ସିପିଆଇ(ଏମ)ର ନିର୍ବାଚନୀ ପ୍ରଚାର-ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯିବ |

317

କଟକ(ଉତ୍କଳ ନିଉଜ)୦୯/୦୨/୨୦୨୨ : ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାର୍ଥି ଦେଇଥିବା ବେଳେ ସିପିଆଇ(ଏମ) ମଧ୍ୟ କେତେକ ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥି ଦେଇଛି । କାହାକୁ ପ୍ରଲୋଭିତ ନକରି ନିଜ ସାଧ୍ୟମତେ ସଂଗଠନର କର୍ମକର୍ତ୍ତାଙ୍କ ଉଦ୍ୟମରେ ପ୍ରାର୍ଥିଙ୍କ ପ୍ରଚାର ପ୍ରସାର କାର୍ଯ୍ୟ ପରିଚାଳିତ ହେଉଛି । ପୋଷ୍ଟର ବେନର ଶୋଭାଯାତ୍ରାକୁ ପ୍ରାଧ୍ୟାନ୍ୟ ନଦେଇ ଲୋକଙ୍କର ସମସ୍ୟା କିପରି ସମାଧାନ ହୋଇପାରିବ ତାକୁ ମୁଦ୍ଦା କରିଛି ଦଳ । ସମାଜର ପ୍ରତିଟି ଗରିବ, ଖଟିଖିଆ ଓ ମେହନତି ମଣିଷ କିପରି ନିଜର ନ୍ୟାର୍ଯ୍ୟ ହକ୍ ପାଇ ପାରିବ ସେଥିପାଇଁ ପ୍ରାର୍ଥିଦେଇ ମୈଦାନରେ ଲଢେଇ କରୁଛି ।

ଦଳ ନିଜ ସଂଗଠନର କର୍ମକର୍ତ୍ତା ଠାରୁ ପାଣ୍ଠି ସଂଗ୍ରହ କରି ପ୍ରାର୍ଥିଙ୍କ ପାଇଁ ପ୍ରଚାର ଚଳେଇଛି । ସମସ୍ତ ସରକାରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କିପରି ସାମିଲ କରାଯାଇ ପାରିବ ସେନେଇ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଥିବା ଦଳର ବରିଷ୍ଠ ନେତାମାନେ ଲୋକଙ୍କୁ ନିବେଦନ କରୁଛନ୍ତି । ତିହିଡି ବ୍ଲକର ୪ଟି ଜୋନ ମଧ୍ୟରୁ ୭ ନମ୍ବର ଜୋନର ଜ୍ୟୋର୍ତିମୟୀ ଦାସ ଏବଂ ୮ ନମ୍ବର ଜୋନର ମମତାରାଣୀ ଜେନା ଜିଲ୍ଲା ପରିଷଦ ପ୍ରାର୍ôଥନୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଞ୍ଚଳିକ କମିଟିର ସମ୍ପାଦକ ଆଇନ୍‌ଜୀବି ବିଷ୍ଣୁ ଚରଣ ଦାଶ, ପ୍ରଫୁଲ କୁମାର ପାଢୀ, ଚନ୍ଦ୍ରଶେଖର ନାୟକ, ନାରାୟଣ ଦାଶ, ନିର୍ମଳ ଦଳେଇ, ଗୟାଧର ସେଠୀ, ଅର୍ଜୁନ ବଳ, ମାୟାଧର ଦାସ, କୃଷ୍ଣ ମଳିକ, ଦିଲ୍ଲିପ ନାଥ, ଶ୍ରୀଧର ଜେନା, ସତ୍ୟବ୍ରତ କୁଣ୍ଡ, ପିତାମ୍ବର ମଳିକ, ମଣ୍ଟୁ ମାଝୀ, ଜ୍ୟୋର୍ତିମୟୀ ମଲ୍ଲିକ, ଜଗନ୍ନାଥ ବେହେରା, କରୁଣାକର ସାହ. ଭାଗବତ ସେନାପତି, ରାଧୁଚରଣ ସେନାପତି, ଶଶିକାନ୍ତ ତ୍ରିପାଠୀ, ଗଜେନ୍ଦ୍ର ବେହେରା, ଅନ୍ନପୂର୍ଣ୍ଣା ଦାସ, ଶ୍ରଦ୍ଧାଞ୍ଜଳୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ମୁକ୍ତିକାନ୍ତ ଭଳ, ସେବତୀ ରାଉଳ, କୃପାସିନ୍ଧୁ ମହାପାତ୍ର, ଶଶିକାନ୍ତ ପଣ୍ଡା ପ୍ରମୁଖ ବାହାବଳପୁର, ସୟା, ମୁକୁନ୍ଦପୁର, କୋହ୍ଲ, ସିନ୍ଦୋଳ, ମଙ୍ଗଳପୁର, ଫତେପୁର ଆଦି ପଞ୍ଚାୟତରେ ବିଭିନ୍ନ ଗାଁ ବୁଲି ପ୍ରଚାର କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |