ବାବୁଧାମ ଟ୍ରଷ୍ଟ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ |

1082

କଟକ(ଉତ୍କଳ ନିଉଜ )୧୩/୦୨/୨୦୨୨ : ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟ ଓ ତାର ସମାଧାନ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀର ବାବୁଧାମ ଟ୍ରଷ୍ଟ ପକ୍ଷରୁ ରବିବାର ପୂର୍ବାହ୍ନରେ ତିହିଡି ବ୍ଳକ ନେସ୍କୋ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ମହିଳା ଓ ଯୁବତୀ ମାନେ ଯୋଗଦେଇଥିଲେ । ତିହିଡି ବ୍ଲକ ସଂଯୋଜକ କାର୍ତ୍ତୀକ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଚକ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବାବୁଧାମ ଟ୍ରଷ୍ଟର ରାଜ୍ୟ ସଂଯୋଜକ ଆର୍ଯ୍ୟବ୍ରତ ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ତ୍ରିପାଠୀ, ଜିଲ୍ଲା ସଂଯୋଜକ ସୁକାନ୍ତ କୁମାର ଜେନା, ସମାଜସେବୀ ଜୟଚନ୍ଦ୍ର ପତି, ଭରତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ କରିବା ସହ ସେମାନେ କିପରି ମାଗଣା ଓ ସ୍ୱଳ୍ପ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ଟ୍ରଷ୍ଟରେ ସଦସ୍ୟ ହେଉଥିବା ମହିଳାଙ୍କୁ ବର୍ଷକ ପାଇଁ ସାନିଟାରୀ ନାପ୍‌କିନ୍ ଯୋଗାଇ ଦେବା ସହ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଔଷଧ ପ୍ରଦାନ ଓ ଅନ୍ୟାନ୍ୟ ରୋଗ ପାଇଁ ଆବଶ୍ୟକ ହେଉଥିବା ଔଷଧକୁ ଅଧା ଦାମରେ ଯୋଗାଇ ଦିଆଯାଉଥିବା କହିଥିଲେ । ଯେଉଁ ମହିଳାମାନେ ଅସ୍ତ୍ରୋପଚାର ଜରିଆରେ ପିଲା ଜନ୍ମ କରୁଛନ୍ତି ସେମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ନର୍ମାଲ ଡେଲିଭରି କରୁଥିବା ମହିଳାଙ୍କୁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ମହିଳାଙ୍କ ପାଇଁ ଫ୍ରି ହେଲ୍‌ଥ କ୍ୟମ୍ପ ଜରିଆରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ଏହି ଟ୍ରଷ୍ଟ ପଞ୍ଚାୟତ ସ୍ତରରେ ଛୋଟ ପିଲା ନୀରକ୍ଷର ଓ ବୟସ୍କ ମାନଙ୍କୁ ପାଠ ପଢ଼ାଇବା ଓ ମହିଳା ମାନଙ୍କ ସମସ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରିବା କ୍ଷେତ୍ରରେ ପଞ୍ଚାୟତ ସ୍ତରରେ ମହିଳା ମାନଙ୍କୁ ନିଯୁକ୍ତି ଦେଉଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକ ସଂଯୋଜିକା ମନୋରମା ମହାରଣା, ଭଦ୍ରକ ବ୍ଲକର ଉର୍ମିବାଳା ସାହୁ, ବାସଦେବପୁର ବ୍ଲକର ସରୋଜ ବାରିକ, ଆରତୀ ମହାନ୍ତି, ବନଲତା ସାହୁ, ମିନତୀ ସେଠୀ, ଲକ୍ଷ୍ମୀପ୍ରିୟା ନାୟକ, ସରସ୍ୱତୀ ମହାଳିକ, ଦିବ୍ୟା ନାୟକ, ମମତା ପତି, ଚିତ୍ରାଲତା ନାୟକ, ସତ୍ୟଭାମା ପାଢୀ, ଶସ୍ମିତା ନାୟକ, ସୁମି ନାୟକ, ଅନିତା ମୁଦୁଲି, ପ୍ରିୟଦର୍ଶନୀ ଜେନା, କବିତା ସାହୁ, ସୁଜାତା ନାୟକ, ମଧୁସ୍ମିତା ସାହୁ ଓ ପ୍ରଜ୍ଞା ପରମିତା ସାମଲ ପ୍ରମୁଖ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ । ତିହିଡିରେ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |