ବିଜେପି ଯୁବମୋର୍ଚ୍ଚାର ଋଣ ହୁଙ୍କାର,ଆସନ୍ତା ୯ ତାରିଖରେ ଘେରିବ ବିଧାନସଭା।

223

କଟକ(ଉତ୍କଳ ନିଉଜ)୦୫/୧୨/୨୦୨୧ : ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିଜେପି ଯୁବ ମୋର୍ଚା ଋଣ ହୁଙ୍କାର ଦେଇଛି। ଏନେଇ ସେମାନେ ଚଳିତ ମାସ ୯ ତାରିଖରେ ଓଡିଶା ବିଧାନସଭା ସମୁଖରେ ବିକ୍ଷୋଭ ପଦର୍ଶନ ସହିତ ଘେରାଓ କରିବ ବୋଲି ପ୍ରସ୍ତୁତି ଚଳାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚାର ଛାମୁଆ କାର୍ଯ୍ୟକର୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବମୋର୍ଚ୍ଚାର ଉପସଭାପତି ମାନସ ଦତ୍ତ, ରାଜ୍ୟ ଯୁବମୋର୍ଚ୍ଚାର ସଂଯୋଜଜ ସୂର୍ଯ୍ୟାବଂଶୀ ସୁରଜଙ୍କ ସହିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବହୁ ଛାମୁଆ ସଂଗଠକମାନେ ଯୋଗ ଦେଇଥିଲେ।

ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ୫ ହଜାର କର୍ମୀ କିପରି ଯୋଗ ଦେବେ ସେସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରା ଯାଇଥିଲା।ତେବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେବଳ ଭଦ୍ରକ ଜିଲ୍ଲାରୁ ୩ ହଜାର କର୍ମୀ ଯୋଗ ଦେବାର ସୂଚନା ମିଳିଛି। ଯେପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ଯୁବମୋର୍ଚ୍ଚାର ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନି ଦିଆ ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |