ମୁକୁନ୍ଦପୁର ଗଡ ଦଖଲ କରିବାକୁ ବିଜେଡିର ଭରପୁର ପ୍ରୟାସ |

630

କଟକ(ଉତ୍କଳ ନୀଳକ )୧୧/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ସଂପ୍ରତି ଚର୍ଚ୍ଚାରେ । ଏହି ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ସହିତ ବିଜେପି ଓ ବିଜେଡିର ଏକ ବିଦ୍ରୋହୀ ଗୋଷ୍ଠି ଉଭା ହୋଇଛନ୍ତି । ତେବେ ଖ୍ୟାତି ସମ୍ପନ୍ନ ଏହି ପଞ୍ଚାୟତକୁ ଦଖଲ କରିବାକୁ ବିଜେଡି ଭରପୁର ପ୍ରୟାସ କରୁଥିବା ବେଳେ ବିଦ୍ରୋହୀ ଓ ବିଜେପି ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଗତ ନିର୍ବାଚନରେ ପଞ୍ଚାୟତରେ ମଧ୍ୟ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହୋଇଥିଲା । ଗୋଟିଏ ପଟେ ବିଜେଡି ପ୍ରାର୍ଥିଙ୍କୁ ବିରୋଧ କରି ସ୍ୱାଧିନ ପ୍ରାର୍ଥି ଓ ବିଜେପି ମଧ୍ୟରେ କାଣ୍ଟେକି ଟକ୍କର ହୋଇଥିଲା । ସେଥିରେ ସ୍ୱାଧିନ ପ୍ରାର୍ଥି କିର୍ତ୍ତନ ରାଉତ ବିଜୟର ମୁକୁଟ ପିନ୍ଧିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇ ପଞ୍ଚାୟତର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ଚଳିତ ନିର୍ବାଚନରେ ପଞ୍ଚାୟତରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଅନୁସୂଚିତ ଜାତିର ଜଣେ ମହିଳା ମମତା ମହାଳିକଙ୍କୁ ସରପଞ୍ଚ ପ୍ରାର୍ଥି ଓ ବିଜୟ ମହାଳିକଙ୍କୁ ସମିତି ସଭ୍ୟ ପ୍ରାର୍ଥିଭାବେ ମୈଦାନରେ ଅବତୀର୍ଣ୍ଣ କରାଇଛନ୍ତି ।

ପଞ୍ଚାୟତରେ ଗତ ୫ ବର୍ଷ ମଧ୍ୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ସେ ଲୋକଙ୍କ ନିକଟକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ପଞ୍ଚାୟତରେ କାର୍ଯ୍ୟକାରୀ କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ପ୍ରଯୁଜ୍ୟ ସମସ୍ତ ଯୋଜନାକୁ ସଠିକଭାବେ ରୂପାୟନ କରାଯାଇଥିବା ସେ ଲୋକଙ୍କ ନିକଟରେ ପହଂଚାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତ ଓ ଏବର ବାସୁଦେବପୁର ବିଧାୟକଙ୍କ ଉଦ୍ୟମରେ ଏହି ପଞ୍ଚାୟତର ବହୁବିଧ ଉନ୍ନତି ସାଧିତ ହୋଇଛି । ଗମନାଗମନର ସୁବିଧା ସହିତ କୃଷି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା, ଆଲୋକିକରଣ, ସ୍କୁଲ ଗୁଡିକର ନବୀକରଣ, ଶ୍ମଶାନ ଘାଟ, ଆଦର୍ଶ ପୋଖରୀ, ପଞ୍ଚାୟତ ଗୃହ ନବୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପରେ ଏହି ପଞ୍ଚାୟତକୁ ସାମିଲ କରିବା, ମନ୍ଦିରଗୁଡିର ପୂନଃରୁଦ୍ଧାର କରିବା କ୍ଷେତ୍ରରେ ଏହି ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହଛି । ଦଳୀୟ ପ୍ରାର୍ଥି ବିଜୟୀ ହେଲେ ଆଗାମି ୫ ବର୍ଷରେ ବାକିଥିବା କାର୍ଯ୍ୟକୁ ପୁରା କରାଯିବ ବୋଲି ପ୍ରତିଶୃତି ଦିଆଯାଉଛି । ସରପଞ୍ଚ କିର୍ତ୍ତନ ରାଉତଙ୍କ ନେତୃତ୍ୱରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ନିତ ହେଉଅଛି । ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ବସନ୍ତ ପତି, ପଞ୍ଚାୟତ ସଭାପତି ଗଣେଶ ନାୟକ, ହିମାଦ୍ରୀ ରାଉତରାୟ, ସର୍ବେଶ୍ୱର ବେହେରା, ଧର୍ମପଦ ଗ୍ରହାଚାର୍ଯ୍ୟ, ସହଦେବ ଦଳେଇ, ବାବାଜୀ ଚରଣ ବେହେରା, ରମାକାନ୍ତ ମହାଳିକ, ସନ୍ତୋଷ ଦାସ, ଭରତ ମହାଳିକ, ଦୟାନିଧି ମହାଳିକ, ପ୍ରମୋଦ କୁଣ୍ଡ, ସଶ୍ମିତା ବେହେରା, ବୁଧିରାମ କୁଣ୍ଡ, ଭାଗିରଥି ସାହୁ, ରତ୍ନାକର ପାଣିଗ୍ରାହୀ, ମନୋରଞ୍ଜନ ବେହେରା, ମୋହନ ସେଠୀ, ରାଜକିଶୋର ମହାଳିକ, ପ୍ରଫୁଲ ପଣ୍ଡା, ଭୀମ ପଣ୍ଡା, ନିନି ଦଳେଇ, ଜ୍ୟୋତିକୃପା ଭୂଆଁ, ଝରଣା ରାଉତ, ଇତିଶ୍ରୀ ରାଉତ, ଶୁଭଶ୍ରୀ ରାଉତ, ସେବତୀ ନାୟକ, ସରସ୍ୱତୀ ଜେନା, ଅନିଲ ନାୟକ, କମଳାକାନ୍ତ ନାଥ ପ୍ରମୁଖ ପ୍ରଚାର ମଙ୍ଗ ଧରିଛନ୍ତି । ଏହି ତ୍ରିମୁଖି ପ୍ରତିଦ୍ୱନ୍ଦିତା ମଧ୍ୟରେ କିଏ ବାଜିାମତ୍ କରି ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଲେ ପଞ୍ଚାୟତ ଦଖଲ କରିବାକୁ ଆଶାବାଦି ବୋଲି ସରପଞ୍ଚ କିର୍ତ୍ତନ ରାଉତ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।