ଶ୍ୟାମସୁନ୍ଦର ଓ ଅଚକ ପଞ୍ଚାୟତ ବିଜେଡିର ପ୍ରାର୍ଥୀ ଘୋଷଣା |

311

କଟକ(ଉତ୍କଳ ନିଉଜ) ୧୫/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ଓ ଅଚକ ପଞ୍ଚାୟତର ବିଜେଡି ପକ୍ଷରୁ ଆୟୋଜିତ ସାଂଗଠାନିକ ବୈଠକରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ତଳଦୁମୁକା ଗ୍ରାମର ରାଧାମୋହନ ମନ୍ଦିର ପରିସରରେ ପଞ୍ଚାୟତ ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂଗଠାନିକ ବୈଠକରେ ସରପଞ୍ଚ ଝରଣା ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନାକୁ ଗାଁ ଗାଁଣ୍ଡାରେ ପହଞ୍ଚାଇବା ସହ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଭୀମସେନ ବାରିକ, ଦୀନବନ୍ଧୁ ଖିଲାର, ଗୌରହରି ପଣ୍ଡା, ସୁରେନ୍ଦ୍ର ଦାସ, ସୁରେଶ ଓଝା, ଅରୁପା ନନ୍ଦ ଖିଲାର, ସଞ୍ଜୟ ନାୟକ, ପ୍ରଦୀପ କୁମାର ପରିଡା, ସୁଧାଜର ପରିଡା, ଟିକାୟତ ନାୟକ, ନୃସିଂହ ଚରଣ ବାରିକ, ନିରଞ୍ଜନ ବାରିକ, ଭାସ୍କର ବାରିକ, ସୁବାଷ ବାରିକ, ବାସୁଦେବ ବାରିକ, ମନମୋହନ ମଳିକ ପୂର୍ଣ୍ଣଚନ୍ଦ୍ର ଦାସ, ଅନନ୍ତ ଦାସ, ସୁଧାକର ବେହେରା, ଉପେନ୍ଦ୍ର ମଳିକ, ମନୋରଂଜନ ମଳିକ, ବାବାଜୀ ମିଶ୍ର, ଭୀମସେନ ପ୍ରଧାନ, ଶିଶିର ପରିଡା, ସୁବାସ ମଳିକ, ସନାତନ ଦାସ, ମାଗୁଣି ମଳିକ, ଦୀନବନ୍ଧୁ ମଳିକ, ପାର୍ଥ ସାରଥୀ ଦାସ ଓ ଶ୍ରୀ ଚରଣ ମଳିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବିକାଶର ମନ୍ତ୍ର ପଢି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାବୁ ଆହ୍ୱାନ ଦେଇଥିଲେ ।

ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପବିତ୍ର ମୋହନ ମଳିକ ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ମମିଲତା ମଳିକଙ୍କ ନାମ ଘୋଷଣା କରାଯାଇଥିଲା । ଏହାକୁ ଦଳର ଷ୍ଟାଣ୍ଡିଙ୍ଗ କମିଟିର ଅନୁମୋଦନ ପାଇଁ ପଠାଯାଇଛ । ପଞ୍ଚାୟତର ୨୨ଟି ୱାର୍ଡର ଦଳୀୟ କର୍ମୀମାନେ ସାଙ୍ଗଠନିକ ବୈଠକରେ ଉପସ୍ଥିତରହି ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ କରିଥିବା ଦଳପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅଚକ ପଞ୍ଚାୟତ ବିଜେଡିର ପକ୍ଷରୁ ପଞ୍ଚାୟତ ସଭାପତି ଅକ୍ଷୟ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟବେକ୍ଷକ ତଥା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ଗୁଆମାଳ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ବିଜେଡି ନେତା ଗଣେଶ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ଦଳୀୟ କର୍ମୀମାନେ ଏକ ମନ ହୋଇ ଘର ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମକୁ ଭୋଟରମାନଙ୍କ ନିକଟରେ ପହଞ୍ଚାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଚକ ପଞ୍ଚାୟତ ବିଜେଡି ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ଭାବେ ବିଜେଡି ନେତା ଗଣେଶ ପ୍ରସାଦ ବିଶ୍ୱାଳଙ୍କ ପତ୍ନୀ ପ୍ରେମଲତା ବିଶ୍ୱାଳ ଓ ସମିତିସଭ୍ୟା ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ମାଧବିଲତା ଭୋଇଙ୍କ ନାମ ପର୍ଯ୍ୟବେକ୍ଷକ ସୁଶ୍ରୀ ନାୟକ ଘୋଷଣା କରିଥିଲେ ।

ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଶାନ୍ତ ସାହାଣୀ, ସନ୍ତୋଷ ମହାରଣା, କାଳନ୍ଦୀ ମୁଦୁଲି, ମାନସ ସାହୁ, ବିମ୍ବାଧର ସେଠୀ, ତରଣୀ ଭୋଇ, ଦୁର୍ଗା ପ୍ରସାଦ ଭୋଇ, ସୂର୍ଯ୍ୟକାନ୍ତ ଭୋଇ, ତାଜୁ ସାହା, ମକୁ ସାହା, ରାଜୁ ସାହା, ସୟଦ ଅନୱାର, ଚିତ୍ତରଂଜନ ମଳିକ, ପ୍ରଦୀପ କୁମାର ମହାଳିକ ପ୍ରମୁଖ ନେତା ଓ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |