ସିନ୍ଦୋଳରେ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବ ବିକାଶ ମଞ୍ଚ!

448

କଟକ(ଉତ୍କଳ ନିଉଜ )୨୬/୦୧/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନ ସଂପ୍ରତି ଚର୍ଚ୍ଚାରେ ରହିଛି । ଏହି ପଞ୍ଚାୟତରେ ଶାସକ ବିଜେଡି ଓ ବିରୋଧି କଂଗ୍ରେସକୁ ବିକାଶ ମଞ୍ଚ ମୁକାବିଲା କରିବ ବୋଲି ବେଶ ବାରି ହେଉଛି । ଶାସକ ବିଜେଡି ଓ ବିରୋଧି କଂଗ୍ରେସ ଦଳ ନିଜର ସମର୍ଥିତ ପ୍ରାର୍ଥି ଦେଇଥିବା ବେଳେ ବିଜେପି ଦଳ ସିଧାସଳଖ ସମର୍ଥିତ ପ୍ରାର୍ଥି ଘୋଷଣା ନକରି ସିନ୍ଦୋଳ ପଞ୍ଚାୟତ ବିକାଶ ମଞ୍ଚ ବେନରରେ ପ୍ରାର୍ଥି ଦେଇଛି । ଏବଂ ସେଥିରେ ବିଜେପି ସହିତ ଅସନ୍ତୁଷ୍ଟ ବିଜେଡିର ଏକ ଗୋଷ୍ଠି ମିଳିତଭାବେ ପଞ୍ଚାୟତ ଦଖଲ କରିବାକୁ ପଣ କରିଥିବା ଜଣାଯାଇଛି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀଭାବେ ସୁପ୍ରଭା ପାଣି ଓ ସମିତି ସଭ୍ୟ ପ୍ରାର୍ଥି ଭାବେ ପୂର୍ବତନ ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ ମୈଦାନରେ ଉଭା ହୋଇ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀମତୀ ପାଣି ଏବର ସରସଞ୍ଚବୈକୁଣ୍ଠନାଥ ପାଣିଙ୍କ ଭାଇବୋହୁ ତଥା ହିମାଂଶୁ ଶେଖର ପାଣିଙ୍କ ଧର୍ମପତ୍ନୀ । ରାଜନୀତିରେ ପରାକାଷ୍ଟା ବଜାୟ ରଖି ପାରିଥିବା ବୈକୁଣ୍ଠନାଥଙ୍କ ଉପରେ ଭରଷା କରି ଦଳ ସମର୍ଥନ କରିଥିବା ଜଣାଯାଇଛି । ସିନ୍ଦୋଳ ପଞ୍ଚାୟତର ବିକାଶର ଧାରା ବଜାୟ ରଖିବା ପାଇଁ ବୈକୁଣ୍ଠନାଥଙ୍କ ଭାଇବୋହୁ ଓ ସମିତି ସଭ୍ୟଙ୍କ ବାଜିମାତ୍ କରିବା ଲକ୍ଷ୍ୟରେ ବରିଷ୍ଠ ନେତା ହରିହର ସେନାପତି, କପିଳେନ୍ଦ୍ର ବାରିକ, ଶ୍ରୀଧର ବାରିକ, ପ୍ରଦୀପ ଦାସ, ଭାଗିରଥି ସ୍ୱାଇଁ, ସୟଦ୍ କାଲା, ରାଜଶ୍ରୀ ଦାସ, ସନାତନ ପରିଡା ଓ ଅନିରୁଦ୍ଧ ଦାସ ପ୍ରମୁଖ ରାଜନୀତିର ପ୍ରକୃତ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଲୋକଙ୍କ ସୁଖଦୁଃଖର ସାଥିରେ ରହିଥିବାରୁ ବିଗତ ୩ଟି ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଅବହେଳିତ ହୋଇ ପଡିରହିଥିବା ଏହି ଅବିଭକ୍ତ ସିନ୍ଦୋଳ ପଞ୍ଚାୟତରେ ବହୁବିଧ ଉନ୍ନତି ମୂଳକ ଯୋଜନା ପ୍ରଣୟନ କରାଯାଇଛି । ପାନୀୟ ଜଳ ଯୋଗାଣ ଯୋଜନା ନିମନ୍ତେ ସିନ୍ଦୋଳ, ମଙ୍ଗଳପୁର, ସନ୍ଥପୁରା, ନୁଆସାହି ଓ କମାରିଆରେ ବୃହତ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିସହ ବିଭିନ୍ନ ସ୍କୁଲ, ଅଙ୍ଗନୱାଡି ଓ କମ୍ୟୁନିଟ୍ ସେଣ୍ଟରୁ ପାନୀୟ ଜଳ ଯୋଗାଣ କରାଯାଇଛି । ସନ୍ଥପୁରାରେ ବ୍ଲକ ସ୍ତରୀୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ନୂଆସାହିରେ ୨ କୋଟିରୁ ଉର୍ଦ୍ଧା ଟଙ୍କାରେ ବାତ୍ୟା ଆଶ୍ରୟ ସ୍ଥଳ, ମେଗା ପାନୀୟ ଜଳ ଯୋଗାଣରେ ସାମିଲ କରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବିଭିନ୍ନ ଗାଁକୁ ସଂଯୋଗିକରଣ କରିବା ଯଥା ନୂଆସାହି, କନାଟିଆ-ମଙ୍ଗଳପୁର, ଫତେପୁର ଛକରୁ ନୂଆପାଟଣା ଭାୟା ଗନ୍ଧର୍ବପୋଖରୀ ଦେଇ କନାଟିଆ ପର୍ଯର୍୍ୟନ୍ତ ଲମ୍ବିବା ନେଇ ବ୍ୟୟ ମଞ୍ଜୁର କରିବା, ମାନପଣ୍ଡା ଛକରୁ ନୂଆସାହି ଆଦି ଅର୍ନ୍ତଭୁକ୍ତ ରହିଛି ।

ସେହିପରି ଗୁଡୁପାଳରୁ କେଳାସାହି ପର୍ଯ୍ୟନ୍ତ ଖାଡେଙ୍ଗା କେନାଲରର ଗୋଟିଏ ପାଶ୍ୱର୍ରେ ରାସ୍ତା ନିର୍ମାଣ, ଦଶମୌଜା କେନାଲରେ ଆଡିବନ୍ଧ ସହିତ ଚାଷୀଙ୍କ ପାଇଁ ଯାତାୟତ ନିମନ୍ତେ ଫୁଟ୍ ବ୍ରିଜ୍ ନିର୍ମାଣ କରିବା, ଲୋ-ଭୋଲଟେଜରୁ ମୁକ୍ତି ନିମନ୍ତେ ଆରୁଆରେ ସବ୍‌ଷ୍ଟେସନ ସ୍ଥାପନ, ବିଭିନ୍ନ ଗାଁ ଗଣ୍ଡାରେ ୨୦ରୁ ଉର୍ଦ୍ଧ ଟ୍ରାନ୍ସଫର୍ମର ସ୍ଥାପନ, ଷ୍ଟାଣ୍ଡପୋଷ୍ଟ ଜରିଆରେ ୪୦ଗୋଟି ଉଜ୍ଜଳ ଆଲୋକିିକରଣ ସହିତ ବିଭିନ୍ନ ଗାଁରେ ୩୦ଟି ଲାଇଟ୍ ପୋଷ୍ଟ ଖଞ୍ଜାଯାଇଛି । ସେହିପରି କମାରିଆସ୍ଥିତ ଏପିଏସପଏସ ବ୍ଲକ ଗ୍ରାଣ୍ଟ ହାଇସ୍କୁଲକୁ ୫-ଟି ଯୋଜନାରେ ସାମିଲ କରିବା, ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନାରୁ ୩୦ ଲକ୍ଷ ଟଙ୍କାର ଅନୁଦାନ ସର୍ବୋପରି ପଞ୍ଚାୟତ କାର୍ଯ୍ୟାଳୟର ଉପରତାଲା ନିର୍ମାଣ ଆଦି ସଫଳତା ବୋଲି ଦାବି କରିବା ସହିତ ଚଳିତ ନିର୍ବାଚନରେ ଭୋଟର ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଚୟନ କରିବେ ବୋଲି ଆଶା କରିଛି ବିଜେଡି । କଂଗ୍ରେସ ସମର୍ଥିତ ପ୍ରାର୍ଥିନୀଭାବେ ପୂର୍ବତନ ବିଧାୟକଙ୍କ କନ୍ୟା ଜଗବନ୍ଧୁ ଦାସଙ୍କ କନ୍ୟା ତଥା କ୍ୟାପଟେନ୍ ମାନସ କୁମାର ଦାସଙ୍କ ଧର୍ମପତ୍ନୀ ତପସ୍ୱିନୀ ଦାସ ଓ ଅନୁସୂଚିତ ଜାତିର ବ୍ଲକ ଅଧ୍ୟକ୍ଷ ଦୀପକ ଦାସ ପ୍ରଚାର ମୈଦାନରେ । ଏକ ଦୂର୍ନୀତିମୁକ୍ତ ପଞ୍ଚାୟତ ଗଠନ କରିବା ଲକ୍ଷ୍ୟରେ ଏହି ପ୍ରାର୍ଥିମାନେ ଅଣ୍ଟା ଭିଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ସଠିକ୍ ଭାବେ ଲୋକଙ୍କ ନିକଟରେ ପହଁଞ୍ଚାଇବା, ପଦବୀ ହାତେଇବା ପରେ ପିସି ଶୂନ୍ୟ ପଞ୍ଚାୟତ ଗଠନ କରିବା ଜନକଲ୍ୟାଣରେ ମନୋନିବେଶ କରିବା ଲାଗି ବଦ୍ଧ ପରିକର ହୋଇଛନ୍ତି । ତେବେ ୩ ଥର ନିର୍ବାଚିତ ହୋଇଥିବା ଶାସକ ଦଳ ବିଜେଡିକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଏହି ପ୍ରାର୍ଥିମାନେ । ନଳକୂପରୁ ସ୍ୱଚ୍ଛ ପାନୀୟ ଜଳ ମିଳୁନଥିବା ଏବଂ ଆବଶ୍ୟକ ମୁତାବକ ନଳକୂପ ସ୍ଥାପନ କରାଯାଇନଥିବା ସର୍ବୋପରି ଯାହାବି ରହିଛି ସେଗୁଡିକୁ ନିୟମିତ ମରାମତି କରାଯାଉନଥିବା ଆରୋପ କରାଯାଇଛି । ପାଇପ୍ ଲାଇନ୍ ଯୋଗେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ପ୍ରକଳ୍ପ ଲୋକଙ୍କ ପିଇବା ପାଣିଭାବେ ବ୍ୟବହାର ଉପଯୋଗି ହୋଇପାରୁନି ଏବଂ ବାରମ୍ବାର ବୋରୱେଲ୍ ସ୍ଥାପନ କରାଯାଉଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବାରୁ ଉକ୍ତ ଜଳ ଯୋଗାଣ କେବଳ ନାମକୁ ମାତ୍ର ବୋଲି ଅଭିଯୋଗ କରିଛନ୍ତି । କଂଗ୍ରେସ ସମର୍ଥିତ ପ୍ରାର୍ଥିମାନେ କ୍ଷମତାକୁ ଆସିଲେ ସେସବୁର ସୁଧାର ଅଣାଯାଇ ଏକ ପିସି ଶୂନ୍ୟ ପଞ୍ଚାୟତ ଗଠନ କରାଯିବ ବୋଲି ମୁଖ୍ୟ ମୁଦ୍ଦା ରଖାଯାଇଛି । ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ମୀନକେତନ ସେନାପତି, ଗୋରାବାବୁ ସାହା, ସନ୍ତୋଷ ଦାସ ଓ