ଅସହିଷ୍ଣୁତାର ସୀମା ପାର, ରାଜନୈତିକ ମନ୍ଦ ଉଦ୍ଦେଶ୍ଯରେ ଚୁରମାର କରିଦେଲେ ଶ୍ମଶାନର ଭିତ୍ତିଭୂମି।

568

କଟକ(ଉତ୍କଳ ନିଉଜ) ୦୨/୦୧/୨୦୨୨ : ଅସହିଷ୍ଣୁତାର ସୀମା ପାର, ରାଜନୈତିକ ମନ୍ଦ ଉଦ୍ଦେଶ୍ଯ ରଖି ଚୁରମାର କରିଦେଲେ ଶ୍ମଶାନର ଭିତ୍ତିଭୂମି। ଅବହେଳିତ ଘଣ୍ଟେଶ୍ୱରର ମିଥ୍ୟା ଡିଣ୍ଡିମ ପିଟୁଥିବା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଶ୍ମଶାନର ବିଭିନ୍ନ ଉନ୍ନୟନ ମୂଳକ ଭିତ୍ତିଭୂମିକୁ ରାତିରେ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ପାଟଣାରେ। ଏଠାରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ସାର୍ବଜନୀନ ଶ୍ମଶାନ ଗୃହ ସମେତ ଶ୍ମଶାନଗାର ନିର୍ମାଣ ହୋଇଥିଲା।

ମାତ୍ର ବିରୋଧି ରାଜନୈତିକ ଗୋଷ୍ଠି ଅସହିଷ୍ଣୁତା ହୋଇ ରାତାରାତି ଗ୍ରୀଲ ସମେତ ପାଚେରୀ ଓ ଫୁଲ ଗଛଗୁଡ଼ିକୁ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ପରିସରରେ ପଡିଥିବା ମଦ ବୋତଲ ଏହାର ପ୍ରମାଣ ଦେଉଥିବା ଜିଲ୍ଲା ପରିଷଦ ସଭ୍ଯ ବିବେକାନନ୍ଦ ଦିକ୍ଷୀତଙ୍କ ସମେତ ଗଗନ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯେକୌଣସି ଉପାୟରେ ଦୁର୍ବୁତ୍ତମାନଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |