ଆଜି ବାବ୍ରି ମସଜିଦ ମାମଲାର ରାୟ

139

କଟକ (ଉତ୍କଳ ନ୍ୟୁଜ) ବହୁ ଚର୍ଚ୍ଚିତ ଅଯୋଧ୍ୟାର ବାବ୍ରି ମସଜିଦ ବିଧ୍ଵଂସୀ ମାମଲାରେ ଲଖନଉ ର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ରାୟ ପ୍ରକାଶ କରିବ | ସ୍ୱତନ୍ତ୍ର କୋର୍ଟ ର ବିଚାରପତି ଏସ. କେ . ଯାଦବ ସମସ୍ତ ଅଭିଯୁକ୍ତଙ୍କୁ ରାୟ ପ୍ରକାଶ ଦିନ କୋର୍ଟରେ ଉପସ୍ଥିତ ରହିବ ପାଇଁ ନିର୍ଦେଶ ଦେଇଛନ୍ତି | ସିବିଆଇ ର ସ୍ୱତନ୍ତ୍ର ଅଦାଲତ ୧୯୯୨ ଡ଼ିସେମ୍ବର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତି ଶୁଣାଇବେ | ଏହି ମାମଲାରେ ମୋଟ ୩୨ ଜଣ ଅଭିଯୁକ୍ତ ଅଛନ୍ତି | ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ପୂର୍ବତନ ଉପ ପ୍ରଧାନ ମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ ବିଜେପି ନେତା ମୁରଲୀ ମନହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ, ନୃତ୍ୟ ଗୋପାଳ ଦାସ, ବିନୟ କଟିୟାର, ସ୍ୱାଧୀ ରୁତମଭରା | ତେବେ ରାୟ ପ୍ରକାଶ ବେଳେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆଡ଼ଭାନୀ, ଯୋଶୀ, ଓ ଉମା ଭାରତୀ କୋର୍ଟରେ ଉପସ୍ଥିତ ରହିବେ ନାହିଁ | ସିବିଆଇ ଏହି ମାମଲାରେ ୩୩୧ ଜଣ ସାକ୍ଷ ଓ ୬୦୦ ଫରଦ ତଥ୍ୟ ଭିତ୍ତିକ ଦସ୍ତାବେଜ କୋର୍ଟ କୁ ହସ୍ତାନ୍ତର କରିଛି |