ତାଳପଦାରେ ବିଜେଡି, ବିଜେପି ଓ ମହାମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦିତା ।

392

କଟକ(ଉତ୍କଳ ନିଉଜ) ୩୦/୦୧/୨୦୨୨ : ଭଦ୍ରକ ଜିଲ୍ଲା ଧାମନଗର ବିଧାନ ସଭା ମଣ୍ଡଳୀ ତିହିଡି ବ୍ଲକ ତାଳପଦା ପଞ୍ଚାୟତରେ ସଂପ୍ରତି ତ୍ରୀମୁଖି ଲଢେଇ ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ପ୍ରାର୍ଥି ଦେଇଥିବା ବେଳେ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେପି ମଧ୍ୟରେ ମହାମେଣ୍ଟ କରାଯାଇ କେବଳ ସରପଞ୍ଚ ପ୍ରାର୍ଥି ଦିଆଯାଇଛି । ଗୋଟିଏ ପଟେ ବିଜେଡି ତାର ତାର ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ପ୍ରାର୍ଥିଙ୍କୁ ନେଇ ମୈଦାନରେ ଉଭା ହୋଇଥିବା ବେଳେ ବିଜେପିର ଉଭୟ ପ୍ରାର୍ଥି ଦେଇଥିଲେ ମହାମେଣ୍ଟରେ କିଛି ବିଜେପି ବିଦ୍ରୋହୀ ଗୋଷ୍ଠି ସାମିଲ ହୋଇଥିବା ପରିଲକ୍ଷିତ ହେଉଛି । ବିଜେଡି ତାର ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିଥିବା ବେଳେ ବିଜେପିର ଭୋଟ୍ ବ୍ୟାଙ୍କ ଭାଗ ହୋଇ ଯିବାର ସମ୍ଭାବନା ଦେଖା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ଦଳୀୟ ପ୍ରାର୍ଥି ଦେଇନଥିଲେ ମଧ୍ୟ ପୂର୍ବ ନିର୍ବାଚନ ପରି ସମସ୍ତ ଦଳର ବିଦ୍ରୋହୀଙ୍କୁ ନେଇ ଯେଉଁ ପଞ୍ଚାୟତ ମହାମେଣ୍ଟ ଗଠନ କରିଛି ତାର ମଧ୍ୟ ଦବଦବା ଦେଖିବାକୁ ମିଳୁଛି । ଏପରିସ୍ଥଳେ ଦଳୀୟ ଭୋଟ କେଉଁ ପ୍ରାର୍ଥି ପାଖକୁ କେତେ ଯିବ ତାକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି ପ୍ରାର୍ଥି ଓ ଛାମୁଆମାନେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ମହାମେଣ୍ଟ ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲେ ମଧ୍ୟ ମେଣ୍ଟକୁ ସଫଳତା ମିଳିଥିଲା । ଏବଂ ସେହି ମେଣ୍ଟରେ ସରପଞ୍ଚ ହୋଇଥିବା ପ୍ରମୋଦ ବେହେରା ଏବର ମେଣ୍ଟର ମଧ୍ୟ ନେତୃତ୍ୱ ନେଉଥିବା ଜଣାଯାଇଛି । ଅନ୍ୟପଟେ ବିଜେଡି ପଞ୍ଚାୟତରେ ଗତ ୫ ବର୍ଷ ମଧ୍ୟରେ କ୍ଷମତାରେ ନଥିଲେ ମଧ୍ୟ ସାଂସଦ ଓ ବିଧାୟକଙ୍କ ଉଦ୍ୟମରେ ବହୁବିଧ ଯୋଜନା ପ୍ରଣୟନ କରିପାରିଛି । କାନ୍ତକବିଙ୍କ ସ୍ମୃତି ମନ୍ଦିର, ସମାଧି ପୀଠ, ପାଠାଗାର, କଲ୍ୟାଣ ମଣ୍ଡପ ସହିତ ରାସ୍ତା ଘାଟ, ଦଶମୌଜା କେନାନର ସଂସ୍କାର ଆଦି କାର୍ଯ୍ୟକ୍ରମ ହାତକୁ ଏବଂ ପଞ୍ଚାୟତବାସୀଙ୍କ ଉପରେ ଆମର ଭରଷା ଥିବା ବିଜେଡି ଦାବି କରିଛି । ଅନ୍ୟପଟେ ବିଜେପି କେନ୍ଦ୍ର ସରକାରଙ୍କ ବହୁ ଲୋକାଭିମୁଖି ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚାବା ସହ ଏକ ଆଦର୍ଶ ଓ ଦୂର୍ନତୀମୁକ୍ତ ପଞ୍ଚାୟତ ଗଠନ କରିବ ବୋଲି ମତ ରଖିଛି । ସେହିପରି ମହାମେଣ୍ଟ ପ୍ରାର୍ଥି କ୍ଷମତାକୁ ଆସିଲେ ପଞ୍ଚାୟତର ପ୍ରତ୍ୟେକଟି ଲୋକଙ୍କ ପହଂଚିବା ସହ ସେମାନଙ୍କ ସୁଖଦୁଃଖର ସାଥି ହୋଇ ରହିବ ବୋଲି ପ୍ରତିଶୃତି ଦେଇଛି ।

ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀଭାବେ ପୂର୍ବତନ ସରପଞ୍ଚ ଜୟଶ୍ରୀ ବେହେରା ଓ ସମିତି ସଭ୍ୟ ପ୍ରାର୍ଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ଆଇନ୍‌ଜୀବି ଚିନ୍ତାମଣି ଦାସ ନିଜ ସମର୍ଥକ ତଥା ନିଦ୍ୱନ୍ଦରେ ୱାର୍ଡଭାବେ ନିର୍ବାଚିତ ହୋଇଥିବା ରଞ୍ଜିତା ସେଠୀ, ଚୈତନ୍ୟ ବେହେରା ଓ ରଜନୀରାଣୀ ମହାପାତ୍ର, ସମିତି ସଭ୍ୟ ପ୍ରିୟଙ୍କା ଜେନା, ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ମିଶ୍ର, ଆଇନ୍‌ଜୀବି ଗୌରହରି ମହାନ୍ତି, କୃପାସିନ୍ଧୁ ଖୁଣ୍ଟିଆ,ଦିଲ୍ଲିପ ପଣ୍ଡା, ଲକ୍ଷ୍ମୀଧର ମାଝୀ, ବାସନ୍ତୀ ଜେନା, ମାଳତୀ ମାଝୀ, ନିର୍ମଳ ମାଝୀ, ରବିନ୍ଦ୍ର ପୃଷ୍ଟି ଓ ଦୈତାରୀ ସେଠୀ ପ୍ରମୁଖ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ଦମୟନ୍ତୀ ନାୟକ ଓ ସମିତି ସଭ୍ୟ ପ୍ରାର୍ଥି ସାରସ ନାୟକ ସେମାନଙ୍କ ସମର୍ଥକ ଗଙ୍ଗାଧର ସାହୁ, ହରେକୃଷ୍ଣ ସାହୁ, ତାପସ ବେହେରା, ପ୍ରଫୁଲ ସାହୁ, ମାନସ ବେହେରା, ସୁଜିତ ଜେନା, ଚଗଲା ଜେନା, ଗୟାଧର ତ୍ରିପାଠୀଙ୍କ ସହ ପ୍ରଚାରରେ ମାତିଛନ୍ତି ।

ଅନ୍ୟପପଟେ ମହାମେଣ୍ଟର ସରପଞ୍ଚ ପ୍ରାର୍ଥିନୀଭାବେ ଦେବଶ୍ରୀ ପଣ୍ଡା ନିଜ ସମର୍ଥକ ସୁନିତା ଜେନା, ଉର୍ବଶୀ ବଳ, ସୁରତୀ ଦାସ, ସୁମିତ୍ରା ମଳିକ, କ୍ଷୀରଦ ମିଶ୍ର, ପ୍ରତାପ ବେହେରା, ଜୟୀରାମ ବେହେରା, ମୁରଲୀଧର ସାହୁ, ଧନେଶ୍ୱର ପାଢୀ, ବାବୁ ମହାପାତ୍ର ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖଙ୍କୁ ନେଇ ଜୋରଦାର ପ୍ରଚାର ଚଳେଇଛନ୍ତି । ତେବେ ଏହି ତିନି ଜଣ ପ୍ରାର୍ଥି ନିଜର ସମର୍ଥର୍କଙ୍କ ସହ କିଏ କେତେ ପରିମାଣରେ ଭୋଟ ହାତେଇ ପାରିବ ତାହା ନିର୍ବାଚନ ପରେ ଜଣା ପଡିବ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |