ତିନି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟଙ୍କ ନାମାଙ୍କନ |

312

କଟକ(ଉତ୍କଳ ନିଉଜ) ୨୦/୦୧/୨୦୨୨ : ନାମାଙ୍କନ ପତ୍ର ଦାଖଲ ସମୟରେ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡିର ଦଳୀୟ କନ୍ଦଳ ଥିବା ବେଶ ବାରି ହୋଇଛି । ଅନେକ ସ୍ଥାନରେ ଦଳୀୟ ସମର୍ଥିତ ପ୍ରାର୍ଥିୀଙ୍କୁ ବିରୋଧ କରି ସମାନ୍ତରାଳ ପ୍ରାର୍ଥି ଦିଆଯାଇଥିବା ବେଳେ କେତେକ ସ୍ଥାନରେ ଅସନ୍ତୁଷ୍ଟମାନେ ମଞ୍ଚ ଗଠନ କରିଥିବା ଜଣାଯାଇଛି । ଏପରି ସ୍ଥିତି ଦେଖିବାକୁ ମିଳିଛି ଖୋଦ୍ ବାସୁଦେବପୁର ବିଧାୟକଙ୍କ ନିଜ ପଞ୍ଚାୟ ମୁକୁନ୍ଦପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ଦୌଲତପୁର ଓ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ବାରୋ ପଞ୍ଚାୟରେ । ମୁକୁନ୍ଦପୁର ପଞ୍ଚାୟତର ଦଳୀୟ ସମର୍ଥିତ ପ୍ରାର୍ଥିନୀ ମମତା ମହାଳିକ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସମାନ୍ତରାଳଭାବେ ତାଙ୍କୁ ବିରୋଧ କରି ଅସନ୍ତୁଷ୍ଟମାନେ ଶସ୍ମିତା ମଲିକଙ୍କୁ ପ୍ରାର୍ଥିନୀ ଭାବେ ନାମାଙ୍କନ କରାଇଛନ୍ତି । ଯାହାକୁ ନେଇ ମୁକୁନ୍ଦପୁର ପଞ୍ଚାୟତରେ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଛି ।

ତଥା ଜନଗଣଙ୍କ ସ୍ୱର୍ଥକୁ ଦୃଷ୍ଟିନଦେଇ ନିର୍ବାଚିତ ପ୍ରତିନିଧି ନିଜର ସ୍ୱାର୍ଥ ସାଧନ କରିଥିବାରୁ ଦଳୀୟ ସଂଗଠନ ଏବେ ଭୁଷୁଡି ଯାଇଛି । ଦଳୀୟ ପ୍ରାର୍ôଥ ଚୟନ ପାଇଁ ଗଠିତ ହୋଇଥିବା ପଞ୍ଚାୟତ ସ୍ତରୀୟ ୨୦ ଜଣିଆ କମିଟିର ମାତ୍ର ୫ ଜଣଙ୍କ ସମର୍ଥନରେ ବେଆଇନ୍ ଭାବେ ଯେଉଁ ପ୍ରାର୍ଥି ଚୟନ କରାଗଲା ତାହାକୁ ଘୋର ବିରୋଧ କରାଯିବା ଆଗାମି ଦିନରେ ଦଳକୁ ସୁଦୃଢ କରିବା ଲକ୍ଷ୍ୟରେ ଏପରି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ସେହିପରି ଦୌଲତପୁରରେ ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠି ଟାଣୁଆ ସଂଗଠକ ଶଶିକାନ୍ତ ନାୟକଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ଏବଂ ବାରୋ ପଞ୍ଚାୟତରେ ଗତକାଲି ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ମହାପାତ୍ର ଦଳୀୟ ସମର୍ଥିତ ପ୍ରାର୍ଥିଭାବେ ନାମାଙ୍କନ କରିଥିବା ବେଳେ ଆଜି ସାଂସଦଙ୍କ ପ୍ରତିନିଧି ତଥା ବରିଷ୍ଟ ନେତା ହରେକୃଷ୍ଣ ଜେନା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |