ନରେନ୍ଦ୍ରପୁରକୁ ପୁଣି ଦଖଲ ପାଇଁ ବିଜେଡି ପ୍ରସ୍ତୁତ |

290

କଟକ(ଉତ୍କଳ ନିଉଜ )୧୨/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତକୁ ପୁଣି ଦଖଲ କରିବା ପାଇଁ ବିଜେଡି ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ଯାହା ପଞ୍ଚାୟତବାସୀଙ୍କ ପାଇଁ ଫାଇଦାମାନ ହୋଇଛି । ବିଶେଷକରି ୨୦୧୭ ମସିହାରେ ନବଗଠିତ ଏହି ପଞ୍ଚାୟତରେ ବିଗତ ୫ ବର୍ଷ ମଧ୍ୟରେ ବହୁବିଧ ଉନ୍ନତି ସାଧିତ ହୋଇଛି । ବିଧାୟକଙ୍କ ଉଦ୍ୟମରେ ମାଣିପୁରରୁ ସନାତନ ମଠ ଓ ପାଟଣମଙ୍ଗଳା ପୀଠରୁ ବରଦା ପର୍ଯ୍ୟନ୍ତ ଦୁଇଟି ରାସ୍ତା ସଂପ୍ରସାରଣ କରାଯାଇଛି । ଚାଷୀ କ୍ଷେତକୁ ଯିବାପାଇଁ ବିଭିନ୍ନ ନାଳ ଓ କେନାଲରେ ଫୁଟ୍ ବ୍ରିଜ୍‌, ଜଳସେଚନ ପାଇଁ ଚେକ୍ ଡ୍ୟାମ, ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ମିଶନ ଶକ୍ତି ଗୃହ ଭଳି ବହୁବିଧ ବିକାଶ କରାଯାଇଛି । ବାକିଥିବା ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଶନିବାର ପୂର୍ବାହ୍ନରେ ନରେନ୍ଦ୍ରପୁର ଗାଁର ପ୍ରଚାର ମୈଦାନରେ ପ୍ରାର୍ଥିମାନେ ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥି ଅମୁଲ୍ୟ ମାଝୀ, ସମର୍ଥିତ ସରପଞ୍ଚ ପ୍ରାର୍ଥି ସଞ୍ଜୁଲତା ବେହେରା ଓ ସମିତି ସଭ୍ୟ ପ୍ରାର୍ଥି ଧଳଙ୍କ ସହ ଉଜ୍ଜଳ ନାୟକ, ପ୍ରତାପ ବିଶ୍ୱାଳ, ପ୍ରଶାନ୍ତ ଧଳ, ଦୀପକ ଲେଙ୍କା, ମହେଶ୍ୱର ଲେଙ୍କା, ଅମର ନାୟକ, ରବିନ୍ଦ୍ର ପରିଡା, ରେବତୀ ସ୍ୱାଇଁ, ବାସନ୍ତୀ ଧଳ, ଉର୍ମିଳା ନାୟକ, ରବିନ୍ଦ୍ର ପଣ୍ଡା, ସୁଲୋଚନା ମହାଳିକ, ପ୍ରଭାତି ମହାଳିକ, ଜଗବନ୍ଧୁ ଧନୀ, ବଜ୍ରନାରାୟଣ ବେହେରା, ଶୁକଦେବ ମାଝୀ, ସୁଶାନ୍ତ ନାୟକ, ରମାକାନ୍ତ ବିଶ୍ୱାଳ, ଉଜ୍ଜଳ ବେହେରା ପ୍ରମୁଖ ପ୍ରଚାରରେ ସାମିଲ ହୋଇ ପ୍ରାର୍ଥିଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।

୧୧ଟି ୱାର୍ଡ ଓ ୩ ହଜାର ୭ ଶହ ଭୋଟରଙ୍କୁ ନେଇ ଗଠିତ ଏହି ପଞ୍ଚାୟତକୁ ଗତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥି ସୁବାଶ ସେଠୀ ୭ ଶହରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ଦଖଲ କରିଥିଲେ । ତେବେ ଏଥର ତାହା ଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିମାନେ ବିଜୟୀ ହେବେ ବୋଲି ଜିଲ୍ଲା ପରିଷଦ ପ୍ରାର୍ଥି ଅମୁୁଲ୍ୟ ସେଠୀ ଦୃଢକ୍ତାର ସହ କହିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥି ସହ ବିଜେପି ସମର୍ଥିତ ପ୍ରାର୍ଥି ଦିପ୍ତିମୟୀ ନାୟକ, କଂଗ୍ରେସ ସମର୍ଥିତ ପ୍ରାର୍ଥି ରଞ୍ଜିତା ବାରିକ ମୈଦାନରେ ଅଛନ୍ତି । ତେବେ ଭୋଟର ପୂର୍ବ ବର୍ଷର ଫଳ ଦୋହାରାଇବାକୁ ଚାହୁଁଛନ୍ତି କି ପରିବର୍ତ୍ତନ ଚାହୁଁଛନ୍ତି ତାହା ଫଳାଫଳ ଜଣା ପଡିବ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।