ଦୌଲତପୁରରେ ବିଜେଡି କନ୍ଦଳର ଫାଇଦା ନେଇପାରନ୍ତି ସନାତନ!

320

କଟକ(ଉତ୍କଳ ନିଉଜ )୦୫/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଳକ ଅଧିନ ଦୌଲତପୁର ପଞ୍ଚାୟତରେ ଚାଲିଛି ଚର୍ତୁମୁଖି ଲଢେଇ । ଶାସକ ବିଜେଡିରେ ସମର୍ଥିତ ଓ ଦ୍ୱିଦ୍ରୋହୀ ପ୍ରାର୍ଥିଙ୍କ ମଧ୍ୟରେ ପ୍ରତିଯୋଗିତା ଜୋରଦାର ଲାଗିଛି । ଯଦି ଏହା ଶେଷ ଯାଏଁ ବଳବତ୍ତର ରୁହେ ତାହାହେଲେ ବିଜେଡି ଭୋଟ ବ୍ୟାଙ୍କ ନିଶ୍ଚିତ ଭାବେ ଦୁଇଭାଗ ହୋଇଯିବ ଏବଂ ଏପରି ଅବସ୍ଥା ସୃଷ୍ଟି ହେଲେ ଅପରପକ୍ଷଙ୍କୁ ଫାଇଦା ହେବା ସ୍ୱଭାବିକ । ବିଜେଡିର ଦଳୀୟ ବିଶୃଙ୍ଖଳା ଓ ସମାନ୍ତରାଳ ପ୍ରାର୍ଥି ଦଳପାଇଁ ଅଡୁଆ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ଏହି ଦଳର ଜଣେ ଟାଣୁଆ ସଂଗଠକ ଦଳ ଛାଡି ବିଜେପିର ସମର୍ଥିତ ପ୍ରାର୍ଥିଭାବେ ମୈଦାନରେ ଉଭା ହୋଇଛନ୍ତି । ଅର୍ଥାତ୍ କହିବାକୁ ଗଲେ ବିଜେଡିର ଭୋଟ ବ୍ୟାଙ୍କ ତିନି ଭାଗରେ ବିଭକ୍ତ ହୋଇ ସାରିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପଞ୍ଚାୟତଟି ୨୦ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ୫ ହଜାର ୭ ଶହ ଭୋଟର ୪ ଜଣ ସରପଞ୍ଚ ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥିଙ୍କ ଠାରୁ ମାତ୍ର ୧୬୪ ଖଣ୍ଡ ଭୋଟ ଅଧିକ ପାଇ ବିଜେଡି ସମର୍ଥିତ ପ୍ରାର୍ଥି ବିଜୟୀ ହୋଇଥିଲେ । ଅର୍ଥାତ୍ ଦୁଇ ଦଳ ମଧ୍ୟରେ ଭୋଟ ବ୍ୟବଧାନ ପାଖାପାଖି ଥିଲା । ବିଶେଷକରି ଅର୍ଜୁନବିନ୍ଧା, ଭିତରପାଳ, ନମେଇସାହି ଓ ବାଇବଳ ଗାଁରୁ ବିଜୟୀ ପ୍ରାର୍ଥିଙ୍କୁ ଭୋଟରେ ଲିଡ୍ ଦେଇଥିଲା । ଚଳିତ ନିର୍ବାଚନରେ ଯଦି ଏହି ସମିକରଣ ବଳବତ୍ତର ରହେ ତେବେ ଅପରପକ୍ଷ ଅର୍ଥାତ୍ ବିଜେପି ସମର୍ଥିତ ପ୍ରାର୍ଥିଙ୍କ ବିଜୟ ଆଶା ଯଥେଷ୍ଟ ଥିବା ଆକଳନ କରାଯାଉଛି । ଏଠାରେ ବିଜେଡି ସରପଞ୍ଚ ପ୍ରାର୍ଥି ପ୍ରଭାତ ମିଶ୍ର ଓ ବିଦ୍ରୋହୀ ପ୍ରାର୍ଥି ଭାବେ ଲକ୍ଷ୍ମୀପ୍ରିୟା ନାୟକ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥିବାବେ ସନାତନ ମିଶ୍ର ଓ ଅସନ୍ତୁଷ୍ଟ ପ୍ରାର୍ଥିଭାବେ ସୁବାଶ ଚନ୍ଦ୍ର ମୁଦୁଲି ମୈଦାନରେ ଉଭା ହୋଇଛନ୍ତି । ଅନ୍ୟମାନଙ୍କ ଅପେକ୍ଷା ଏହି ପ୍ରାର୍ଥି ତା’ର ରଣକୌଶଳ ପରିବର୍ତ୍ତନ କରି କିପରି ପ୍ରତିପକ୍ଷଙ୍କୁ ମାତ୍ ଦେଇ ବିଜୟୀ ହେବେ ସେଥିପାଇଁ ଖସଡା ପ୍ରସ୍ତୁତ କରି ସାରିଛନ୍ତି । ବିଗତ ୫ ବର୍ଷର ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରେ ବ୍ୟାପକ ବାଟମାରଣା ହୋଇଥିବା ପ୍ରସଙ୍ଗକୁ ମୁଦ୍ଦା କରି ସନାତନ ଲୋକଙ୍କ ପାଖରେ ପହଂଚୁୁଛନ୍ତି । ସମିତି ସଭ୍ୟା ପ୍ରାର୍ଥିନୀ ମମତା ରଣାଙ୍କ ସମେତ ବରିଷ୍ଠ ନେତା ମଙ୍ଗରାଜ ନାୟକ, ପୂର୍ବତନ ସରପଞ୍ଚ ଜୟବାଙ୍ଗଲା ବେହେରା, ପରିକ୍ଷିତ ରଣା, କମଳାକାନ୍ତ ନାୟକ, ମୋହିନୀ ମୋହନ ବେହେରା, ରାଜକୁମାର ବେହେରା, ମୃତ୍ୟୁଞ୍ଜୟ ବଳ, ମହେଶ୍ୱର ପଣ୍ଡା, କମଳାକାନ୍ତ ପରିହାରୀ, ମନୋରଞ୍ଜନ ବଳ, ନିର୍ମଳ ମହାନ୍ତି, ସୂର୍ଯର୍୍ୟମଣି ନାୟକ, ଶାନ୍ତନୁ ମହାନ୍ତି, ବୁଲୁ ମହାରାଣ, ପଞ୍ଚାନନ ବେହେରା, ସଂଜୟ ଦାସ, ଦେବଶଙ୍କର ସାହୁ, ଜଗନ୍ନାଥ ସାହୁ, ସୁଶାନ୍ତ ସାହୁ, ସନାତନ ନାୟକ, ପ୍ରଫୁଲ ଦାସ ପ୍ରମୁଖ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି । ତେବେ ସନାତନ ଜଣେ ଉଚ୍ଚ ଶିକ୍ଷିତ । ଛାତ୍ର ରାଜନୀତିରେ ଜଣେ ଦକ୍ଷ ସଂଗଠକ ଭାବେ ନିଜକୁ ପ୍ରତିପାଦନ କରିଥିବା ବେଲେ ଗତ ୨ ଦଶନ୍ଧି ଧରି ରାଜନୀତିରେ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନିର୍ବାଚନ ବୈତରଣୀ ପାର୍ ହେବାନେଇ ସେ ବେଶ ଆଶାବାଦି ଥିବା କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |