ସିନ୍ଦୋଳରେ ଘରଘର ବୁଲି ପ୍ରଚାର କରୁଛନ୍ତି ଉଚ୍ଚଶିକ୍ଷିତା ବୋହୁ।

369

କଟକ(ଉତ୍କଳ ନିଉଜ )୦୧/୦୨/୨୦୨୨ : ରାଜନୀତି କାହା ପାଇଁ ନିଶା ତ ଆଉ କାହା ପାଇଁ ପେଷା । ଏମିତି ବି ଅନେକ ଅଛନ୍ତି ସେବା କରିବାର ମନୋବୃତ୍ତି ନେଇ ରାଜନୀତିକୁ ମାଧ୍ୟମ ଭାବେ ବାଛି ଥାଆନ୍ତି । ଯିଏ ଯେମିତି ହେଉନା କାହିଁକି ରାଜନୀତ ମୈଦାନରେ ସମସ୍ତଙ୍କୁ ଯୁଦ୍ଧର ସାମନା କରିବାକୁ ପଡିଥାଏ । କେଉଁଠି ଯୋଗ୍ୟ ଅଯୋଗ୍ୟଙ୍କ ମଧ୍ୟରେ ଲଢେଇ ହୋଇଥାଏ ତ ଆଉ କେଉଁଠି ସମଦକ୍ଷତା ଥିବା ପ୍ରାର୍ଥିଙ୍କ ମଧ୍ୟରେ ଲଢେଇ ହୋଇଥାଏ । ହେଲେ ନିର୍ଣ୍ଣାୟକ ନିଷ୍ପତି ନେଇଥାନ୍ତି ଭୋଟର ଜନାର୍ଦ୍ଦନ । ଏପରି ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତରେ । ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ତ୍ରିମୁଖି ଲଢେଇ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଉଚ୍ଚଶିକ୍ଷିତା ମହିଳା କଂ୍‌ଗ୍ରେସ ସମର୍ଥିତ ପ୍ରାର୍ଥିନୀଭାବେ ଉଭାହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଶିକ୍ଷିତା ମହିଳା ହେଉଛନ୍ତି ପୂର୍ବତନ ବିଧାୟକ ଜଗବନ୍ଧୁ ଦାସଙ୍କ ଝିଅ ଏବଂ କ୍ୟାପଟେନ୍ ମାନସ ଦାସଙ୍କ ଧର୍ମପତ୍ନୀ ତପସ୍ୱିନୀ ଦାସ । ତପସ୍ୱିନୀ ଉଚ୍ଚଶିକ୍ଷିତା ଓ ଏକ ରକ୍ଷଣଶୀଳ ପରିବାରର ବୋହୁ ହୋଇଥିଲେ ମଧ୍ୟ ତାଙ୍କର ରାଜନୀତି ସମ୍ପର୍କରେ ବିଶେଷ ଜ୍ଞାନ ରହିଛି । କାରଣ ତାଙ୍କ ବାପା ବିଧାୟକ ଥିବା ସମୟରେ ସେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶିବା ଏବଂ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ଗୁଡିକୁ କିପରି ସେମାନଙ୍କ ପାଖରେ ପହଁଞ୍ôଚପାରିବ ସେଥିପାଇଁ ସେ ଅନେକ ସମୟରେ ବିବ୍ରତ ହୋଇ ପଡନ୍ତି ।

 ଜୀବନରେ ଲୋକଙ୍କ ସହଭାଗିତା ହେବାର ଏକାମାତ୍ର ମାଧ୍ୟମ ରାଜନୀତି । ଏହାରି ଜରିଆରେ ଦୂର୍ନୀତ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ସହିତ ଏକ ସ୍ୱଚ୍ଛ ସମାଜ ଗଠନ କରାଯାଇ ପାରିବ ବୋଲି ସେ ଆଶାବାଦୀ ହୋଇ ଚଳିତ ନିର୍ବାଚନରେ ପାଦ ଥାପିଛନ୍ତି । ଏହି ପଞ୍ଚାୟତର ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ଆବାସ ଯୋଜନା, ରେସନ କାର୍ଡ ଆଦି ସରକାରୀ ଯୋଜନା ସଠିକ ଭାବେ କାର୍ଯ୍ୟାକରୀ ହେଉନଥିବା ମୁଦ୍ଦା କରି ପ୍ରଚାର ଚଳାଇଛନ୍ତି । ଜନଗଣଙ୍କ ସମର୍ଥନ ପାଇଲେ ସେ ଏହି ପଞ୍ଚାୟତକୁ ଏକ ସରସ ସୁନ୍ଦର ପଞ୍ଚାୟତରେ ପରିଣତ କରିବା ସହିତ ପଞ୍ଚାୟତବାସୀଙ୍କ ନିକଟରେ ଉତ୍ତରଦାୟୀ ରହିବେ ବୋଲି କହିଛନ୍ତି । ତାଙ୍କ ପ୍ରଚାରରେ ସମିତି ସଭ୍ୟ ପ୍ରାର୍ଥି ଦୀପକ ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବରିଷ୍ଠ ମୀନକେତନ ସେନାପତି, ଗୋରାବାବୁ ସାହା, ମକରନ୍ଦ ଶତପଥି, ମୀନକେତନ ସ୍ୱାଇଁ, ଲକ୍ଷ୍ମୀଧର ଦାସ, କପିଳେନ୍ଦ୍ର ପରିଡା, ଇନ୍ଦ୍ରମଣି ଦାସ, ସନ୍ତୋଷ ଦାସ,  ଅର୍ଜୁନ ମଳିକ, ପ୍ରକାଶ ଗୋଚ୍ଛାୟତ, ଭାଗିରଥି ବେହେରା, ରବିନାରାୟଣ ନାୟକ, ଶ୍ରୀକାନ୍ତ ଜେନା, ଟିକିଲୀ ମିଶ୍ର, ରମାକାନ୍ତ ବାରିକ, ଘନଶ୍ୟାମ ପରିଡା, ଲକ୍ଷ୍ମୀ ଜେନା ପ୍ରମୁଖ ସାମିଲ ହୋଇ ପରିବର୍ତ୍ତନର ବାର୍ତ୍ତା ବାଣ୍ଟୁଛନ୍ତି ।

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |