ବିଦ୍ରୋହୀ ପ୍ରାର୍ଥିଙ୍କୁ କଡ୍ଡା ଜବାଦ ଦିଆଯିବ-ଡ.ବ୍ୟୋମକେଶ ରାୟ

762

କଟକ(ଉତ୍କଳ ନିଉଜ)୦୯/୦୨/୨୦୨୨ : ବିଦ୍ରୋହୀ ପ୍ରାର୍ଥିଙ୍କୁ କଡ୍ଡା ଜବାଦ ଦିଆଯିବ ବୋଲି ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ବିଜେଡି ସଭାପତି ଡ.ବ୍ୟୋମକେଶ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲାର କେତେକ ପଞ୍ଚାୟତରେ ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠି ପ୍ରାର୍ଥି ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ବିଦ୍ରୋହୀ ପ୍ରାର୍ଥି ଓ ସେମାନଙ୍କର ସମର୍ଥକମାନେ ଦଳରେ ଥାଇ ଦଳ ବିରୋଧରେ ଭର୍ଷନା କରିବା ସହିତ ଅପରପକ୍ଷ ଦୂର୍ନୀତି କରୁଥିବାର ଆରୋପ ମଧ୍ୟ କରୁଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠି ଦଳୀୟ ପ୍ରାର୍ଥିଙ୍କ ବିଜୟରେ ରୋକ୍ ଲଗେଇବା ପାଇଁ ଯେଉଁ ହୀନ ପ୍ରୟାସ କରୁଛନ୍ତି ତାହା କେବେ ସଫଳ ହେବ ନାହିଁ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପ୍ରାର୍ଥିତ୍ୱ ପାଇଁ ଅନେକ ଦାବିଦାର ଦଳୀୟ ସମର୍ଥନ ନେଇ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ । ସେମାନଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥିଙ୍କୁ ଦଳୀୟ ଫୋରମରେ ଚୟନ କରାଯାଇଛି । ସେମାନଙ୍କ ବିଜୟ ଲାଗି ଦଳ ତଥା ଦଳୀୟ ନେତୃବୃନ୍ଦ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରୁଛନ୍ତି । ଯେଉଁମାନେ ନିଜ ସ୍ୱାର୍ଥ ହାସଲ ପାଇଁ ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ବିଦ୍ରୋହୀ ହୋଇଛନ୍ତି ଦଳ ସେମାନଙ୍କୁ କଦାପି ବରଦାସ୍ଥ କରିବ ନାହିଁ । ବିଜେଡି ରାଜ୍ୟରେ ୨୩ ବର୍ଷ ଧରି ଶାସନ କରୁଛି । ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍ତରରେ ସମ୍ମାନୀତ ହେଉଛନ୍ତି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଯୋଜନା ପ୍ରଣୟନ କରିବା ସହିତ ମାଆମାନଙ୍କୁ ରୋଜଗାରର ବାଟ ଫିଟାଇଛନ୍ତି । ଏନେଇ ଘରେଘରେ ବିଜେଡିର ଏକ ସ୍ୱତନ୍ତ୍ର ମାହୋଲ ରହିଛି ।

ତେବେ ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତରେ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥି ପ୍ରଭାତ ମିଶ୍ର ଓ ସମିତି ସଭ୍ୟା ପ୍ରାର୍ଥିନୀ ସଂଘମିତ୍ରା ମୋହିନୀଙ୍କୁ ବିରୋଧ କରି ଯେଉଁ ବିଦ୍ରୋହୀ ଗୋଷ୍ଠି ଉଭା ହୋଇଛନ୍ତି ତାକୁ ଉଚିତ ଜବାବ ଦିଆଯିବ ସହିତ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ଲାଗି ଆବଶ୍ୟକ ମୁତାବକ ହାଇଭୋଲଟେଜ ପ୍ରଚାର ଏବଂ ଦଳୀୟ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି । ଦଳୀୟ ପ୍ରାର୍ଥିଙ୍କ ସହ ସରପଞ୍ଚ ସୁବାଶିନୀ ନାୟକ, ବରିଷ୍ଠ ନେତା ବୈଲୋଚନ ନାୟକ, ହରିଶ୍ଚନ୍ଦ୍ର ବାରିକ, ଗଣେଷ ଚନ୍ଦ୍ର ବଳ ଓ ପାର୍ଥସାରଥି ନାୟକ, ଗୋପବନ୍ଧୁ ସେନାପତି, ରାଜେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଓଝା, କରୁଣାକର ନାୟକ, ଚୁଁଚୁଲୀ ସ୍ୱାଇଁ, ରଞ୍ଜନ ଦାସ, ଛବି ସାହୁ, ମାମିଲା ବେହେରା, ବନସ୍ମିତା ପାଢୀ, ମିନାକ୍ଷୀ ଜେନା, ସୁଲୋଚନା ସେନାପତି, ମେନକା ବାରିକ, ବାବାଜୀ ରାଉତ, ଉଗ୍ରସେନ ନାୟକ, ପ୍ରଶାନ୍ତ ଦାସ, ବୁଲୁ ବେହେରା ପ୍ରମୁଖ ପ୍ରଚାର ମୈଦାନରେ ଭୋଟରଙ୍କୁ ଆକୃଷ୍ଠ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |