ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ଷଡଯନ୍ତ୍ର:ଭୋଟିଂ ମେସିନ ଜବତ କରିନେବାକୁ ସେନାଧିକାରୀଙ୍କୁ ଦେଇଥିଲେ ନିର୍ଦେଶ|

160

କଟକ(ଉତ୍କଳ ନ୍ୟୂଜ଼)୨୨/୧/୨୦୨୨ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧରେ ବଡ ଖୁଲାସା | ଆମେରିକାର ନ୍ୟାସନାଲ ଆର୍କାଇଭ ପକ୍ଷରୁ ସାମ୍ନାକୁ ଆସିଛି ଟ୍ରମ୍ପଙ୍କର ଷଡଯନ୍ତ୍ର | କ୍ଷମତାର ମୋହକୁ ଟ୍ରମ୍ପଙ୍କୁ କିପରି ବେଆଇନ କାମ କରିବାକୁ ପ୍ରେରିତ କରିଥିଲା |ସୂଚନା ମୁତାବକ,୨୦୨୦ ରାଷ୍ଟ୍ରପତି ନିର୍ବାଚନ ବେଳକୁ ଡୋନାଲଡ ଟ୍ରମ୍ପଙ୍କ ନିର୍ଦେଶରେ ହ୍ୱାଇଟ ହାଉସ ପକ୍ଷରୁ ଡ୍ରାଫ୍ଟ ଏକଜିଊଟିଭ ଅର୍ଡର ପ୍ରସ୍ତୁତ କରାଯାଇଥିଲା |ଏହାର ଆଧାରରେ ନ୍ୟାସନାଲ ଆର୍କାଇଭ ପକ୍ଷରୁ ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି |ଏହି ରିପୋର୍ଟ ଅନୁଯାଇ,ଡୋନାଲଡ ଟ୍ରମ୍ପ ନିର୍ବାଚନ ହାରିବା ପରେ ଭୋଟିଂ ମେସିନ ଜବତ କରିବାକୁ ଆମେରିକାର ଜଣେ ଶୀର୍ଷ ସେନାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଟ୍ରମ୍ପ |ହ୍ୱାଇଟ ହାଉସ ପକ୍ଷରୁ ଏ ନେଇ ଲିଖିତ ଆଦେଶ ମଧ୍ୟ ଜାରିରହିଥିଲା |ଟ୍ରମ୍ପଙ୍କ ପ୍ରତି ଲୋକଙ୍କର ସମର୍ଥନ ନଥାଇ ମଧ୍ୟ ସେ କ୍ଷମତାରେ ରହିବାକୁ ଚାଁହୁଥିଲେ | କେବେଳ ଏତିକି ନୁହେ ଟ୍ରମ୍ପ ହ୍ୟାକ ମେସିନର ମଧ୍ୟ ସାହାଯ୍ୟ ନେଇଥିଲେ|ଏହାଛଡା ଟ୍ରମ୍ପ ଏହିସବୁ ଷଡଯନ୍ତ୍ରକୁ ଲୁଚେଇବାକୁ ଯାଇ ତଥା ଏହି ଘଟଣାକୁ ମୁକାବିଲା କରିବାକୁ ଯାଇ ଟ୍ରମ୍ପ ଜଣେ ଦକ୍ଷ ଓକିଲଙ୍କୁ ନିଯୁକ୍ତି ଦେଇଥିଲେ|ହେଲେ ଏନେଇ ଟ୍ରମ୍ପ କୌଣସି ପ୍ରମାଣ ରଖିନଥିଲେ|