ଘରଘର ବୁଲି ସମର୍ଥନ ସାଉଁଣ୍ଟୁଛନ୍ତି ଶ୍ରଦ୍ଧାପ୍ରକାଶ |

317

କଟକ(ଉତ୍କଳ ନିଉଜ )୨୯/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥି ଶ୍ରଦ୍ଧାପ୍ରକାଶ ନାୟକ । ଜଣେ ଯୁବ ସଂଗଠକ ତଥା ପିତାଙ୍କର ରାଜନୈତିିକ ଗଡରେ ଘରଘର ବୁଲି ସମର୍ଥନ ସାଉଁଣ୍ଟୁଛନ୍ତି । ତାଙ୍କ ସହିତ ସମିତି ସଭ୍ୟା ପ୍ରାର୍ଥି ମଧୁସ୍ମିତା ନାୟକଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ପ୍ରମୁଖ ଭୋଟରଙ୍କୁ ଭେଟି ଚଳିତ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ନିବେଦନ କରୁଛନ୍ତି । ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର ପ୍ରଥମ ସରପଞ୍ଚ ଥିଲେ ଶ୍ରଦ୍ଧାପ୍ରକାଶଙ୍କ ବାପା ଦିବ୍ୟସିଂ ନାୟକ । ତାଙ୍କ ସମୟରେ ସ୍ଥାନୀୟ ଅଞ୍ଚଳରେ ବହୁବିଧ ଉନ୍ନତିକର ଯୋଜନା ପ୍ରଣୟନ ହୋଇଥିଲା । ଗତ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା ଏବଂ କଂଗ୍ରେସ ଦଳର ନେତ୍ରୀ ମଧ୍ୟ ସରପଞ୍ଚ ପବଦୀ ହାତେଇଥିଲେ । ରାଜନୈତିକ ଚକ୍ରବ୍ୟୁହରେ ଫସାଇ ଶାସକ ଦଳର ନେତାମାନେ ତାଙ୍କୁ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୋଜନା ପ୍ରଣୟନରେ ସହଯୋଗ କରୁନଥିବା ଦର୍ଶାଇ ପଦବୀରୁ ବହିଷ୍କୃତ କରାଇଛନ୍ତି । ଯାହା ଫଳରେ ସରକାରୀ ଅନୁଦାନ ଆସିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏପରି ହୀନ ଚକ୍ରାନ୍ତକୁ ପଞ୍ଚାୟତବାସୀ ଠିକ୍ ବୁଝି ସାରିଛନ୍ତି ।

ତାହାର ଜବାବ୍ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏଥିସହ ଜଣେ ଯୁବ ସଂଗଠକ ଭାବେ ଭୋଟରଙ୍କ ନିକଟରେ ନିଜର ସ୍ୱତନ୍ତ୍ର ଆଭିମୁୁଖ୍ୟ ରଖିଛନ୍ତି ଏବଂ ନିର୍ବାଚନରେ ବିଜୟୀ ହେଲେ ସେ ପଞ୍ଚାୟତବାସୀଙ୍କ ଦୁଃଖସୁଖରେ ଭାଗିଦାର ହେବେ ବୋଲି ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି । କନାଟିଆ ଓ ବଙ୍ଗାଳିପଡା ଗାଁର ପ୍ରଚାର ମଇଦାନରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ସରପଞ୍ଚ ପ୍ରତାପ ସାହୁ, ବରିଷ୍ଟ ନେତା ବିଷ୍ଣୁ ଚରଣ ମହାନ୍ତି, ସୁରେନ୍ଦ୍ର ସାହୁ, ସେକ୍ ଅବଦୁଲ୍ଲା, ଭାଗି ନାୟକ, କିଶୋର ଚନ୍ଦ୍ର ରାଉଳ, ଚନ୍ଦ୍ରମଣି ନାୟକ, ସମ୍ପଦ ମଳିକ, ମହେଶ୍ୱର ମହାଳିକ, କୈଳାସ ମଳିକ, ଗଜେନ୍ଦ୍ର ମଳିକ, ପଦୁ ମଳିକ, ଭେଲେଣ୍ଟିନା ସାହୁ, ସବିତା ନାୟକ, ଝିଲିଲତା ସେଠୀ, ସାମ୍ୟପ୍ରକାଶ ନାୟକ, ଶୋଭାପ୍ରକାଶ ନାୟକ, ସତ୍ୟପ୍ରକାଶ ନାୟକ, ମଧୁସୂଦନ ମଳିକ, ରବିନ୍ଦ୍ର ମହାଳିକ, ଭରତ ମହାନ୍ତି, ଚିନ୍ତାମଣି ସାହୁ, ଚଗିଲି ଦାସ, ସୁଭମ ପାତ୍ର, ବିିକ୍ରମ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |