ସୟାରେ ଭୁଷୁଡୁଛି ବିରୋଧିଙ୍କ ଗଡ, ବଢୁଛି ଶଙ୍ଖର ଶବ୍ଦ, ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ୬୦ରୁ ଉର୍ଦ୍ଧ ପରିବାର

427

କଟକ(ଉତ୍କଳ ନିଉଜ) ୦୩/୧୧/୨୦୨୧ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ସୟା ପଞ୍ଚାୟତରେ ବିରୋଧିଙ୍କ ଗଡ ଭୁଷୁଡୁଥିବା ବିଜେଡି ଦାବି କରିଛି । ଗତ କିଛି ଦିନ ହେଲା ପର୍ଯ୍ୟାୟକ୍ରମେ ଅନ୍ୟ ଦଳଛାଡି ବିଜେଡିରେ ଯୋଗ ଦେଉଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉପସ୍ଥିତିରେ ୬୦ରୁ ଉର୍ଦ୍ଧ ପରିବାର ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି । ତିହିଡି ବଜ଼ାରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତମାନଙ୍କୁ ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଜେଡି ସରକାର ମଧୁବାବୁ ପେନସନ ଓ ହରିଶ୍ଚନ୍ଦ୍ର ଯୋଜନା ସହିତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ପ୍ରତିନିଧି ବପୁଜୀ ନାୟକଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବିଜେଡି ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମାର ନାୟକ, ସୟା ପଞ୍ଚୟତ ବରିଷ୍ଠ ବିଜେଡି ନେତା ତଥା ଶିକ୍ଷାବିତ୍ ସୁରେନ୍ଦ୍ର ପ୍ରସାଦ ନାୟକ, ସରପଞ୍ଚ ସନ୍ତୋଷ କୁମାର ନାୟକ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ମଳିକ, ଜିତେନ୍ଦ୍ର ମଲ୍ଲିକ,ଲକ୍ଷ୍ମୀଧର ମଲ୍ଲିକ , ଅଶୋକ ବିଶ୍ୱାଳ ଓ ବୃନ୍ଦାବନ ମଲିକ ପ୍ରମୁଖ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ସୟା ପଞ୍ଚାୟତ ବିଜେଡି ଦଖଲରେ ରହିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସୁନୀଲ କୁମାର ନାୟକ, ବୈଲୋଚନ ମଲ୍ଲିକ,

ପ୍ରଦୀପ ନାୟକ, ଚନ୍ଦନ କୁମାର ନାୟକ, ସୁଶାନ୍ତ ସେଠୀ, ଡମ୍ବରୁଧର ମଳିକ, ରାମଚନ୍ଦ୍ର ମଳିକ, ପଞ୍ଚାନନ ମଳିକ, କରୁଣାକର କବି, ସୌରଭ ନାୟକ, ସୁଶାନ୍ତ ମାଝୀ, ବାସୁଦେବ ମଳିକ,ଭକ୍ତହରି ନାୟକ, ପରୀକ୍ଷିତ ମାଝୀ, ମଧୁସୂଦନ ପୁହାନ, ଦୀନବନ୍ଧୁ ପୁହାନ, କମଳାକାନ୍ତ ରାଉଳ, ଭଜହରି ମଳିକ, ପର୍ଶୁରାମ ମଳିକ, ସୁବାଷ ମଳିକ, ଜମ୍ବୁନାଥ ବିଶ୍ୱାଳ, ନିରଞ୍ଜନ ଓଝା, କାର୍ତ୍ତିକ ସାହୁ, କେଦାର ଜେନା, କୈଳାଶ ପାତ୍ର, ହରେକୃଷ୍ଣ ନାୟକ, ବିଜୟ ରାଉଳ, ସୁରେନ୍ଦ୍ର ବେହେରା, ନାରଣ ମାଝୀ ପ୍ରମୁଖ ୬୦ ପରିବାରର ମୁରବୀମାନେ ଅନ୍ୟଦଳ ଛାଡି ବିଜେଡିର ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସଭାପତି ଲଳିତ ମୋହନ ନାୟକ, ଯୁବ ସଭାପତି ଅଭୟ ବିଶ୍ୱାଳ, ପ୍ରଦୀପ କୁମାର ଦାସ, ଜୀବନ ନାୟକ, ଶରତ ମଲିକ, ଶୁଭେନ୍ଦୁ ମଲ୍ଲିକ, ଜୟପ୍ରକାଶ ପାତ୍ର, ବିଶ୍ୱନାଥ ପୃଷ୍ଟି, ଦୁଷ୍ମନ୍ତ ମଳିକ, ପ୍ରଦୀପ ରାଉଳ, ପ୍ରଭାତ ମଳିକ ପ୍ରମୁଖ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଧାୟକ ଶ୍ରୀ ରାଉତରାୟଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟକରି ବିଜେଡିର ସାମିଲ ହୋଇଥବା ନବାଗତମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |