଲୋକଙ୍କ ନିକଟକୁ ଆସନ୍ତି ଏବଂ ହାତି ଦେବୁ ଘୋଡା ଦେବୁ କହି ଭୋଟ ନେଇଥାନ୍ତି । ନିର୍ବାଚନ ସରିଲେ କାଶିଆ କିଏ ନା କପିଆ କିଏ ସେମାନଙ୍କ ଦର୍ଶନ ମିଳେନା ।

ସେମାନଙ୍କ କଥା ପ୍ରଲୋଭିତ ନହୋଇ ବିଜେଡିର ବିକାଶ ମୁଳକ କାର୍ଯ୍ୟ ଓ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ଫଳ ଆମ ପାଖକୁ ଭୋଟରେ ରୂପାନ୍ତରିତ ହୋଇ ଆସିବ ବୋଲି ଦୃଢ ବିଶ୍ୱାସ ଥିବା ସେ କାଁପଡାବିନ୍ଧାରେ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ କୁନ୍ତଳା ମଳିକ ଓ ସମିତି ସଭ୍ୟା ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ସହ ପ୍ରଚାର ମୈଦାନରେ ସାମିଲ ହୋଇଥିଲେ । ପୂର୍ବତନ ସମିିତି ସଭ୍ୟ ରଘୁନାଥ ମଳିକ, ଲାମମୋହନ ମଳିକ, ସୁରେଶ ମଳିକ, ବାବାଜୀ ଦାସ, ଉଦୟ ଦାସ, ନାରାୟଣ ମଳିକ, ସୁରେଶ ମଳିକ, ଆନନ୍ଦ ମଳିକ, କାଳନ୍ଦି ମଳିକ, ସୋମନାଥ ମଳିକ, ଶ୍ରୀକାନ୍ତ ମଳିକ, ଶରତ ମଳିକ, ସରୋଜ ଦାସ, ନରେନ୍ଦ୍ର ମଳିକ, ରମେଶ ମଳିକ, ଉଗ୍ରସେନ ମଳିକ, ଅନାଦି ଦାସ, ଉତ୍ତମ ଦାସ, ଅପରାଜିତା ମଳିକ, ଦୁଃଖି ମଳିକ, ଗୋପାଳଚନ୍ଦ୍ର ଦାସ, ରାଜକିଶୋର ଦାସ, ସୁବାଶ ଦାସ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିବା ବେଳେ କାଳନ୍ଦି ଦାସ, କୁଳମଣି ମଳିକ, ରାଜକିଶୋର ଦାସଙ୍କ ସମେତ କେତେକ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |