ଦୌଲତପୁରରେ ତିନି ବିଜେପି କର୍ମୀଙ୍କୁ ନିଲମ୍ବନ ପ୍ରସଙ୍ଗ, ଦଳୀୟ ପ୍ରାର୍ଥିଙ୍କୁ ବିକାଶ ମଞ୍ଚର ରଣହୁଙ୍କାର।

540

କଟକ(ଉତ୍କଳ ନିଉଜ )୧୪/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତରେ ଏକସଂଗେ ତିନି ଜଣ କର୍ମୀଙ୍କୁ ବିଜେପି ପକ୍ଷରୁ ବହିଷ୍କାର କରାଯାଇଥିବା ପ୍ରସଙ୍ଗରେ ସୋମବାର ପୂର୍ବାହ୍ନରେ ଏହି କର୍ମୀମାନେ ସେମାନଙ୍କର ସମର୍ଥିକ ମାନଙ୍କ ସହିତ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଜୟରାମ ମୁଦୁଲି, ସୁବାଶ ଚନ୍ଦ୍ର ମୁଦୁଲି ଓ ରାମଚନ୍ଦ୍ର ଦାସଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟରେ ପୃଷ୍ଟା ବିମଣ୍ଡିତ ହୋଇଛି ଯାହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିବା ସହ ଦିର୍ଘ ଦିନ ଧରି ଦଳରେ ରହି ଦଳକୁ ମଜବୁତ୍ କରି ରଖିଥିବା ଏବଂ ପ୍ରାର୍ôଥଭାବେ ଆଶାୟୀ ଥିଲେ ମଧ୍ୟ ଜଣେ ନବାଗତ ତଥା ଆମଦାନୀ ନେତାଙ୍କୁ ଦଳୀୟ ସମର୍ଥନ ମିଳିଥିବାରୁ ସେମାନେ ବିକାଶ ମଞ୍ଚ ନାଆଁରେ ମୈଦାନରେ ଉଭା ହୋଇଥିବା କହିଛନ୍ତି । ଯେଉଁ କର୍ମୀ ବିଜେଡିରେ ବିଭିନ୍ନ ଦୂର୍ନୀତିରେ ସାମିଲ ହୋଇଥିବା ଏବଂ ପୀରହାଟରେ ବହୁ ଚର୍ଚ୍ଚିତ ମଦ ମୃତ୍ୟୁ ଘଟଣାରେ ଜଡିତ ଥିବା ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥି ପାଇଁ ସମର୍ଥନ ଦେଇଥିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି । ଏହା ଫଳରେ ଦଳର ଭୋଟ ହାର ବୃଦ୍ଧି ପାଇବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦଳ ପକ୍ଷରୁ ଅଗଣତାନ୍ତ୍ରିକ ଭାବେ ସେମାନଙ୍କୁ ବହିଷ୍କାର କରାଯାଇଥିବା କହିବା ସହିତ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥିମାନଙ୍କର କୌଣସି ଦଳୀୟ ଚିହ୍ନ ନଥାଏ ବୋଲି କହିଛନ୍ତି । ଆମଦାନୀ ନେତାଙ୍କୁ ସେମାନେ ସମର୍ଥନ ଦେଇ ପାରିବେ ନାହିଁ ଏବଂ ସମର୍ଥକମାନଙ୍କ ନିକଟରେ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ଭିକ୍ଷା କରି ପାରିବେ ନାହିଁ ଯାହାକୁ ନେଇ ସେମାନେ ସ୍ୱାଧିନ ଭାବେ ପ୍ରାର୍ଥି ହୋଇଛନ୍ତି । ଯାହାକୁ ନେଇ ବିଜେପି ଭୟଭିତ ହୋଇଥିବା ଏବଂ ଦଳୀୟ ଭୋଟ ଉପରେ ଭରଷା ନଥିବାରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଛି ।

ଏହି ପଞ୍ଚାୟତରେ ବିକାଶ ମଞ୍ଚରେ ସରପଞ୍ଚ ପ୍ରାର୍ଥୀ ଭାବେ ସୁବାସ ମୁଦୁଲି ଓ ରାମଚନ୍ଦ୍ର ଦାସଙ୍କ ପତ୍ନୀ ଶକୁନ୍ତଳା ବାରିକ ସମିତି ସଭ୍ୟା ପ୍ରାର୍ଥୀନୀ ହୋଇଛନ୍ତି । ନିଜର ସମର୍ଥକମାନଙ୍କ ଭୋଟରେ ଆଶାନୁରୁପ ସଫଳତା ହାସଲ କରିବେ ବୋଲି ଆଶାବାଦି ଅଛନ୍ତି । ପଞ୍ଚାୟତରେ ସେମାନଙ୍କ ପ୍ରତି ଥିବା ଜନ ସମର୍ଥନକୁ ଦଳ ସହ୍ୟ କରିନପାରି ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ଏହାଦ୍ୱାରା ବିଜେପି ଜିଲ୍ଲା ପରିଷଦ ଭୋଟ ଉପରେ ଅଙ୍କୁଶ ଲଗାଯିବ ବୋଲି ମଧ୍ୟ କୁହାଯାଇଛି । ଜୟରାମ ମୁଦୁଲିଙ୍କ ପୌରୋହିତ୍ୟରେ ସୁବାସ ମୁଦୁଲି, ରାମଚନ୍ଦ୍ର ଦାସ, ସୁଧାରଞ୍ଜନ ମହାନ୍ତି, ବାଇଧର ମୁଦୁଲି, ସୁବାସ ବାରିକ, ବିଜୟ ବାରିକ, ଦିଲୀପ ମହାନ୍ତି, ରତିକାନ୍ତ ସାହୁ, ଭାଗିରଥି ସେଠୀ, ମମତା ମୁଦୁଲି, ଦୀପକ ମହାନ୍ତି, ବାବୁ ଓଝା, କାଳନ୍ଦୀ ମହାଳିକ, ପ୍ରାଣବନ୍ଧୁ ମିଶ୍ର, ବଂଶୀଧର ଜେନା, ମୁନା ମହାନ୍ତି, ବିନୋଦ ବାରିକ, ପ୍ରମିଳା ସାହୁ ଓ ମମତା ମୁଦୁଲି ପ୍ରମୁଖ ଉକ୍ତ ସମ୍ମିଳନୀରେ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |