ମଙ୍ଗଳପୁର କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା

370

କଟକ(ଉତ୍କଳ ନିଉଜ)୦୯/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ଚାଲିଛି ତ୍ରିମୁଖି ଲଢେଇ । ଏହି ଲଢେଇରେ ଉଭୟ ଶାସକ ଦଳ ବିଜେଡି ଓ ବିରୋଧି ଦଳ ବିଜେପିକୁ ଟକ୍କର ଦେବାଲାଗି କଂଗ୍ରେସ ଭରପୁର ଉଦ୍ୟମ ଚଳାଇଛି । କଂଗ୍ରେସ ସମର୍ôଥତ ସରପଞ୍ଚ ପ୍ରାର୍ଥି ଶ୍ରଦ୍ଧାପ୍ରକାଶ ନାୟକ, ସମିତି ସଭ୍ୟା ପ୍ରାର୍ଥିନୀ ମଧୁସ୍ମିତା ନାୟକଙ୍କୁ ମୈଦାନରେ ଉଭା କରିଛି । ବୁଧବାର ପୂର୍ବାହ୍ନରେ ତାଙ୍କ ସମର୍ଥିତ ପ୍ରାର୍ଥିମାନଙ୍କୁ ବିଜୟୀ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରା କମାରିଆ ବଜାରରୁ ବାହାରି ଗାଁର ୩ଟି ୱାର୍ଡ ପରିକ୍ରମା କରିଥିଲା । ଅପରାହ୍ନରେ କମାରିଆସ୍ଥିତି ଅଷ୍ଟମପ୍ରହାରୀ ମଣ୍ଡପ ନିକଟରେ ଏକ ପଥପ୍ରାନ୍ତ ସଭା ଜରିଆରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଏହି ଲଢେଇ ବୋଲି ଭୋଟଙ୍କୁ ଅବଗତ କରିଥିଲା । ବିଶେଷ ଆକର୍ଷଣଭାବେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ସତ୍ୟାନନ୍ଦ ରାଉତ ଯୋଗଦେଇ ଦଳୀୟ ପ୍ରାର୍ଥିଙ୍କ ବିଜୟୀ କରି ପଞ୍ଚାୟତକୁ ଏକ ସମୃଦ୍ଧ ଓ ନିର୍ମଳ ପଞ୍ଚାୟତ ରୂପେ ଗଠନ କରିବା ଲାଗି ଆହ୍ୱାନ ଦେଇଥିଲେ ।

ଜଣେ ଶିକ୍ଷିତ ଯୁବକ ପଞ୍ଚାୟତ ପ୍ରତିନିଧିତ୍ୱ କଲେ ସମସ୍ତ ଯୋଜନାର ସଠିକ୍ ରୂପାୟନ ହେବା ସହ ପଞ୍ଚାୟତର ବହୁବିଧ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ଭାରପ୍ରାପ୍ତ ସରପଞ୍ଚ ପ୍ରତାପ ସାହୁ, ବରିଷ୍ଟ ନେତା ମୀନକେତନ ସେନାପତି, ବିଷ୍ଣୁ ଚରଣ ମହାନ୍ତି, ଗୋରାବାବୁ ସାହା, ଚୁଂଚୁଲା ଦାସ, ଅର୍ଜୁନ ଦାସ, ସୁରେନ୍ଦ୍ର ସାହୁ, ସେକ ଅବଦୁଲ୍ଲା, ଦୀପକ ଦାସ, ରମାକାନ୍ତ ମହାଳିକ, ମଧୁସୂଦନ ମଲ୍ଲିକ, କରୁଣା ମଳିକ, ରାମଚନ୍ଦ୍ର ସାହାଣି, ମୁନା ମହାନ୍ତି ପ୍ରମୁଖ ଶତାଧିକ ପ୍ରଚାରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |