ଦୌଲତପୁୁରରେ ବିଜେପି ବିଦ୍ରୋହୀ ପ୍ରାର୍ଥିଙ୍କ ପ୍ରଚାର ଜୋରଦାର |

395

କଟକ(ଉତ୍କଳ ନିଉଜ )୦୨/୦୨/୨୦୧୨ : କ୍ଷମତା ଓ ଅର୍ଥ ଲୋଭରେ ଶାସକ ଦଳରେ ଦଳୀୟ କନ୍ଦଳ ଓ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ବିଦ୍ରୋହୀ ପ୍ରାର୍ଥିମାନେ ମୈଦାନକୁ ଆସୁଥିବା ବହୁ ନଜିର ରହିଛି । ପରନ୍ତୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏହି ଟ୍ରେଣ୍ଡ ଉଭୟ ଶାସକ ଓ ବିରୋଧି ଦଳୀୟ ପ୍ରାର୍ଥିୀଙ୍କୁ ବିରୋଧ କରି ସମାନ୍ତରାଳ ପ୍ରାର୍ଥି ଦେଇ ଲଢୁଥିବାର ଦେଖିବାକୁ ମିଳୁଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ଅର୍ଦ୍ଧାଧିକ ପଞ୍ଚାୟତରେ ଏପରି ବିଦ୍ରୋହୀ ପ୍ରାର୍ଥିଙ୍କ ପାଦୃଭାବ ଦେଖାଦେଇଛି । ଅନେକ ସ୍ଥାନରେ ଏହି ବିଦ୍ରୋହୀ ପ୍ରାର୍ଥିଙ୍କ ଦବଦବା ମଧ୍ୟ ଜୋରଦାର ହେଉଛି । ଦଳୀୟ ପ୍ରାର୍ଥିଙ୍କୁ ପଛରେ ପକାଇ ଏହି ବିଦ୍ରୋହୀ ପ୍ରାର୍ଥିମାନେ ପ୍ରଚାର ଓ ପ୍ରସାରର ବହୁ ଆଗରେ ଅଛନ୍ତି । ଗତ ନିର୍ବାଚନରେ ମଧ୍ୟରେ ମୁକୁନ୍ଦପୁର, ପାଳିଆ ଓ ଅଚକ ପଞ୍ଚାୟତରେ ବିଦ୍ରୋହୀ ପ୍ରାର୍ଥିମାନେ ବିଜୟୀ ହୋଇଥିଲେ । ଏହାକୁ ବିଚାରକୁ ନେଲେ ଚଳିତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଦଳରେ ଯେଉଁ ଗୋଷ୍ଠି କନ୍ଦଳ ଦେଖା ଦେଇଛି ସେଥିରୁ ବିିଦ୍ରୋହୀ ପ୍ରାର୍ଥିମାନେ ଫାଇଦା ନେବା ବେଶ ବାରି ହେଉଛି । ଏହି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ବିଜେପି ବିଦ୍ରୋହୀ ପ୍ରାର୍ଥିଙ୍କ ପ୍ରଚାର ଜୋରଦାର ହେଉଥିବା କୁହାଯାଉଛି । ସରପଞ୍ଚ ପ୍ରାର୍ଥି ଭାବେ ସୁବାଶ ମୁଦୁଲୀ ଓ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ଶକୁନ୍ତଳା ବାରିକ ମୈଦାନରେ ଉଭା ହୋଇ ଭୋଟରଙ୍କ ପ୍ରିୟଭାଜନ ହେବାରେ ଲାଗି ପଡିଛନ୍ତି । କେତେକ ପୁରୁଖା ନେତାଙ୍କୁ ଧରି ଗାଁ ଗଣ୍ଡାରେ ପ୍ରଚାର କରୁଛନ୍ତି । ୨୦୦୭-୧୨ ଏବଂ ୨୦୧୨-୧୭ ମସିହା ପର୍ଯ୍ୟନ୍ତ ବିଜେପି ସମର୍ଥିତ ସରପଞ୍ଚ ବିଜୟୀ ହୋଇଥିଲା । ମାତ୍ର ଶେଷ ପାଳିରେ ବିଜେପିର ଅଧୋପତ୍ତନ ଘଟିବା ସହିତ ୨୦୧୭ରେ ବିଜେଡି ପଞ୍ଚାୟତ ଦଖଲ କରିଥିଲା ।

ଏହି ସମୟରେ ଶାସକ ଦଳର ପତିଆରାକୁ ବିରୋଧ କରିବା ସହିତ ଦଳୀୟ ସଂଗଠନକୁ ମଜବୁତ କରିବାରେ ଏହି ମୁଦୁଲି ପରିବାର ସମେତ ବହୁ ନେତାଙ୍କ ହସ୍ତକ୍ଷେପ ରହିଥିଲା । ଏବଂ ଏହି ମୁଦୁଲି ପରିିବାର ଦଳୀୟ ଆଶାୟୀ ପ୍ରାର୍ଥି ଭାବେ ଦୃଢ ଦାବିଦାର ଥିବାବେଳେ ଦଳ ଜଣେ ନବାଗତକୁ ପ୍ରାର୍ଥି କରିଥିବାରୁ ସେ ନିଜର ସଂଗଠକ ଓ ସମର୍ଥକଙ୍କୁ ନେଇ ପ୍ରାର୍ଥି ଭାବେ ଉଭା ହୋଇଛନ୍ତି । ଲୋକଙ୍କ ଆଶିର୍ବାଦ ମିଳିଲେ ପଞ୍ଚାୟତର ବହୁବିଧ ଉନ୍ନତି କରିବା ସହ ପଞ୍ଚାୟତବାସୀଙ୍କ ସୁଖସୁଃଖରେ ପୂର୍ବପରି ସାମିଲ ରହିବେ ବୋଲି ଶ୍ରୀ ମୁଦୁଲି ପ୍ରତିଶୃତି ଦେଇଛନ୍ତି । ଦୌଲତପୁର ଗାଁରେ ପ୍ରଚାରରେ ସୁଧାରଞ୍ଜନ ମହାନ୍ତି, ଜୟୀରାମ ମୁଦୁଲି, ରାମଚନ୍ଦ୍ର ଦାସ, ବାଇଧର ମୁଦୁଲି, ବାବୁ ଓଝା, ସୁବାଶ ବାରିକ, କାର୍ତ୍ତିକ ସାହୁ, ବିଜୟ ବାରିକ, ଦୀପକ ମହାନ୍ତି, ଶ୍ରୀକାନ୍ତ ବାରିକ, ବଂଶିଧର ଜେନା, ମମତା ମୁଦୁଲି ପ୍ରମୁଖ ସାମିଲ ହୋଇଥିଲେ ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |