ଟାଙ୍ଗୀ ମଣ୍ଡଳ ବିଜେପିର ମିଶ୍ରଣ ପର୍ବ ସହ ପାର୍ଥି/ପାର୍ଥିନୀ ଚୟନ ।

282

କଟକ ( ଉତ୍କଳ ନିଉଜ୍ ) ୧୬/୦୧/୨୦୨୨ : ଟାଙ୍ଗିଚୌଦ୍ୱାର ବ୍ଲକ ମୁଖ୍ୟାଳୟ ତଥା ଟାଙ୍ଗୀ ମଣ୍ଡଳ ବିଜେପି ଅଧିନସ୍ଥ କୋଟସାହି ଓ କଂହେଇପୁର ପଞ୍ଚାୟତରେ ମିଶ୍ରଣ ପର୍ବ ଏବଂ ପାର୍ଥି/ପାର୍ଥିନୀଙ୍କ ନାମ ଘୋଷଣା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ତଥା ପ୍ରାକ୍ତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଅତିଥିଭାବେ ଯୋଗଦେଇ ବିକାଶ ଧାରା ବଜାୟ ରଖିବାକୁ ହେଲେ ପାର୍ଥି/ପାର୍ଥିନୀଙ୍କୁ ନିର୍ବାଚନରେ ଜିତାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ। ଉଭୟ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିବାବେଳେ ଶାସକ ଦଳରୁ ଗତଥର ପାର୍ଥି ହୋଇ ପରାଜିତ ହୋଇଥିବା ଯତୀନ ସାହୁ ସପତ୍ନୀକ ବିଜେପିରେ ସାମିଲ ହେବା ଓ ସରପଞ୍ଚ ଟିକେଟ ହାତେଇବା ଚର୍ଚ୍ଚାକୁ ଆସିଥିଲା।ମଣ୍ଡଳ ସଭାପତି ତଥା ଉଚ୍ଚପଦା ସରପଞ୍ଚ ବିରଜା ପ୍ରସାଦ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋଟସାହି ସରପଞ୍ଚ ପାର୍ଥିନୀ ଭାବେ ସୁମନ ପ୍ରଭା ସାହୁ ଓ କଂହେଇପୁର ସରପଞ୍ଚ ପାର୍ଥିନୀ ଭାବେ ଇତିଶୀ ମହାରଣାଙ୍କ ନାମ ଘୋଷିତ ହୋଇଥିଲା।

ସେହିପରି୧୨ନଂ ଜୋନ ଜିଲ୍ଲା ପରିଷଦ ପାର୍ଥି ଭାବେ ବିରଜା ପ୍ରସାଦ ରାଉତଙ୍କ ନାମ ଶ୍ରୀ ବେହେରା ଘୋଷଣା କରିଥିଲେ। କଟକ ଜିଲ୍ଲା ବିଜେପି ଆଇନ ସେଲ ଅଧ୍ୟକ୍ଷ ତାପସ ରଞ୍ଜନ ନାୟକ, ବରିଷ୍ଠ ବିଜେପି ନେତା ଚୌଧୁରୀ ହେମନ୍ତ ସାହୁ, ରମେଶ ଷଡଙ୍ଗୀ, ସତ୍ୟବ୍ରତ ସାହୁ ଓ ଆକାଶ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଟକ ଟାଙ୍ଗିରୁ ଡମ୍ବରୁଧର ବେହେରାଙ୍କ ରିପୋର୍ଟ ଉତ୍କଳ ନିଉଜ୍ |