ଭୋଟ ପାଇଁ ବିଧାୟକଙ୍କ ଦଳୀୟ ପ୍ରାର୍ଥୀଙ୍କୁ ଶପଥ ପାଠ, ସୋସିଆଲ ମିଡ଼ିଆରେ ହେଉଛି ଭିଡିଓ ଭାଇରାଲ।

161

କଟକ(ଉତ୍କଳ ନିଉଜ)୨୮/୦୧/୨୦୨୨ : ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ପାଇଁ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠି ଶପଥ ପାଠ କରାଉଥିବା ଭିଡିଓ ଭାଇରାଲ ହେଉଛି। ଖୋଦ ବିଧାୟକ ନିଜ ଦଳର ଗୋଷ୍ଠୀ କନ୍ଦଳର ସମାଧାନ କରିବାକୁ ଯାଇ ନିଜ କର୍ମୀ ଓ ସମର୍ଥକମାନଙ୍କୁ ବାବା ଖିଲାଟେଶ୍ବରଙ୍କ ନାମରେ ଶପଥ କରାଇ ନିଜର ଦଳର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟ କରାଇବାକୁ ଚେତାବନି ମଧ୍ୟ ଦେଇଛନ୍ତି। ସୁଚନା ଅନୁଯାୟୀ ଧାମନଗର ବ୍ଲକ କରଦା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଟିକେଟକୁ ନେଇ ଦୁଇ କର୍ମୀ ମଧ୍ୟରେ ବିବାଦ ଦିର୍ଘଦିନ ଧରି ଲାଗି ରହିଥିଲା। ଯାହାର ସମାଧାନ ପାଇଁ ବିଧାୟକ ବିଷ୍ଣୁ ସେଠୀ ନେଇଛନ୍ତି ଏପରି ପଦକ୍ଷେପ। ତେବେ ଏଇ ଘଟଣା ପରେ ଧାମନଗର ରାଜନୈତିକ ପାଣିପାଗ ସରଗରମ ହେବା ସହ ଏଇ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କିନ୍ତୁ ଏହି ଘଟଣାଟି କେବେ ଓ କେଉଁଦିନ ହୋଇଛି ତାହା ଅସ୍ପଷ୍ଟ ରହିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |