କୋହ୍ଲରେ ବିଜେଡି ଓ ବିଦ୍ରୋହୀଙ୍କ ପ୍ରଚାର ଜୋରଦାର |

288

କଟକ(ଉତ୍କଳ ନିଉଜ )୦୩/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ କୋହ୍ଲ ପଞ୍ଚାୟତରେ ବିଜେଡି ସମର୍ଥିତ ଓ ବିଦ୍ରୋହୀ ପ୍ରାର୍ଥିଙ୍କ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ଉଭୟ ପକ୍ଷ ସମସ୍ତ ରଣ କୌଶଳ ପ୍ରୟୋଗ କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ପଣ କରୁଛନ୍ତି । ସମର୍ଥିତ ପ୍ରାର୍ଥି ବିଗତ ୫ ବର୍ଷର ସଫଳତାକୁ ଲୋକଙ୍କ ନିକଟରେ ପହଁଞ୍ଚାଇ ଭୋଟ ଭିକ୍ଷା କରୁଥିବା ବେଳେ ବିଦ୍ରୋହୀ ପ୍ରାର୍ଥି ୫ ବର୍ଷର ହୋଇଥିବା କ୍ଷମତାର ଅପବ୍ୟହାର ପ୍ରସଙ୍ଗକୁ ମୁଦ୍ଦା କରିଛି । ବିଦ୍ରୋହୀ ଗୋଷ୍ଠିର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ ଦିର୍ଘବର୍ଷ ଧରି ଦଳୀୟ ବିଧି ବ୍ୟବସ୍ଥା ଓ ସାଂଗଠାନିକ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇ ଶେଷ ମୂହୁର୍ତ୍ତରେ ଅନ୍ୟ ଆଶାୟୀଙ୍କୁ ଦଳ ସମର୍ଥନ କରିଥିବାରୁ ତାଙ୍କର ସମର୍ଥନମାନଙ୍କୁ ନେଇ ମୈଦାନରେ ଉଭା ହୋଇଛନ୍ତି । କୋହ୍ଲ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିଭାବେ କୈଳାସ ପରିଡା ଓ ସମିତି ସଭ୍ୟା ପ୍ରାର୍ଥିଭାବେ ସରପଞ୍ଚ ତିଳୋତ୍ତମା ବେହେରା ପ୍ରଚାର ମୈଦାନରେ ନିଜ ସମର୍ଥକମାନଙ୍କୁ ନେଇ ଦବଦବା ଜାହିର କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ପ୍ରଦତ୍ତ ସମସ୍ତ ଅନୁଦାନ ବିନିଯୋଗ କରି ରାସ୍ତାଘାଟ, ବିଦ୍ୟୁତକରଣ, ପାନୀୟ ଜଳ ଯୋଗାଣ, ୨ଟି ଶ୍ମଶାନ, ସମସ୍ତ ଗାଁକୁ କଂକ୍ରିଟ୍ ରାସ୍ତା, ପିଇଓ କ୍ୱାଟର, ସାହାଡା ସୁନ୍ଦରୀ ଓ ନିତାଇଗୌର ମଣ୍ଡପରେ ଉଜ୍ଜଳ ଆଲୋକିକରଣ ଆଦି କରାଯାଇଥିବା ବେଳେ ସାଂସଦ ଓ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁଦାନ ଅଣାଯାଇ ମଧ୍ୟ ବହୁବିଧ ଉନ୍ନତି କରାଯାଇଥିବା ଏବଂ ପୂନଶ୍ଚ କ୍ଷମତାକୁ ଆସିଲେ ବାକିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲୋକଙ୍କ ପ୍ରତିଶୃତି ଦେଉଛନ୍ତି । ସମିତି ସଭ୍ୟ ସୌମ୍ୟରଞ୍ଜନ ପରିଡା, କମଳାକାନ୍ତ ପଣ୍ଡା, କାହ୍ନୁଚରଣ ସେନାପତି, ହୃଦାନନ୍ଦ ପରିଡା, ନିତ୍ୟାନନ୍ଦ ବେହେରା, ବଳରାମ ସେନାପତି, ଶଙ୍କର୍ଷଣ ସାହୁ, ପ୍ରଶାନ୍ତ ନାୟକ, ନରହରି ନାୟକ, ଦୀପକ ଦାସ, ଗିରିଧାରୀ ଦାସ, ରାମକୃଷ୍ଣ ଦାସ, ଚନ୍ଦନ ଦାଶ, ବିଜୟ ପଣ୍ଡା, ରଙ୍ଗାଧର ସେଠୀ, ସୁଧାଂଶୁ ସାହୁ, ସୁଧିର ସେନାପତି, କୈଳାସ ସାହୁ, ରବିନ୍ଦ୍ର ପରିଡା, ଜିତେନ୍ଦ୍ର ପରିଡା, ରବିନାରାୟଣ ପଣ୍ଡା, ତରୁଣ ଦାସ, ଅକ୍ଷୟ ପରିଡା, ଗୌରୀଶଙ୍କର ଗୋଚ୍ଛାୟତ, ଲିପିଶ୍ରୀ ପରିଡା, ପ୍ରତିମା ନାୟକ, ଟିକିନା ପରିଡା, ବେବି ବାରିକ, ପଞ୍ଚାନନ ବଳ, ସୁଧିର ସେନାପତି ପ୍ରଚାର ମୈଦାନରେ ସାମିଲ ହୋଇଥିବା ଜଣାଯାଇଛି । ତେବେ ଏହି ପ୍ରାର୍ଥିମାନଙ୍କୁ କଡ୍ଡା ଟକ୍କର ଦେବାଲାଗି ପ୍ରଚାର ମୈଦାନରେ ଏହି ଦଳର ବିଦ୍ରୋହୀ ଗୋଷ୍ଠିଙ୍କ ରଣହୁଙ୍କାର ଆରମ୍ଭ ହୋଇଯାଇଛି । ବିଗତ ୫ ବର୍ଷ ମଧ୍ୟରେ ଶାସନ କ୍ଷମତାରେ ରହି ଜନପ୍ରତିନିଧିମାନେ ଉନୟନ ମୂଳକ ଯୋଜନା ପ୍ରଣୟନ କରିବା ନାଁରେ ବ୍ୟାପକ ଦୂର୍ନୀତି କରିଥିବା ଆରୋପ କରିଛନ୍ତି । ବରିଷ୍ଠ ନେତା ପ୍ରଦୀପ ସାହୁ ଜନତା ଦଳ ଠାରୁ ଆରମ୍ଭ କରି ବିଜେଡିରେ ବିଗତ ୪୦ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ସହଯୋଗରେ ୧୯୯୯ ଓ ୨୦୦୨ରେ ବିଜେଡି କ୍ଷମତା ହାତେଇଥିଲା । ତେବେ ୨୦୧୨ ମସିହାରେ ଦଳୀୟ ସମର୍ଥନ ମିଳିନଥିଲେ ମଧ୍ୟ ସ୍ୱାଧିନ ଭାବେ ସରପଞ୍ଚ ପଦବୀ ହାତେଇ ପଞ୍ଚାୟତର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ ।୨୦୧୭ ମସିହା ନିର୍ବାଚନ ପରେ ଖୋଦ୍ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ବିଧାୟକ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ମାତ୍ର ଚଳିତ ନିର୍ବାଚନରେ ଦଳ ସୁଯୋଗ ନଦେବାରୁ ବାଧ୍ୟହୋଇ ନିଜର ଶତାଧିକ ସମର୍ଥକମାନଙ୍କ ସହଯୋଗରେ ପ୍ରାର୍ଥି ଦେଇଥିବା କହିଛନ୍ତି । ଲୋକଙ୍କ ସହିତ ତାଙ୍କ ଗୋଷ୍ଠି ରହିଛି ଏବଂ ବିଜୟୀ ହେଲେ ଲୋକଙ୍କ ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବିଦ୍ରୋହୀ ସରପଞ୍ଚ ପ୍ରାର୍ଥିଭାବେ ଜିତେନ୍ଦ୍ର କୁମାର ଯେନା ଓ ସମିତି ସଭ୍ୟା ପ୍ରାର୍ଥିନୀଭାବେ କବିତା ସାହୁ ସଂପ୍ରତି ପ୍ରଚାର ମୈଦାନରେ ଘରଘର ବୁଲି ଭୋଟରଙ୍କ ପ୍ରିୟପାତ୍ର ହେଉଥିବା ଜଣାଯାଇଛି । ବିପ୍ଳବ ନାୟକ, ନିରାକାର ସେନାପତି, ଗୌରାଙ୍ଗ ଚନ୍ଦ୍ର ଜେନା, ନନ୍ଦକିଶୋର ଜେନା, ରବିନ୍ଦ୍ର ସାହୁ, ବ୍ରଜମୋହନ ସେନାପତି, ସୁରେନ୍ଦ୍ର ପତି, ଗୁରୁପଦ ସାୁ, ଉମାକାନ୍ତ ନାୟକ, ଭଗବାନ ସାହୁ, ଆଲୋକ ସାହୁ, ରୋହିତ ମହାଳିକ, କୈଳାସ ମହାରଣା, ଭାଗିରଥି ସାହୁ ପ୍ରମୁଖ ପଚାରରେ ସାମିଲ ହୋଇଛନ୍ତି । ଏଠାରେ ସୂଚନା ଥାଉକି, ଏହି ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲର ମୋଟ୍ ୯ଟି ପଞ୍ଚାୟତ ମଧ୍ୟରୁ ମୁକୁନ୍ଦପୁର ଓ ମହରମପୁରରେ ବିଦ୍ରୋହୀ ପ୍ରାର୍ଥି ଦେଇଥିବା ବେଳେ ସିନ୍ଦୋଳରେ ଦଳୀୟ ସମର୍ଥନରୁ ବାଦ୍ ପଡିଥିବା ଏକ ଗୋଷ୍ଠି ବିକାଶ ମଞ୍ଚ ନାମରେ ଲଢେଇ କରୁଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |