ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ରୁଷିଆ ଗସ୍ତରେ

140

କଟକ (ଉତ୍କଳ ନିଉଜ଼) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଋଷ ଗସ୍ତରେ ଯାଇଛନ୍ତି | ସେ ତାଙ୍କର ଏହି ତିନି ଦିନିଆ ଯାତ୍ରାରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ସେ ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ ର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ସମ୍ମିଳିନୀ ରେ ଯୋଗ ଦେବେ | ଏ ସମ୍ପର୍କରେ ସେ ଟୁଇଟ କରି କହିଛନ୍ତି ଯେ , ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର ୭୫ ବର୍ଷ ଉପଲକ୍ଷେ ସାଂଘାଇ ସଂଗଠନ ଓ ସିଆଇଏଏସ ସଦସ୍ୟ ମାନଙ୍କର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ମିଳିତ ବୈଠକ ରେ ଭାଗ ନେବାକୁ ଯାଉଛି | ଦ୍ୱିପାକ୍ଷିକ ସହଯୋଗ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିବା ପାଇଁ ଋଷ ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବି |