ମୁକୁନ୍ଦପୁରରେ ଯୁବ ସାମ୍ବାଦିକ ତ୍ରିଲୋଚନଙ୍କୁ ମିଳୁଛି ଅକୁଣ୍ଠ ସମର୍ଥନ |

399

କଟକ(ଉତ୍କଳ ନିଉଜ)୦୮/୦୨/୨୦୨୨ : ନିର୍ବାଚନରେ କିଏ ରାଜନୈତିକ ଦଳ ବେନରରୁ ପ୍ରତିଦ୍ୱନ୍ଦିତା କରୁଛି ତ ଆଉ କିଏ ନିଜର ବ୍ୟକ୍ତିତ୍ୱ ଓ ପ୍ରତିଭାକୁ ଜାହିର କରି ସ୍ୱାଧିନଭାବେ ଲଢେଇରେ ସାମିଲ ହେଉଛନ୍ତି । ଏହି ବୈତରଣୀ ପାର୍ ହେବାପାଇଁ କିଏ ବାହୁବଳ ଓ ଅର୍ଥବଳକୁ ପ୍ରୟୋଗ କରୁଛି ତ ଆଉ କିଏ ନିଜର ପାରିବା ପଣିଆ ଲୋକଙ୍କ ଭଲପାଇବାକୁ ପୁଞ୍ଜିକରି ସଫଳତାର ଶିଡି ଚଢିବାକୁ ଆଶା ବାନ୍ଧିଛି । ଏଭଳି ଜଣେ ନିଆରା ପ୍ରତିଦ୍ୱନ୍ଦିଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିଛି ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ । ସିଏ ଆଉ କେହି ନୁହଁନ୍ତି ଜଣେ ଯୁବ ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ । ତ୍ରିଲୋଚନଙ୍କ ବ୍ୟକ୍ତିତ୍ୱ କେବଳ ମୁକୁନ୍ଦପୁର ପଞ୍ଚାୟତରେ ସୀମିତ ନୁହେଁ ବରଂ ଜଣେ ସମାଜସେବୀ ଓ ଯକ୍ଷ୍ମାରୋଗର ନିରାକରଣ ପାଇଁ ସଚେନତା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରି ବେଶ ପରିଚିତ ଅଛନ୍ତି । ଦିର୍ଘ ବର୍ଷ ଧରି ସମାଜସେବାକୁ ଆୟୁଧ କରି ନିଜର ଯୁବ ସମର୍ଥକମାନଙ୍କୁ ନେଇ ଲୋକମାନଙ୍କ ସୁଖଦୁଃଖରେ ସମଭାଗୀ ହୋଇଛନ୍ତି ସେ ।

ବୃକ୍ଷରୋପଣ, ଅସହାୟଙ୍କୁ ସହାୟତା ଓ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ସହିତ କରୋନା ସଚେତନତା ସୃଷ୍ଟି କରି ସେ ତାଙ୍କ ବ୍ୟକ୍ତିତ୍ୱର ପରାକାଷ୍ଟା ବଜାଇ ରଖିଛନ୍ତି । ପଞ୍ଚାୟତର ପ୍ରତ୍ୟେକଟି ଘର ସହ ସେ ଓତଃପ୍ରୋତଃଭାବେ ଜଡିତ ଅଛନ୍ତି । ପଞ୍ଚାୟତରେ ଆବାସ ଯୋଜନା ଦିଗହରା ସହିତ ବ୍ୟାପକ ଦୂର୍ନୀତି, ପାଇଖାନା ଯୋଜନାରେ ମିଥ୍ୟା ବିଲ, ଗିରବ ଖଟିଖିଆଙ୍କ ସରକାରୀ ଯୋଜନାରୁ ବାଦ୍ ଦିଆଯିବା ଆଦି ଘଟଣା ତାଙ୍କ ବ୍ୟଥିତ କରିଛି । କିପରି ଲୋକଙ୍କ ଆଶିର୍ବାଦ ନେଇ ସେମାନଙ୍କୁ ସହଜରେ ସେବା ଯୋଗାଇ ହେବ ସେନେଇ ସେ ନିର୍ବାଚନ ମୈଦାନରେ ପାଦ ଥାପିଛନ୍ତି । ସ୍ୱାଧିନ ସମିତି ସଭ୍ୟ ପ୍ରାର୍ଥିଭାବେ ତ୍ରିଲୋଚନ ପ୍ରତିଦ୍ୱନ୍ଦିତାରେ ଭାଗନେଇ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ପାଖରେ ଅର୍ଥ ବଳ ନାହିଁ କି ବାହୁ ବଳ ବି ନାହିଁ ହେଲେ ନିଜର ବ୍ୟକ୍ତିତ୍ୱ ଓ ପାରିବା ପଣିଆକୁ ପୁଞ୍ଜିକରି ସେ ଲୋକଙ୍କ ନିକଟରେ ପହଁଚୁଛନ୍ତି । ନିଜିର କିଛି ଯୁବ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ସାଙ୍ଗରେ କେଟିଲି ଧରି ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଅକୁଣ୍ଠ ସମର୍ଥନ ମିଳୁଥିବା ବେଶ ବାରି ହୋଇଛି । ଏହି ନିର୍ବାଚନରେ ଅନ୍ୟ ପ୍ରାର୍ଥିଙ୍କ ତୁଳନାରେ ସେ ଲୋକଙ୍କର ଅତି ନିକଟତର ହୋଇଛନ୍ତି ଯାହାକୁ ନେଇ ନିର୍ବାଚନ ବୈତରଣୀ ସୁରୁଖୁରେ ପାର୍ ହେବେ ବୋଲି ଆଶାବାଦି ଅଛନ୍ତି । ମିନତୀ ମହାଳିକ, ଉଷାରାଣୀ ସେଠୀ, ଲକ୍ଷ୍ମୀପ୍ରିୟା ମହାଳିକ, ସ୍ୱର୍ଣ୍ଣଲତା ମହାଳିକ, ଅଜୟ ଦାସ, ବୁଦ୍ଧଦେବ ମହାଳିକ, କୈଳାସ ସେଠୀ, ମଧୁସୂଦନ ମହାଳିକ, ପିତବାସ ମହାଳିକ, ମିଲନ ବାରିକ ଓ ଗଣେଶ ପ୍ରସାଦ ମହାଳିକ ପ୍ରମୁଖ ଆଜି ବିଦ୍ୟାଧରପୁର ଗାଁରେ ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |