ଦୌଲତପୁର ଓ ହରସିଂପୁର ପଞ୍ଚାୟତରେ ବିଧାୟକଙ୍କ ମାରାଥନ୍ ପ୍ରଚାର |

285

କଟକ(ଉତ୍କଳ ନୀଳକ )୧୧/୦୨/୨୦୨୨ : ନିର୍ବାଚନ ପାଇଁ ପ୍ରଚାର ମୈଦାନ ଏବେ ସରଗରମ ହୋଇଛି । ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ବିଧାୟକ ଓ ଷ୍ଟାର ପ୍ରଚାରକମାନେ ଆସି ବିଭିନ୍ନ ପଞ୍ଚାୟତରେ ପ୍ରଚାରରେ ସାମିଲ ହେଲେଣି । ଏହି ବିଧାୟକ ଓ ଷ୍ଟାର ପ୍ରଚାରକଙ୍କ ପାଇଁ ଦଳୀୟ କର୍ମୀଙ୍କ ସହ ସାଧାରଣ ଦେଖଣାହାରିଙ୍କ ଭିଡ ମଧ୍ୟ ଖୁବ୍ ଜମୁଛି । ଖାଲି ଶୋଭାଯାତ୍ରା କି ପଦଯାତ୍ରା ନୁହେଁ ବରଂ ଖୋଲା ଗାଡିରେ ପ୍ରାର୍ଥିଙ୍କ ସହ ଗାଁ ଗଣ୍ଡା ବୁଲି ସମର୍ଥନ ସାଉଁଣ୍ଟୁଛନ୍ତି । ଶୁକ୍ରବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଦୌଲତପୁର ଓ ହରିସିଂପୁର ପଞ୍ଚାୟତରେ ଏହି ହାଇଭୋଲଟେଜ ପ୍ରଚାର ଓ ରୋଡ୍ ଶୋ ଦେଖିବାକୁ ମିଳିଛି । ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଓ ବିଜେଡି ରାଜ୍ୟ ମହିଳା ସମ୍ପାଦିକା ତଥା ଷ୍ଟାର ପ୍ରଚାରକ ଏଲିନା ଦାସ ପ୍ରାର୍ଥିଙ୍କୁ ଧରି ପ୍ରଚାରରେ ସାମିଲ ହୋଇଥିଲେ । ପୂର୍ବାହ୍ନରେ ଦୌଲତପୁର ପଞ୍ଚାୟତ ବାସନ୍ତୀ ପଡିଆରୁ ଏହି ଶୋଭାଯାତ୍ରା ବାହାରି ପଞ୍ଚାୟତର ସମସ୍ତ ଗାଁ ଗଣ୍ଡା ପରିକ୍ରମା କରିଥିଲା । ଜିଲ୍ଲା ପରିଷଦ ପ୍ରାର୍ଥି ଅମୁଲ୍ୟ କୁମାର ମାଝୀ, ସମର୍ଥିତ ସରପଞ୍ଚ ପ୍ରାର୍ଥି ପ୍ରଭାତ ମିଶ୍ର ଓ ସମିତି ସଭ୍ୟା ପ୍ରାର୍ଥିନୀ ସଂଘମିତ୍ରା ମୋହିନୀ ଏକ ଖୋଲା ଗାଡିରେ ଶହଶହ ସମର୍ଥକଙ୍କ ଗହଣରେ ଦଳୀୟ ସଂଗୀତର ତାଳେତାଳେ ସାରା ପଞ୍ଚାୟତ ମନ ମୋହିଥିଲେ । ପ୍ରାର୍ଥି ଓ ବିଧାୟକଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ତେବେ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତକୁ ବିଧାୟକ ଡ.ରାୟ ଏକ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରି ପ୍ରାର୍ଥିଙ୍କୁ ବିଜୟ ମୁକୁଟ ପିନ୍ଧାଇବା ସହିତ ତାଙ୍କ ସମ୍ମାନ ରଖିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଏଠାରେ ସୂଚନା ଥାଉକି, ଏହି ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କୁ ବିରୋଧ କରି ଏକ ବିଦ୍ରୋହୀ ଗୋଷ୍ଠି ପ୍ରାର୍ଥି ଦେଇଛି ।

ତେବେ କେତେକ ହାତଗଣତି ଛାମୁଆ ନେତା ବିଧାୟକଙ୍କୁ ଦ୍ୱନ୍ଦରେ ପକାଇବା ଲାଗି ଉଦ୍ୟମ କରିବା ସହିତ ଭୋଟ ଏପାଖ ସେପାଖ କରିବା ପାଇଁ ପ୍ରୟାସ କରିଥିଲେ । ପ୍ରାର୍ଥିଙ୍କୁ ଜିତାଇ ଏହାର କଡ୍ଡା ଜବାବ ଦେବାଲାଗି ବିଧାୟକ ଡ.ରାୟ ଏପରି ଉଦ୍ୟମ କରିଥିବା ବେଶ ବାରି ହୋଇଛି । ବରିଷ୍ଠ ନେତା ବୈଲୋଚନ ନାୟକ, ହରିଶ୍ଚନ୍ଦ୍ର ବାରିକ, ସରପଞ୍ଚ ସୁବାଶିନୀ ନାୟକ, ସମିତି ସଭ୍ୟ ବାବୁରାମ ବାରିକ, ପାର୍ଥସାରଥି ନାୟକ, ବଂଶୀଧର ସ୍ୱାଇଁ, ଉଗ୍ରସେନ ନାୟକ, ପୂର୍ଣ୍ଣଚନ୍ଦ୍ର ଓଝା, ରଞ୍ଜନ ବାରିକ, ପଞ୍ଚାନନ ଦାସ, ରମ୍ୟରଞ୍ଜନ ବଳ, ରାଜେନ୍ଦ୍ର ମହାନ୍ତି, ବିଜୟ ବାରିକ, ବିଜୟ ଦାସ, ମହେଶ୍ୱର ବେହେରା, ପ୍ରହ୍ଲାଦ ବାରିକ, ପ୍ରଶାନ୍ତ ଜେନା, ଜଗବନ୍ଧୁ ମହାନ୍ତି, ପ୍ରଫୁଲ ବେହେରା, ବିଜୟଲକ୍ଷ୍ମୀ ନାୟକ, ବନସ୍ମିତା ପାଢୀ, ଦିପ୍ତିରେଖା ମହାନ୍ତି, ବନଶ୍ରୀ ଭୋଇ, ଭାରତୀ ଦାସ, ନମି ବେହେରା, ରାଧାରାଣୀ ନାୟକ ପ୍ରମୁଖ ବିପୁଳ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ । ସେହିପରି ଅପରାହ୍ନରେ ହରସିଂପୁର ପଞ୍ଚାୟତରେ ବିଧାୟକ ଡ.ରାୟ ଷ୍ଟାର ପ୍ରଚାରକ ଏନିଲା ଦାସ ଓ ଜିଲ୍ଲା ପରିଷଦ ପ୍ରାର୍ଥି ଅମୁଲ୍ୟ ଦାସଙ୍କ ପ୍ରଚାର କରିଥିଲେ । ସରପଞ୍ଚ ପ୍ରାର୍ଥି କୃଷ୍ଣଚନ୍ଦ୍ର ମହାନ୍ତି ଓ ସମିତି ସଭ୍ୟ ପ୍ରାର୍ଥି ବିରାଜ ପାଢୀଙ୍କୁ ବିପୁଳ ସମର୍ଥନ ଦେବାଲାଗି ଭୋଟରଙ୍କୁ ନିବେଦନ କରିଥିଲେ । ନବଗଠିତ ଏହି ପଞ୍ଚାୟତକୁ ପୁଣି ଥରେ ଦଖଲ କରିବା ପାଇଁ ବିଧାୟକ ଫୋକସରେ ରଖିଛନ୍ତି । ବିରୋଧି ବିଜେପିକୁ ପ୍ରତିହତ କରି ଦଳୀୟ ପ୍ରାର୍ଥିଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ ଯୋଜନାରେ ଏହି ପଞ୍ଚାୟତରେ କାର୍ଯ୍ୟକାରୀ ଏକ ବିକଶିତ ପଞ୍ଚାୟତଭାବେ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି । ପାଢୀସାହିରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବାରବାଟିଆ, ହରସିଂପୁର ଆଦି ଗ୍ରାମ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀଙ୍କ ସମେତ ସରପଞ୍ଚ ଅଯୋଧ୍ୟାରାଣୀ ଜେନା, ସମିତି ସଭ୍ୟା ପ୍ରମିଳା ଜେନା, ପବିତ୍ର ମୋହନ ଜେନା, ମହେଶ୍ୱର ଜେନା, ଗୋରା ସାହାଜୀ, କୁନା ସାହାଜୀ, ଫାରୁ ସାହାଜୀ, ବାବୁ ବେହେରା, ଭାଗିରଥି ବେହେରା, ବାବୁ ଜେନା, ଅଜିତ କର, ଶ୍ୟାମ ପରିଡା, ମହେନ୍ଦ୍ର ନାୟକ, ବିଜୟ ଦାସ, ବୀର ଜେନା, ବାବନ ଜେନା, ଟୁନିଆ ଜେନା, ସନାତନ ତିଆଡି, ଚୁଇଁ ଗୋଥ, ବିଚିତ୍ର ଜେନା ଓ ଦାମ ମିଶ୍ର ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।