ଭୋଟରଙ୍କ ସମର୍ଥନ ସାଉଣ୍ଟୁଛନ୍ତି ଉଚ୍ଚ ଶିକ୍ଷିତା ସରପଞ୍ଚ ପ୍ରାର୍ଥିନୀ

597

କଟକ(ଉତ୍କଳ ନିଉଜ )୦୪/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଞ୍ଚାୟତର କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ତପସ୍ୱିନୀ ଦାସ ଭୋଟରଙ୍କ ସମର୍ଥନ ସାଉଣ୍ଟୁଛନ୍ତି । ଜଣେ ଉଚ୍ଚ ଶିକ୍ଷିତା ପ୍ରାର୍ଥିନୀ ଭାବେ ଏହି ନିର୍ବାଚନ ମୈଦାନରେ ଉଭା ହୋଇ ଉଭୟ ବିଜେଡି ସମର୍ଥିତ ଓ ବିକାଶ ମଞ୍ଚର ପ୍ରାର୍ଥିଙ୍କୁ ଟକ୍କର ଦେଉଛନ୍ତି । ଏହି ନିର୍ବାଚନରେ ସେ ବିଜୟୀ ହେଲେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ଏକ ଦୂର୍ନୀତିମୁକ୍ତ ପଞ୍ଚାୟତ ଭାବେ ଗଠନ କରିବା ଲାଗି ପ୍ରତିଶୃତି ଦେଇଛନ୍ତି । କୃଷି ପାଇଁ ଜଳସେଚନର ସୁବନ୍ଦୋବସ୍ତ କରିବା ସହିତ ଗାଁଗଣ୍ଡାରେ କଂକ୍ରିଟକରଣ, ଆଲୋକିକରଣ, ପାଇପ୍ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କରିବା, ଡ୍ରେନେଜ୍ ବ୍ୟବସ୍ଥା କରିବା, ସୈରାତ ନିଲାମର ସ୍ୱଚ୍ଛତା ଆଣିବା, ଆବାସ ଯୋଜନାରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ପ୍ରାଧାନ୍ୟ ଦେବା, ଭତ୍ତା ଓ ରେସନ କାର୍ଡରେ ସ୍ୱଚ୍ଛତା ଆଣିବା ସହିତ ରାଜସ୍ୱ ଗ୍ରାମଗୁଡିକରେ ଶ୍ମଶାନ ନିର୍ମାଣ କରିବା ଆଦି କାର୍ଯ୍ୟଗୁଡିକରେ ତୀକ୍ଷ୍ଣ ଧ୍ୟାନ ଦେବାକୁ ପ୍ରତିଶୃତି ଦେଉଛନ୍ତି । ତାଙ୍କ ପ୍ରଚାରର ଶେଷ ଦିନରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ମଧ୍ୟ ଭୋଟରଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧୂଆଁବାଣ ପ୍ରତିଶୃତିରେ ବିଶ୍ୱାସ ନକରି କଂଗ୍ରେସ ସମର୍ôଥତ ପ୍ରାର୍ଥି ସରପଞ୍ଚ ପ୍ରାର୍ଥିନୀ ଓ ସମିତି ସଭ୍ୟ ପ୍ରାର୍ଥି ଦୀପକ ଦାସଙ୍କ ସହିତ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କୁ ବିଜୟୀ କରିବା ଲାଗି ନିବେଦନ କରିଥିଲେ । ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ସହିତ ଏକ ସ୍ୱଚ୍ଛ ସମାଜ ଗଠନ କରାଯାଇ ପାରିବ ବୋଲି ସେ ଆଶାବାଦୀ ହୋଇ ଚଳିତ ନିର୍ବାଚନରେ ପାଦ ଥାପିଥିବା ମୁଖ୍ୟ ମୁଦ୍ଦା ବୋଲି କହିଛନ୍ତି । ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ତ୍ରିମୁଖି ଲଢେଇ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ତପସ୍ୱିନୀ ଜଣେ ଉଚ୍ଚଶିକ୍ଷିତା ମହିଳା । ଯିଏକି ପ୍ରଚାର ମୈଦାନରେ ଉଭାହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ଏହି ଶିକ୍ଷିତା ମହିଳା ହେଉଛନ୍ତି ପୂର୍ବତନ ବିଧାୟକ ଜଗବନ୍ଧୁ ଦାସଙ୍କ ଝିଅ ଏବଂ କ୍ୟାପଟେନ୍ ମାନସ ଦାସଙ୍କ ଧର୍ମପତ୍ନୀ ତପସ୍ୱିନୀ ଦାସ । ତାଙ୍କ ପ୍ରଚାରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମୀନକେତନ ସେନାପତି, ଗୋରାବାବୁ ସାହା, ମକରନ୍ଦ ଶତପଥି, ମୀନକେତନ ସ୍ୱାଇଁ, ଲକ୍ଷ୍ମୀଧର ଦାସ, କପିଳେନ୍ଦ୍ର ପରିଡା, ଇନ୍ଦ୍ରମଣି ଦାସ, ସନ୍ତୋଷ ଦାସ, ଅର୍ଜୁନ ମଳିକ, ପ୍ରକାଶ ଗୋଚ୍ଛାୟତ, ଭାଗିରଥି ବେହେରା, ରବିନାରାୟଣ ନାୟକ, ଶ୍ରୀକାନ୍ତ ଜେନା, ଟିକିଲୀ ମିଶ୍ର, ରମାକାନ୍ତ ବାରିକ, ଘନଶ୍ୟାମ ପରିଡା, ଲକ୍ଷ୍ମୀ ଜେନା ପ୍ରମୁଖ ସାମିଲ ହୋଇ ପରିବର୍ତ୍ତନର ବାର୍ତ୍ତା ବାଣ୍ଟୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।