ବିଧାୟକଙ୍କ ଦ୍ୱାରା ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଓ ୫-ଟି ସ୍କୁଲର ସମିକ୍ଷା

116

କଟକ(ଉତ୍କଳ ନିଉଜ) ୧୭/୧୨/୨୦୧୨ : ଭଦ୍ରକ ଜିଲା ତିହିଡ଼ି ସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲର ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଓ ବିଡିଓ ବସନ୍ତ କୁମାର ସାହାଣୀ ଯୋଗ ଦେଇଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ନରେନ୍ଦ୍ର ବାରିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ, ସମ୍ମାନିତ ଅତିଥି ବ୍ଲକ ଅ୍ମକ୍ଷା ସୁଶ୍ରୀ ନାୟକ, ବିଇଓ ମଧୁସୂଦନ ସେଣ୍ଢ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ପ୍ରାକ୍ତନ ସ୍କୁଲ ପରିଚଳାନା କମିଟି ସଭାପତି ଭଗବାନ ପାଢ଼ୀ, ସମାଜସେବୀ ସଚ୍ଚିକାନ୍ତ ନାୟକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ରମଣ ଜେନା ଯୋଗ ଦେଇଥିଲେ । ଶିକ୍ଷକ ଧରଣୀଧର ବେଜ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ଧଳ, ପ୍ରଭାତ ଜେନା, କୈଳାସ ରାଉଳ, ରବିନ୍ଦ୍ର ପାତ୍ର, ଦିଲୀପ ବଳ, ସନ୍ଧ୍ୟାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ବେହେରା, ରମେଶ ନାୟକ, ହିମାନୀ ମଲିକ, ରଶ୍ମିରେଖା ସୂତାର, ଅସୀମା ସାହୁ, ଅନ୍ନପୂର୍ଣ୍ଣେଶ୍ୱରୀ ସାହୁ, ପୁଷ୍ପଲତା ସାହୁ, ବାସନ୍ତୀ ସାହୁ, ମିନାକୁମାରୀ ତ୍ରିପାଠୀ, କୃତିବାସ ଜେନା, ଗାୟତ୍ରୀଲତା ସାହୁ, ମୋନାଲିସା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ବଙ୍କିମ ନାୟକଙ୍କ ତତ୍ତ୍ୱାବଧାନରେ ଓ ପଞ୍ଚାନନ ନାୟକଙ୍କ ସହଯୋଗରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ । ସେହିପରି ବ୍ଲକରେ ନୂତନ ଭାବେ ୧୫ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିତ ସ୍କୁଲ ନିଆଯିବା ପରେ ସମିକ୍ଷା କରିଛନ୍ତି ବିଧାୟକ ଶ୍ରୀ ରାଉତରାୟ । ତନ୍ମଧ୍ୟରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ବ୍ଲକର କମାରିଆସ୍ଥିତ ଏପିଏସପିଏସ ହାଇସ୍କୁଲ, କୋହ୍ଲ ହାଇସ୍କୁଲ, ଆରସା ହାଇସ୍କୁଲ, ସୟା ହାଇସ୍କୁଲ ଓ ତିହିଡିସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପ୍ରମୁଖ ୫ଟି ହାଇସ୍କୁଲର ଶୁଭାରମ୍ଭ କରାଯିବାକୁ ନେଇ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଅଧ୍ୟକ୍ଷତାରେ ତିହିଡ଼ି ଚରସ ହାଇସ୍କୁଲ ପରିସର ମଧ୍ୟରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ସହକାରୀ ଯନ୍ତ୍ରୀ ସୁବାସ ତରେଇଙ୍କ ସମେତ ରଘୁନାଥ ପଣ୍ଡା, ସୁରେନ୍ଦ୍ର ନାୟକ, ତିଳୋତ୍ତମା ବେହେରା, ବୈକୁଣ୍ଠ ପାଣି, ନୃସିଂହ ମହାପାତ୍ର, କୀର୍ତ୍ତନ ରାଉତ, କମଳାକାନ୍ତ ଲେଙ୍କା, ସୁରେନ୍ଦ୍ର ନାୟକ, ପ୍ରବୀର ନାୟକ, ଦେବକିଶୋର ଦାସ, ନୀଳମାଧବ ସେନାପତି, ସନ୍ତୋଷ ନାୟକ, ଅନିରୁଦ୍ଧ ବାରିକ, ପୀତାମ୍ବର ସେଠୀ, ସୁରେନ୍ଦ୍ର ପ୍ରସାଦ ନାୟକ, ଜୟପ୍ରକାଶ ପାତ୍ର, ସୌମ୍ୟରଂଜନ ପରିଡ଼ା, ବିଷ୍ଣୁ ମୋହନ ନାୟକ, ଭକ୍ତବନ୍ଧୁ ପତି, ଜଗଦିଶ ପଣ୍ଡା, ରମେଶ ସାହୁ, ପ୍ରଭାତ ଜେନା, ଗୋକୁଳାନନ୍ଦ ମଳିକ, ଉତ୍ତମ ମହାପାତ୍ର,

ଉମାକାନ୍ତ ସେଠୀ ପ୍ରମୁଖ ପ୍ରଧାନ ଶିକ୍ଷକ, ଆଲୁମୁନି, ଶିକ୍ଷାକମିଟି ସଭାପତି ପ୍ରମୁଖ ଯୋଗଦେଇ ସେମାନଙ୍କ ସ୍କୁଲର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଆଲୋଚନା କରିଥିଲେ । ଏହି ୫-ଟି ରୂପାନ୍ତରିତ ସ୍କୁଲରେ ଶିକ୍ଷକ ଓ କର୍ମଚାରୀ ଅଭାବ ପୂରଣ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ତୁରନ୍ତ ୫-ଟି ସ୍କୁଲ ମାନଙ୍କର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ବିଧାୟକ ଶ୍ରୀ ରାଉତରାୟ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |