ମହରମପୁରରେ ବିଜେଡିର ଦମଦାର ପ୍ରଚାର, ଶିକ୍ଷା ଓ ପରିମଳ ବ୍ୟବସ୍ଥାକୁ ମୁଦ୍ଦା କରି ଭୋଟରଙ୍କ ମନ ଜିତୁଛନ୍ତି |

273

କଟକ(ଉତ୍କଳ ନିଉଜ )୧୩/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଳକ ଅଧିନ ମହରମପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ପ୍ରଚାର ଏବେ ସରଗରମ ହୋଇଛି । ପଞ୍ଚାୟତରେ ବିଜେଡି ସମର୍ôଥତ ପ୍ରାର୍ଥୀଙ୍କ ସହ ଦଳୀୟ ବିଦ୍ରୋହୀ ପ୍ରାର୍ଥୀ, ବିଜେପି ସମର୍ଥିତ ଓ ବିଦ୍ରୋହୀ ପ୍ରାର୍ଥୀ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଓ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ନେଇ ପ୍ରଚାର ପ୍ରସାର କରୁଥିବା ବେଳେ ମୁଖ୍ୟତ ବିଜେଡି ସମର୍ଥିତ ଓ ବିଦ୍ରୋହୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବାର ସମ୍ଭାବନା ଦେଖାଦେଇଛି । ମହରମପୁର ପଞ୍ଚାୟତ ଗଠନ ହେବା ପରଠାରୁ ପ୍ରଥମେ ୨୦୦୨ ମସିହାରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨୦୦୭ରେ କଂଗ୍ରେସ, ୨୦୧୨ ରେ ବିଜେଡି ଓ ୨୦୧୭ ରେ ବିଜେପି ସମର୍ôଥତ ସରପଞ୍ଚ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡି ଗୌରୀ ଶଙ୍କର ବେହାର ଓ ଧର୍ମାନନ୍ଦ ବେହେରାଙ୍କୁ ଦଳୀୟ ସମର୍ôଥତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହି ପ୍ରାର୍ଥୀଙ୍କୁ ବିରୋଧ କରି ଦଳର ଏକ ବଡ ଗୋଷ୍ଠି ତାଙ୍କ ବିରୋଧରେ ବିଦ୍ରୋହୀ ସରପଞ୍ଚ ପ୍ରାର୍ଥୀ ଭାବେ ତାପସ ବେହେରା ଓ ସମିତିସଭ୍ୟ ପ୍ରାର୍ôଥ ଭାବେ ରତିକାନ୍ତ ମହାଳିକଙ୍କୁ ପ୍ରାର୍ଥର୍ୀ କରାଇଛି । ଯାହାକୁ ନେଇ ବିଜେଡି ଭୋଟ ଏବେ ଦୁଇ ଭାଗ ହୋଇଯାଇଛି । ଅନ୍ୟପଟେ ବିଜେପରି ମଧ୍ୟ ସମାନ ଅବସ୍ତା ଦେଖାଦେଇଛି । ୨ ଜଣ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀ କହି ମଇଦାନରେ ଉଭା ହୋଇଥିବାରୁ ବିଜେପି ସମର୍ଥକମାନେ ଅଡୁଆରେ ପଡି ଯାଇଛନ୍ତି । ବିଜେଡି କନ୍ଦଳରୁ ବିଜେପି ସମର୍ଥିତ ପ୍ରାର୍ଥୀ ଫାଇଦା ନେବା ପରିବର୍ତ୍ତେ ବିବାଦରେ ଛନ୍ଦି ହୋଇ ବହୁ ପଛରେ ପଡିଯାଇଛି ।

ମୁଖ୍ୟତ ବିଜେଡି ସମର୍ôଥତ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବା ସମ୍ଭାବନା ଦେଖାଦେଇଛି । ରବିବାର ପୂର୍ବାହ୍ନରେ ବିଜେଡର ଏକ ବିଶାଳ ପଦଯାତ୍ରା ତରାଶୁଣି ଥାନପତିଙ୍କ ଠାରୁ ବାହାରି କନ୍ଦପୁର, ରାଣୀପୁର ଆଦି ଗ୍ରାମ ପରିକ୍ରମା କରିଥିଲା । ଜିଲ୍ଲା ପରିଷଦ ପ୍ରାର୍ôଥନୀ ସୁମତୀ ସେଠୀ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ନାଏବ ସରପଞ୍ଚ ପ୍ରଦୀପ ନାୟକ, ପଞ୍ଚାୟତ ସଭାପତି ଶରତ ରାଉତ, ତ୍ରିଲୋଚନ ମଳିକ, ପ୍ରଦୀପ ଯେନା, ଭରତ ସେଠୀ, ବିଜୟ ମଳିକ, ନିରଞ୍ଜନ ନାୟକ, ଜ୍ଞାନରଞ୍ଜନ ନାୟକ, ଧୁଷାସନ ମଳିକ, କୈଳାସ ନାୟକ, ପ୍ରମୋଦ ସେଠୀ,ମନୋରଞ୍ଜନ ପଷୁପାଳକ ପିତବାସ ସେଠୀ ପ୍ରମୁଖ ସମର୍ଥକ ପଚାରରେ ସାମିଲ ହୋଇଥିଲେ । ପଞ୍ଚାୟତର ବିକାଶ ଧାରାକୁ ତ୍ୱରାନ୍ୱି୍‌ତ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ସହିତ ରାସ୍ତା ଘାଟ, ପାନୀୟଜଳ ଓ ସରକାରୀ ଯୋଜନାକୁ ସଠିକ୍ ଭାବେ ବିନିଯୋଗ କରିବାକୁ ସେ ପ୍ରାଧାନ୍ୟ ଦେବେ ବୋଲି ପ୍ରତିଶ୍‌ୃତି ଦେଇଛନ୍ତି । ସଂଧ୍ୟାରେ ନନ୍ଦପୁର ବଜାରରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ସଭାପତି ରଘୁନାଥ ପଣ୍ଡା ଅତିଥିଭାବେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ପଞ୍ଚାୟତ ଦଖଲ କରିବାକୁ ପରାମର୍ଶ ଦେଇଥିଲେ । ତିହିଡିରେ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |