ବିଜେପିର ମହାମିଶ୍ରଣ ପର୍ବରେ ଟାଣୁଆ ସଂଗଠକ ସନାତନ ମିଶ୍ରଙ୍କ ଘରବାହୁଡା |

555

କଟକ(ଉତ୍କଳ ନିଉଜ )୧୬/୦୧/୨୦୨୨ : ଆଗାମୀ ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଞ୍ଚଳ ରାଜନୀତି । ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବାକୁ ଥିବାବେଳେ ଅନେକ ପଞ୍ଚାୟତରେ ପ୍ରାର୍ଥୀ ଚୟନ ହୋଇ ପାରିନାହିଁ । ଏହରି ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ ଦଳରୁ ସମର୍ଥନ ପାଇବା ଆଶା କ୍ଷୀଣ ବୋଲି ଅନୁଭବ କରୁଛନ୍ତି ସେମାନେ ନିଜର ସମର୍ଥକଙ୍କ ସହ ଦଳ ଛାଡୁଛନ୍ତି । ବିଶେଷ କରି ତିହିଡି ବ୍ଲକର ଅନେକ ପଞ୍ଚାୟତରେ ଶାସକ ବିଜେଡି ଦଳରୁ ଅନେକ ଟିକେଟ ଆଶାୟୀ ନିରାଶ ହୋଇ ଅନ୍ୟ ଦଳରେ ସାମିଲ ହେବା ସହ କେତେକ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ କରିବାକୁ ସଜବାଜ ହେଲେଣି । ରବିବାର ଅପରାହ୍ନରେ ତିହିଡି ଟାଉନ ହଲରେ ବିଜେପି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଜଣେ ଟାଣୁଆ ସଂଗଠକ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିବା ଜଣାଯାଇଛି । ପୂର୍ବରୁ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିବା ଏହି ଟାଣୁଆ ନେତା ଦୌଳତପୁର ପଞ୍ଚାୟତର ସନାତନ ମିଶ୍ରଙ୍କ ଘରବାହୁଡା ହୋଇଥିବା କୁହାଯାଉଛି ।

ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ପଞ୍ଚାୟତର ୮୫ ପରିବାର ଅନ୍ୟଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି । ବିଜେଡି ଦଳରେ ଅଣନିସ୍ୱାସୀ ହୋଇ ନିଜର ସ୍ୱାଧିନତା ହରାଇଥିବା ଏହି ନେତା ଜଣକ ଦଳ ପରିବର୍ତ୍ତନ କରିବାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଯୁବନେତା ସଂଗ୍ରାମ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଅତିଥି ଭାବେ ଯୋଗଦେଇ ନବାଗତ ମାନଙ୍କୁ ପାଛୋଟି ନେବା ସହ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ସର୍ବାଧିକ ପଞ୍ଚାୟତ ଦଖଲ କରିବା ସହ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅକ୍ତିଆର କରିବ ବୋଲି ନେତାମାନେ ମତ ପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦୂର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଶଶିକାନ୍ତ ବିଶ୍ୱାଳ, ପ୍ରଦୀପ ବଳ, ବୁଦ୍ଧଦେବ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ସୀତାକାନ୍ତ ନାୟକ, ସୁବାଶ ସେଠୀ, ଶଶିକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନବାଗତମାନଙ୍କୁ ଉତ୍ସାହିତ କରିବା ସହିତ ପଞ୍ଚାୟତରେ ଦଳୀୟ ସ୍ଥିତିକୁ ମଜବୁତ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ହରିହର ଦାସ, ପ୍ରଭାତ ପଣ୍ଡା, ରଶ୍ମିକାନ୍ତ ପାଣିଗ୍ରାହୀ, କମଳାକାନ୍ତ ପରିହାରୀ, କୁଶ ଗୋଚ୍ଛାୟତ, ବିଜୟ ଲେଙ୍କା, ରମେଶ ମିଶ୍ର, ଲକ୍ଷ୍ମୀଧର ବଳ, ଶାନ୍ତନୁ ମହାନ୍ତି, ଦେବୁ ମିଶ୍ର, ଅମୁଲ୍ୟ ପାଢୀ, ବିକାଶ ସେଠୀ, ପ୍ରହ୍ଲାଦ ବିର୍‌, ରେଣୁକା ରାୟ, ବାସନ୍ତୀଲତା ମହାନ୍ତି, କନକଲତା ମହାନ୍ତି, ଶୁଭଲକ୍ଷ୍ମୀ ବାରିକ, ନରହରି ଜେନା, ପୂର୍ଣ୍ଣଚନ୍ଦ୍ର ଗାହାଣ, ଗଙ୍ଗାଧର ବାରିକ, ରାଜେନ୍ଦ୍ର ପରିହାରି, ଦୟାନିଧି ବାରିକ, କିର୍ତ୍ତୀମୟ ମିଶ୍ର, ଅଭିମନ୍ୟୁ ପରିହାରି, ଗଜେନ୍ଦ୍ର ଯେନା, ମଦନ ସେନାପତି, ରଶ୍ମୀକାନ୍ତ ନାୟକ, ଗାନ୍ଧୀ ବେହେରା ଓ ସଞ୍ଜୟ ବେହେରା ପ୍ରମୁଖ ଶତାଧିକ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି । ପୂର୍ବତନ ସରପଞ୍ଚ ଜୟବାଙ୍ଗଲା ବେହେରା, ପରିକ୍ଷିତ ମହାନ୍ତି, ଚଗଲା ବଳ, ମହେନ୍ଦ୍ର ପାଢୀ ଓ ଜଗଦିଶ ବଳ ଦୌଲତପୁର ପଞ୍ଚାୟତ ଟାଣୁଆ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |