ଗୁଆମାଳ ବିଜେଡିର ସାଂଗଠନିକ ବୈଠକ ଓ ପ୍ରାର୍ଥୀ ଘୋଷଣା

533

କଟକ(ଉତ୍କଳ ନିଉଜ )୧୬/୦୧/୨୦୨୨ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଳକ ଅଧିନ ଗୁଆମାଳ ପଞ୍ଚାୟତର ବିଜେଡି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହେବା ସହିତ ଦଳୀୟ ସମର୍ଥିତ ପ୍ରାର୍ôଥନୀଙ୍କ ନାମ ଘୋଷଣା କରାଯାଇଛି । ସରପଞ୍ଚ ଭାବେ ସ୍ୱର୍ଣ୍ଣଲତା ଜେନା ଏବଂ ସମିତିସଭ୍ୟା ଭାବେ ଝିଲ୍ଳୀ ସାମଲଙ୍କ ନାମ ଆନୁଷ୍ଠାନିକକ ଭାବେ ଘୋଷଣା କରାଯାଇଛି । ବିଗତ ୩ଟି ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତ ବିଜୁ ଜନତା ଦଳ ଦଖଲରେ ରହିଆସିଅଛି । ଗତ ନିର୍ବାଚନରେ ସରପଞ୍ଚ ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରଦୀପ ପଣ୍ଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ପଦଟି ମଧ୍ୟ ବିଜେଡି ଦଖଲରେ ରହିଛି । ତାଙ୍କ କାର୍ଯ୍ୟକାଳରେ ପଞ୍ଚାୟତରେ ବହୁବିଧ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟର ନବୀକରଣ ସହିତ ଫାଟକର ତୋରଣ ନିର୍ମାଣ, ପଞ୍ଚାୟତ ବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମ୍ବୁଲାନ୍ସ ସେବା, କଲ୍ୟାଣ ମଣ୍ଡପ, ଆଖିଦୃଶିଆ ସ୍ମଶାନ ଘାଟ, ବିଦ୍ୟୁତ ସେବା ନବୀକରଣ, ମହିଳା ମହାସଂଘ ପାଇଁ ମିଶନ ଶକ୍ତି ଗୃହ ସହ ରାଜସ୍ୱ ମୌଜାରେ ଗୋଷ୍ଠିକେନ୍ଦ୍ର, ଦଶମୌଜା କେନାଲରେ ଫୁଟ ବ୍ରି୍ରଜ୍‌, ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ସମେତ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ତା କରାଯାଇଛି ।

ଏହିସବୁ କାର୍ଯ୍ୟ ପଞ୍ଚାୟତବାସୀଙ୍କୁ ଆକୃଷ୍ଠ କରିଛି । ତେବେ ଆଗାମୀ ତ୍ରସ୍ତରୀୟ ନିର୍ବାଚନରେ ଏପରି ସେବା ଜାରି ରଖିବା ପାଇଁ ବିଜେଡିର ପଞ୍ଚାୟତ କମିଟି, ମହିଳା ମହାସଂଘ, ଯୁବଗୋଷ୍ଠିଙ୍କ ମତ ନିର୍ବିଶେଷରେ ଉପରୋକ୍ତ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେଇଥିବା କୁହାଯାଇଛି । ବରିଷ୍ଠ ନେତା ତଥା ପଞ୍ଚାୟତ ସଭାପତି ସୁରେଶଚନ୍ଦ୍ର ମହାନ୍ତିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସାଂଗଠନିକ ବୈଠକ ଓ ପ୍ରାର୍ଥୀ ଘୋଷଣା ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ଅଜୟ ପ୍ରଧାନ, ପ୍ରମୋଦ ନାୟକ, ପୂର୍ବତନ ସମିତିସଭ୍ୟ ପର୍ଶୁରାମ ପାଣିଗ୍ରାହୀ, ଶ୍ରୀଧର ରାୟ ପ୍ରମୁଖ ଯୋଗଦେଇ ଦଳ ସପକ୍ଷରେ ଭୋଟଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟ ମା’ଦୂର୍ଗା ମହିଳା ମହାସଂଘର ପୂର୍ବତନ ସଭାନେତ୍ରୀ ସରସ୍ୱତୀ ମିଶ୍ର, ପୂର୍ବତନ ସରପଞ୍ଚ ଗୌରାଙ୍ଗ ଜେନା, ରତ୍ନାକର ଦାସ, ମୃତ୍ୟୁଞ୍ଜୟ ଉଦ୍‌ଗାତା, ବାପୁ ପାଢ଼ୀ,

ବିଜନ ପାଣିଗ୍ରାହୁୀ, ଅଜୟ ପାଢ଼ୀ, ଘନଶ୍ୟାମ ବେହେରା, ଶୁଭମ ପାଣିଗ୍ରାହୀ, ଦିଲ୍ଲୀପ ପାଢ଼ୀ, ଅଜୟ ସେଠୀ ପ୍ରମୁଖ ବିଜେଡି ସମର୍ଥିତ ପ୍ରାଥୀନି ମାନେ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବା ପାଇଁ କାର୍ଯ୍ୟାକରିବାକୁ ଆହ୍ୱାନ ଦେଇଥିଲେ । ନିରଞ୍ଜନ ମିଶ୍ର, ଶୁସାନ୍ତ ଜେନା, ଭକ୍ତହରି ଜେନା, ବିଜୟ ଜେନା, ରୁଜାତା ପଣ୍ଡା, ରୁକ୍ମଣୀ ପାଣିଗ୍ରାହୀ, ସଂଯୁଲତା ମଲିକ, ଦମୟନ୍ତୀ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |