ମହିଳା ଶିଶୁ ଚାଲାଣ ରୋକିବାକୁ କଡା ଆଇନ ଗଠନ କରିବେ କେନ୍ଦ୍ର ସରକାର

151

କଟକ (ଉତ୍କଳ ନ୍ୟୁଜ) କେନ୍ଦ୍ର ସରକାର ଏବେ ମହିଳା ଓ ଶିଶୁ ମାନଙ୍କ ଚାଲାଣ ରୋକିବା ପାଇଁ ଏକ କଡା ଆଇନ ପ୍ରଣୟନ କରିବାକୁ ଉଦ୍ୟମ କରୁଛନ୍ତି | ଲରେଟସ ଆଣ୍ଡ ଲିଡ଼ର୍ସ ଫର ଚିଲଡ୍ରେନ ସମିଟନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବ ଅବସରରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମରୁତି ଇରାନୀ ଏହା କହିଛନ୍ତି | ସେ କହିଛନ୍ତି ଯେ ସରକାର ୨୦୧୮ ରେ ଏସମ୍ପର୍କିତ ଏକ ବିଲ ଆଗତ କରିଥିଲେ ଏବଂ ତାହା ଲୋକସଭାରେ ଗୃହୀତ ହୋଇଥିଲା | କିନ୍ତୁ ରାଜ୍ୟସଭାରେ ଗୃହୀତ ହେବ ପୂର୍ବରୁ ଲୋକସଭାରେ କାର୍ଯ୍ୟକାଳ ଶେଷ ହୋଇଯିବାରୁ ବିଲଟି ଅକାମି ହୋଇଯାଇଥିଲା | ତେଣୁ ସରକାର ଏବେ ଏହି ବିଲ କୁ ପୁଣି ଥରେ ଆଗତ କରିବ ପାଇଁ ପ୍ରୟାସ କରୁଛନ୍ତି | ଏଥିରେ ଏଭଳି ଅପରାଧରେ ସାମିଲ ହେଉଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିବ |