ଅଚକ ପଞ୍ଚାୟତର ସ୍ୱାଧିନ ପ୍ରାର୍ôଥ ଶ୍ରୀମତି ନାଥ ସରପଞ୍ଚ ଓ ରଶ୍ମୀତା ସାହୁ ସମିତି ସଭ୍ୟା ଭାବେ ନିର୍ବାଚନ ଲଢ଼ିବେ |

317

କଟକ(ଉତ୍କଳ ନିଉଜ) ୧୫/୦୧/୨୦୨୨ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମାନେ ସେମାନଙ୍କର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ନାମାଙ୍କନ ପାଇଁ ପ୍ରସ୍ତୁତି ଚୁଡାନ୍ତ କଲେଣି । କେତେକ ପଞ୍ଚାୟତରେ ଦଳୀୟ ବିବାଦ କାରଣରୁ ଆଜିଯାଏ ପ୍ରାର୍ଥୀ ଚୟନ ହୋଇ ପାରିନଥିବା ବେଳେ ଅନେକ ପଞ୍ଚାୟତରେ ସ୍ୱାଧିନ ପ୍ରାର୍ଥୀ ନିଜର ଦବ୍‌ଦବା ଜାହିର କରିବା ସହ ମୈଦାନରେ ଉଭା ହୋଇ ସାରିଛନ୍ତି । ଏପରି ସ୍ଥଳେ ଆଜି ଅଚକ ପଞ୍ଚାୟତ ପାଇଁ ସରପଞ୍ଚ ଓ ସମିତି ସଭ୍ୟା ଭାବେ ୨ ଜଣ ସ୍ୱାଧିନ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କୌଣସି ରାଜନୈତିକ ଦଳ ଅଥବା ଦଳୀୟ ନେତାଙ୍କ ଉପରେ ଭରସା ନକରି ସ୍ୱାଧିନ ଭାବେ ପ୍ରାର୍ଥୀ ଦେଇ ପଞ୍ଚାୟତ ଦଖଲ କରିବାକୁ କେତେକ ଯୁବ ଗୋଷ୍ଠି ଓ ସମାଜସେବୀ ଏପରି ନଷ୍ପତ୍ତି ନେଇଛନ୍ତି । ପଞ୍ଚାୟତକୁ ସ୍ୱଛ ଓ ଦୂର୍ନୀତିମୁକ୍ତ କରିବା ପାଇଁ କୌଣସି ଦଳୀୟ ବେନରରୁ ନିର୍ବାଚନ ନଲଢ଼ି ଏପରି ସ୍ୱାଧିନ ଭାବେ ନିର୍ବଚାନ ଲଢ଼ିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଯୁବନେତା ସୁବାଶ ନାଥଙ୍କ ଆବାହକତ୍ୱରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବା ସହ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସରପଞ୍ଚ ପ୍ରାର୍ଥୀ ଭାବେ ନନ୍ଦପୁର ଅଞ୍ଚଳର ଶ୍ରୀମତି ନାଥଙ୍କୁ ସର୍ବସମ୍ମତି କ୍ରମେ ଚୟନ କରା ଯାଇଥିବା ବେଳେ ସମିତିସଭ୍ୟା ପ୍ରାର୍ଥୀ ଭାବେ ସାନ୍ତରାପୁର ଭୋଇସାହି ଅଞ୍ଚଳର ରଶ୍ମୀତା ସାହୁଙ୍କୁ ଚୟନ କରାଯାଇଛି । ଉଭୟ ପ୍ରାର୍ଥୀଙ୍କ ନାମ ସର୍ବ ସମ୍ମତି କ୍ରମେ ଘୋଷଣା ହେବା ପରେ ସମର୍ଥକ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ପଞ୍ଚାୟତକୁ ଦୂର୍ନୀତି ମୁକ୍ତ କରିବା ସହ ଲୋକ ମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗୁରୁତ୍ୱ ଦେବେ ବୋଲି ଉଭୟ ପ୍ରାର୍ଥୀ ଘୋଷଣା କରିଥିଲେ । ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଥିବା ବେଳେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା ହୋଇ ସାରିଛି । କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ସ୍ୱାଧିନ ପ୍ରାର୍ଥୀ ସରପଞ୍ଚ ଭାବେ ବିଜୟୀ ହୋଇଥିବା ବେଳେ ଚଳିତ ବର୍ଷ ଏପରି ଫଳାଫଳ ହେବା ଆକଳନ କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |