ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ପ୍ରଚାର |

280

କଟକ(ଉତ୍କଳ ନିଉଜ )୧୨/୦୨/୨୦୨୨ : କରୋନା କଟକଣାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ୯ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେପି ପ୍ରାର୍ଥି ନିଜର ପ୍ରଚାର ଚଳାଇଛନ୍ତି । ନିରାଡମ୍ବର ଭାବେ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କୁ ସାଥିରେ ଧରି ଘରକୁ ଘର ବୁଲି ଭୋଟ ପାଇଁ ନିବେଦନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ତାର ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବା ସହ ସେ ବିଜୟୀ ହେଲେ ଲୋକଙ୍କୁ ଅଧିକରୁ ଅଧିକ ସେବା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଉଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗୋବିନ୍ଦପୁର, ବାରସର, ଦୌଲତପୁର, ବାମନବିନ୍ଧା, ହରସିଂପୁର, ସାହାପୁର, ଜାମଯୋଡି, ରାଜନଗର ଓ ନରେନ୍ଦ୍ରପୁର ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେଉଛି । ଏହି ନିର୍ବାଚନ ମଣ୍ଡଳୀର ଦୁଇ ନେତା ବିଧାୟକ ଡ. ବ୍ୟୋମକେଶ ରାୟ ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପାଇଁ ସମ୍ମାନର ବିଷୟ ହୋଇଛି । ଗତ ନିର୍ବାଚନରେ ଏହି ଜୋନକୁ ବିଜେଡି ଅକ୍ତିଆର କରିଥିବା ବେଳେ ଚଳିତ ନିର୍ବାଚନରେ ଉଭୟ ଦଳ ଜୋନ୍ ଅକ୍ତିଆର ପାଇଁ ସମସ୍ତ ରଣ କୌଶଳ ପ୍ରୟୋଗ କରୁଛନ୍ତି । ଶନିବାର ପୂର୍ବାହ୍ନରେ ରାଜନଗର ପଞ୍ଚାୟତ ଅଧିନ ସାମନ୍ତରାୟପୁରରେ ବିଜେପି ପ୍ରାର୍ଥି ଲାଲମୋହନ ଦାସଙ୍କ ସହ ଭାଗିରଥି ବଳ, ଅଲେଖ ସେଠୀ, ପ୍ରଫୁଲ ନାୟକ, ଅଶୋକ ମଲ୍ଲିକ, ଶଶିକାନ୍ତି ନାୟକ, ମୁକ୍ତିକାନ୍ତ ନାୟକ, କାଳନ୍ଦି ବେହେରା, ସଦାନନ୍ଦ ବିଶ୍ୱାଳ, ଗୌରହରି ସେଠୀ, ବିଜୟ ନାୟକ, ସୁବାଶ ଜେନା, ରବିନ୍ଦ୍ର ଜେନା ଓ ପ୍ରଫୁଲ ମଲ୍ଲିକ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।