ନୟାନନ୍ଦକୁ ପୁଣି ହାତେଇବା ଲକ୍ଷ୍ୟରେ ବିଜେଡି |

675

କଟକ(ଉତ୍କଳ ନିଉଜ )୧୩/୦୨/୨୦୨୨ : ନବଗଠିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ନୟାନନ୍ଦ ପଞ୍ଚାୟତକୁ ବିଜେଡି ପୁଣି ଥରେ ଅକ୍ତିଆର କରିବାକୁ ଯୋରଦାର ପ୍ରୟାସ କରିଛି । ରବିବାର ଏକ ଧମାକାପୂର୍ଣ୍ଣ ପ୍ରଚାର ଶୋଭାଯାତ୍ରା ବାହାରି ସମଗ୍ର ପଞ୍ଚାୟତ ପରିକ୍ରମା କରିଥିଲା । ପ୍ରଚାର ଗୀତ ଓ ବ୍ୟାଣ୍ଡ ବାଜାର ତାଳେତାଳେ ସମର୍ଥକ ଓ କର୍ମୀମାନେ ମତୁଆଲା ସାଜି ଭୋଟରଙ୍କୁ ଆକୃଷ୍ଠ କରୁଥିଲେ । ବିରୋଧିଙ୍କୁ ଉଚିତ୍ ଜବାବ ଦେବା ସହିତ ବହୁ ଭୋଟରେ ବିଜୟୀ ହେବେ ବୋଲି ବେଶ ଆଶା ପ୍ରକଟ କରିଛନ୍ତି । ନବଗଠିତ ପଞ୍ଚାୟତକୁ ଆହୁରି କ୍ରିୟାଶୀଳ ତଥା ବିକଶିତ କରିବା ପାଇଁ ପୁଣି ଥରେ ଲୋକଙ୍କ ଆଶିର୍ବାଦ କାମନା କରିଛନ୍ତି ।

ବିଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ବହୁ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରି କରାଯାଇଛି । କେତେକ ଅଧୁରା ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ସରପଞ୍ଚ ଶୁସାନ୍ତ ମଳିକଙ୍କ ଧର୍ମପତ୍ନୀ ନିରୁପମା ମଳିକ ସରପଞ୍ଚ ପ୍ରାର୍ଥିଭାବେ ଓ ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ଚ୍ଚନା ନାୟକ ସମିତି ସଭ୍ୟା ପ୍ରାର୍ଥିଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜିର ଏହି ପ୍ରଚାର ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ ନେତା ବସନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ପ୍ରାର୍ଥି ରୁଜାତା ପଣ୍ଡା, ପୂର୍ବତନ ସମବାୟ ସମତି ସଭାପତି ସୁଧନ୍ୱା ନାୟକ, ଅମର ମଳିକ, ଅଶୋକ ମହାପାତ୍ର, ତାପସ ଦାସ, ନୀଳମଣି ସାହୁ, ଓମ୍ ପ୍ରକାଶ ପାଣିଗ୍ରାହୀ, ଗୋପାଳ ଦାସ, କୈଳାଶ ପତି, ମନମୋହନ ସାହୁ, ଉପେନ୍ଦ୍ର ସାହୁ, ଦିଲୀପ ପଣ୍ଡା, ଗଜେନ୍ଦ୍ର ଜେନା, ଶକୁନ୍ତଳା ଜେନା, ଶକୁନ୍ତଳା ସେଠୀ, ଅନ୍ନପୂର୍ଣ୍ଣା ମଳିକ, ସଂଜୁଲତା ମହାଳିକ, ରୁନା ମହାଳିକ, ଉର୍ବସୀ ପୃଷ୍ଟି, ଜୟନ୍ତୀ ଦାସ, କ୍ଷୀରଲତା ମଳିକ, ରଶ୍ମିତା ସାହୁ, କବିତା ମଳିକ, କବିତା ମହାପାତ୍ର, ସୁମତୀ ଦାସ, ସୋନାଲି ପାଣିଗ୍ରାହୀ, ବେବି ମହାଳିକ ଓ ସୁଭଦ୍ରା ମହାଳିକ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରେ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |