କମାରିଆରେ ହାଇ ଭୋଲଟେଜ୍ ପ୍ରଚାର ଓ ରୋଡ ଶୋ, ପରିବର୍ତ୍ତନର ନାରାଦେଇ ସାମିଲ ହେଲେ ଶହଶହ ମହିଳା |

440

କଟକ(ଉତ୍କଳ ନିଉଜ )୦୭/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତରେ ଆଜି ବିଜେଡି ପକ୍ଷରୁ ହାଇ ଭୋଲଟେଜ୍ ପ୍ରଚାର ଓ ରୋଡ ଶୋ ଦେଖିବାକୁ ମିଳିଛି । ଏହି ରୋଡ ଶୋରେ ଶହ ଶହ ମହିଳା ସ୍ୱତଃପ୍ରବୃତ ଭାବେ ପ୍ରଚାରରେ ସାମିଲ ହେବା ସହିତ ପରିବର୍ତ୍ତନର ନାରା ଦେଇଥିବା ବେଶ ବାରି ହୋଇଛି । କମାରିଆସ୍ଥିତ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ଶୋଭାଯାତ୍ରା ବାହାରି ୩ଟି ୱାର୍ଡ ପରିକ୍ରମା କରିଥିଲା । ଏଥିସହ ଘରଘର ବୁଲି ପ୍ରାର୍ଥିମାନେ ପୁସିଂ କାର୍ଡ ବାଣ୍ଟିବା ସହ ପରିବର୍ତ୍ତନ କରିବା ପାଇଁ ନିବେଦନ କରିଥିଲେ । ବିରୋଧି ପ୍ରାର୍ଥିଙ୍କ କଥାରେ ପ୍ରଲୋଭିତ ନହୋଇ ଏନ ଦୂର୍ନୀତି ମୁକ୍ତ ପଞ୍ଚାୟତ ଗଠନ କରିବା ଲାଗି ସରପଞ୍ଚ ପ୍ରାର୍ଥିନୀ ପୁଷ୍ପଞ୍ଜଳୀ ଲେଙ୍କା ଓ ସମିତି ସମିତି ସଭ୍ୟା ପ୍ରାର୍ଥିନୀ ଶୁଭଦ୍ରା ଶତପଥିଙ୍କ ସମେତ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀଙ୍କ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରି ବିଧାୟକଙ୍କ ହାତମୁଠାକୁ ଟାଣ କରିବାକୁ କହିଥିଲେ । ୨୦୧୭ ମସିହାରେ ସିନ୍ଦୋଳ ପଞ୍ଚାୟତରୁ ବିଭାଜିତ ହୋଇ ଏହି ପଞ୍ଚାୟତ ନୂତନ ପଞ୍ଚାୟତ ଭାବେ ଗଠିତ ହୋଇଥିଲା ।

ବିରୋଧି ଦଳଙ୍କ ମେଣ୍ଟ ରାଜନୀତିରେ ଲୋକେ ବଶିଭୁତଃ ହୋଇଥିଲେ ଏବଂ ଯେଉଁ ମହିଳା ପ୍ରାର୍ଥିନୀ ସରପଞ୍ଚ ହେଲେ ସେ ସରକାରୀ ଅର୍ଥ ଆତ୍ମସାତ କରିଥିବା ତଥା ଯୋଜନା କାଯ୍ୟକାରୀ କରିବାରେ ଅସହଯୋଗ କରିବା କାରଣରୁ ରାଜ୍ୟ ସରକାର ତାଙ୍କୁ ପଦବୀରୁ ବହିଷ୍କୃତ କରିଛନ୍ତି । ତେବେ ଚାଷୀ ହୁଡିଲେ ବରଷେ ଆଉ ଭୋଟର ହୁଡିଲେ ୫ ବର୍ଷ ପରି ଆଉ ପୂନର୍ବାର ସେ ଭୁଲ ନକରି ଚଳିତ ନିର୍ବାଚନରେ ବିରୋଧିଙ୍କୁ କଡ୍ଡା ଜବାବ ଦେବାକୁ ଏହି ପ୍ରାର୍ଥିନୀମାନେ କାମ୍ପନିଂ କରିଥିଲେ । ପଦ୍ମାବତୀ ସେଠୀ, ସୁଲୋଚନା ରାଉଳ, ଲକ୍ଷ୍ମୀ ରାଉଳ, ସ୍ନେହଲତା କର, କମଳା ରାଉଳ, ଅହଲ୍ୟା କରଣ, ରଶ୍ମିତା ଗାହାଣ, ସୁଶ୍ରୀ ସଂଗୀତା ମଲ୍ଲିକ, ଚିନ୍ମୟୀ ପାଣି, ଚିନ୍ମୟୀ ସିଂ, ଲବଙ୍ଗଲତା ମହାରଣା, ମୋନାଲିସା ରାଉତ, ମଞ୍ଜୁଲତା ନାୟକ, ସୀତାରାଣୀ ସେଠୀ, ସରସ୍ୱତୀ ନାୟକ, ମମତା ଦାସ, ମନୋରମା ସେଠୀ, ମୌସୁମୀ ମହାଳିକ, ବିଜୟା ମହାଳିକ, ସୁନାମି ମହାଳିକ, ବାସନ୍ତୀ ବାରିକ, ଝରଣା ସେଠୀ ପ୍ରମୁଖ ପ୍ରଚାର ମୈଦାନରେ ମଙ୍ଗ ଧରିଥିଲେ ।

ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |