ଦୌଲତପୁରରେ ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥିଙ୍କୁ ନେଇ ଚାଲିଛି ଅଙ୍କକଷା |

377

କଟକ(ଉତ୍କଳ ନିଉଜ)୨୪/୦୧/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ରାଜନୈତିକ ପାଣିପାଗ ଗୋଳିଆ ହେବାରେ ଲାଗିଛି । ଉଭୟ ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥିଙ୍କୁ ନେଇ ଚାଲିଛି ଅଙ୍କକଷା । ବିଗତ ୩ଟି ତ୍ରିସ୍ତରୀୟ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ସଂଘର୍ଷ ଦେଖିବାକୁ ମିଳିଥିଲା ଏହି ପଞ୍ଚାୟତରେ । ଚଳିତ ନିର୍ବାଚନରେ କିନ୍ତୁ ପାଣପାଗ ବଦଳି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଉଭୟ ପରସ୍ପର ପ୍ରତିଦ୍ୱନ୍ଦି ଦୁଇ ଦଳର ବିଦ୍ରୋହୀ ପ୍ରାର୍ଥିଙ୍କୁ ନେଇ ସମ୍ମିକରଣ ବଦଳିବାର ଆଶଙ୍କା ଦେଖାଦେଇଛି । ଉଭୟ ଦଳକୁ ଦୁଇ ବଡ ଗୋଷ୍ଠି ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ଅଲଗା ଅଲଗା ପ୍ରାର୍ଥି ଦେଇଛନ୍ତି । ଦିନଥିଲା ଏହି ଦୌଲତପୁର ପଞ୍ଚାୟତ ବାମପନ୍ଥୀଙ୍କ ଗଡ ଥିଲା । ୨୦୦୭ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ବିଜେପି ସମର୍ଥିତ ପ୍ରାର୍ଥି ଏହି ଗଡକୁ ନିଜ ଦଖଲରେ ରଖିଥିଲେ ।

ପଞ୍ଚାୟତର ମୁଣ୍ଡି ନେତାଙ୍କ ପାରିବାପଣିଆ ଅଭାବରୁ ତଥା ସାଂଗଠନିକ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହେବା କରଣରୁ ୨୦୧୭ ସମିହାରେ ବିଜେଡି ସମର୍ଥିତି ପ୍ରାର୍ଥି୍ ପଞ୍ଚାୟତ ଦଖଲ କରିଥିଲେ । କ୍ଷମତା ହାତେଇବା ପରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚାଇବା ସହିତ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ଆଞ୍ଚଳିକ ସ୍ତରରେ ବହୁବିଧ ବିକାଶ ସାଧିତ କରିବାରେ ସଫଳ ହୋଇ ପାରିଛନ୍ତି । ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ଦଳରେ ଆଶାୟୀ ପ୍ରାର୍ଥିଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ବିଶୃଙ୍ଖଳା ଦେଖାଯାଇଛି । ଦଳୀୟ ସମର୍ଥନ ହାତେଇ ନିର୍ବାଚନ ଲଢିବାକୁ କେହି କାହାରିକୁ ଛାଡିବା ସ୍ଥିତିରେ ନଥିଲେ । ବିଳମ୍ବରେ ହେଲେ ମଧ୍ୟ ପ୍ରଭାତ ମିଶ୍ରଙ୍କୁ ମିଳିଛି ଦଳୀୟ ସମର୍ଥନ । ତେବେ ଦିର୍ଘଦିନ ଧରି ଆଶାୟୀ ଭାବେ ଅଣ୍ଟ ଭିଡିଥିବା ଟାଣୁଆ ସଂଗଠନ ଶଶିକାନ୍ତ ନାୟକ ବିଦ୍ରୋହୀ ପ୍ରାର୍ଥିଭାବେ ଉଭାନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ତାଙ୍କର ଭୋଟର ଲିଷ୍ଟରେ ନାମ ନଥିବାରୁ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ନାମାଙ୍କନ କରିଛନ୍ତି । ଅନ୍ୟପଟେ ଦଳୀୟ ସମର୍ଥନ ମିଳିବାର ସମ୍ଭାବନା ନଥିବା ଦେଖି ଅନ୍ୟଜଣେ ସଂଗଠକ ସନାତନ ମିଶ୍ର ଦଳ ଛାଡି ବିଜେପିରେ ମିଶିଛନ୍ତି ।

ଏବଂ ଉକ୍ତ ଦଳର ସମର୍ଥନ ପାଇ ସେ ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିଛନ୍ତି । ହେଲେ ଏହାକୁ ବିରୋଧ କରି ବିଜେପି ଅନ୍ୟ ଏକ ଗୋଷ୍ଠିର ନେତା ସୁବାଶ ମୁଦୁଲୀ ବିକାଶ ମଞ୍ଚ ନାଆଁରେ ସରପଞ୍ଚ ଭାବେ ନାମାଙ୍କନ କରିଛନ୍ତି । ଏହି ପ୍ରାର୍ଥିମାନେ ନିଜ ନିଜର ସମର୍ଥକମାନଙ୍କୁ ନେଇ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଯେମିତି ଲାଗୁଛି ଏହି ଟ୍ରେଣ୍ଡ ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରହେ ତେବେ ତାହାହେଲେ ୪ ଜଣ ପ୍ରାର୍ଥିଙ୍କ ଭୋଟ ହାର ପାଖାପାଖି ରହିବ ବୋଲି ପଞ୍ଚାୟତବାସୀ ଆକଳନ କରୁଛନ୍ତି । ମୋଟାମୋଟି କହିବାକୁ ଗଲେ ଦୌଲତପୁର ପଞ୍ଚାୟତର ଭୋଟ ଏବେ ୪ ଭାଗରେ ବିଭକ୍ତ ହୋଇ ଯାଇଛି । ଏମାନଙ୍କ ମଧ୍ୟରୁ ଯାହାଙ୍କୁ ସିଂହ ଭାଗ ସମର୍ଥନ ମିଳିବ ସେ ପଦବୀ ହାତେଇ ପାରିବ ବୋଲି ସମିକ୍ଷାରୁ ବେଶ ବାରି ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |