ବିକାଶକୁ ନେଇ ମଙ୍ଗଳପୁରରେ ହେବ ରୋଚକ ଲଢେଇ

319

କଟକ(ଉତ୍କଳ ନିଉଜ) ୨୦/୦୧/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତରେ ଚଳିତ ନିର୍ବାଚନରେ ହେବ ରୋଚକ ଲଢେଇ । ଏହି ମୈଦାନରେ ଶାସକ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟ ଓ ଜାତୀୟ କଂଗ୍ରେସ ସମର୍ଥିତ ପ୍ରାର୍ଥି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ୩ ଜଣଯାକ ପ୍ରାର୍ଥି କେହି କାହାରିକୁ କୌଣସି ଗୁରଣରେ କମ୍ ନୃହଁନ୍ତି ବୋଲି ଅବିହିତ କରୁଛନ୍ତି । ୫ ବର୍ଷ ପୂର୍ବେ ନୂତନ ଭାବେ ଗଠିତ ହୋଇଥିବା ଏହି ମଙ୍ଗଳପୁର ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ ବିକାଶମୁଖି ପଞ୍ଚାୟତ ହେବବୋଲି ସମସ୍ତଙ୍କ ଆଶା ବିଶ୍ୱାସ ଥିଲା । ନୂତନ ପଞ୍ଚାୟତର ନିର୍ବାଚିତ ହୋଇଥିବା ସରପଞ୍ଚଙ୍କ ଉପରେ ଜନସାଧାରଣଙ୍କର ଆସ୍ଥା ଥିଲା । ହେଲେ ୫ ପୂରି ଯାଇଥିଲେ ମଧ୍ୟ ପଞ୍ଚାୟତର ଅବସ୍ଥା ନକହିଲେ ଭଲ ।

ପଞ୍ଚାୟତବାସୀଙ୍କ ବିକାଶ ତ ଦୂରର କଥା ଏଠି ପଞ୍ଚାୟତ କାର୍ଯ୍ୟାଳୟଟିଏ ମଧ୍ୟ ବିକାଶିତ ହୋଇ ପାରିଲା ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଉନ୍ନୟନ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ତାହା ବିନିଯୋଗ ହୋଇପାରିନାହିଁ । ଖାଲି ସେତିକି ନୁହେଁ ବିଭିନ୍ନ ସରକାରୀ ଯୋଜନା ଯାହା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ତାହା ସଠିକ୍ ଲୋକଙ୍କ ପାଖରେ ପହଞ୍ôଚପାରନଥିବା ବହୁ ହିତାଧିକାରୀ କ୍ଷୋଭର ପ୍ରକାଶ କରିଛନ୍ତି । ତେବେ ଦୂର୍ନୀତି ଏବଂ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅସାମର୍ଥତା କାରଣରୁ ତାଙ୍କୁ ପଦବୀରୁ କହିଷ୍କୃତ କରାଯିବା ଚର୍ଚ୍ଚାରେ ରହିଛି । ତେବେ ଚଳିତ ନିର୍ବାଚନରେ ଏହାକୁ ମୁଦ୍ଦା କରି ବିଜେଡି ସମର୍ଥିତ ପ୍ରାର୍ଥିନୀଭାବେ ପୁଷ୍ପାଞ୍ଜଳୀ ଲେଙ୍କା, ବିଜେପି ସମର୍ଥିତ ପ୍ରାର୍ଥିନୀଭାବେ ପୁଷ୍ପିତା ବଳ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥି ଭାବେ ଯୁବନେତା ଶ୍ରଦ୍ଧାପ୍ରକାଶ ନାୟକ ନିର୍ବାଚନ ମୈଦାନରେ ପାଦ ଥାପିଛନ୍ତି । ବିକାଶ ସମସ୍ତଙ୍କର ମୁଦ୍ଦା ହୋଇଥିବା ବେଳେ ପଞ୍ଚାୟତବାସୀଙ୍କୁ ବିକାଶ ସ୍ରୋତରେ ସାମିଲ କରିବା ଏବଂ ପଞ୍ଚାୟତର ଅବହେଳିତ ନଷ୍ପେସିତମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ତେବେ ଭୋଟରଙ୍କ ପାଖରେ କିଏ କେତେ ବିଶ୍ୱାସନୀୟ ହୋଇ ପାରିବ ତାହା ଆଗାମୀ ଦିନରେ ଜଣାପଡିବ ।

ବିଜେଡି ସମର୍ଥିତ ପ୍ରାର୍ଥିନୀଭାବେ ପୁଷ୍ପାଞ୍ଜଳୀ ଲେଙ୍କା ଓ ସମିତି ସଭ୍ୟା ପ୍ରାର୍ଥିନୀ ଶୁଭଦ୍ରା ଶତପଥି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ହରିହର ସେନାପତି, ହରିହର ଲେଙ୍କା, ଜୟୀରାମ ସେଠୀ, କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, କୈଳାସ ଦାସ, ମୁସେଇ ନାୟକ, ଲକ୍ଷ୍ମୀଧର ପାଣି, ରବି କୁମାର ମହାନ୍ତି, ପ୍ରହ୍ଲଦ ବଳ, ସୁରେନ୍ଦ୍ର ନାୟକ, ମହେଶ୍ୱର ବାରିକ, ରବିନ୍ଦ୍ର ଦାସ, ସେକ୍ ଅବଦୁଲ କାଲାମ ଆଜାଦ୍ ଖାଁ, ସେକ୍ ଅବଦୁଲ ସମିମ, ସେକ୍ ଅବଦୁଲ କୁଦୁଶ, ସୁଶାନ୍ତ ବାରିକ, ରଘୁନାଥ ନାୟକ, ହରିହର ମଳିକ, ପ୍ରଶାନ୍ତ ନାୟକ, ଦେବାଶିଶ ମହାଳିକ, ଚଗୁଲୁ ମହାଳିକ, ବିପିନ୍ ଦାସ, ଦୀନବନ୍ଧୁ ମଳିକ, ସଞ୍ଜୟ ମହାନ୍ତି ଓ ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେପି ସମର୍ଥିତ ପ୍ରାର୍ଥିନୀ ପୁଷ୍ପିତା ବଳଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଚାଟାର୍ଡ କନସଲଟାଣ୍ଟ ବିଜୟ କୁମାର ବଳ, ସମିତି ସଭ୍ୟ ବୁଧିରାମ ସେଠୀ, ଦେବେନ୍ଦ୍ର ମହାନ୍ତି, ସୁବାଶ ସେଠୀ, ଶ୍ୟାମସୁନ୍ଦର ଦାସ, ଚନ୍ଦ୍ରଶେଖର ମଲ୍ଲିକ, ସୌଦାମିନୀ ଦାସ, ବାସନ୍ତୀ ସେଠୀ, ଶସ୍ମିତା ସେଠୀ, ଚିନ୍ତାମଣି ସାହୁ, ରମେଶ ଚନ୍ଦ୍ର ପାତ୍ର, ନିର୍ମଳ ଦାସ, ଧନେଶ୍ୱର ସେଠୀ, ରତିକାନ୍ତ ମହାକୁଡ, ରାଧାରାଣୀ ଦାସ, କାଳନ୍ଦି ସେଠୀ, ଚନ୍ଦ୍ରଶେଖର ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |