ନାଳ କଡ଼ରୁ ଉଲଗ୍ନ ମହିଳା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ।

447

ଚୌଦ୍ଵାର (, ଉତ୍କଳ ନିଉଜ୍ ) ଚୌଦ୍ଵାର ବିରୂପାରୁ ବାହାରିଥିବା ହାଇ ଲେବେଲ କେନାଲର ଡଗରାସାହି ଛକ ଗ୍ରାମ ନାଳ ରାସ୍ତା ପାର୍ଶ୍ୱରେ ଆଜି ସକାଳୁ ଜଣେ ମହିଳା ଉଲଗ୍ନ ହୋଇ ସୋଇଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ ହୋସରେ ନଥିଲେ ।କିଛି ସହୃଦୟ ସ୍ଥାନୀୟ ମହିଳା ଉକ୍ତ ମହିଳାଙ୍କୁ ଏକ ଶାଢ଼ୀ ପିନ୍ଧାଇ ଦେଇଥିଲେ ।ବହୁ ସମୟପରେ ମହିଳା ଜଣକ ଉଠି ବସିଥିଲେ । ତାଙ୍କର ପରିଚୟରେ ସେ ଗଞ୍ଜାମ ବ୍ରହ୍ମପୁର ବୋଲି କହିଥିଲେ ।ଅନ୍ୟ କୌଣସି ଉତର ନଦେଇ ଉଠି ଚାଲିଯାଇଥିଲେ ।ତାଙ୍କର ଚାଲିରୁ ସେ ଅତ୍ୟଧିକ ମଦ୍ୟପାନ କରିଥିବା ଜଣାପଡିଥିଲା ଏଠାରେ ସୂଚନାଯୋଗ୍ୟ ଯେ , ଏହି ରାସ୍ତାଟି ଅପରାଧୀ ଓ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟିଛି ।ରାସ୍ତାର ଦୁଇପଟେ ଗଛ ଗୁଡିକ ମାଡିଯାଇ ଜଙ୍ଗଲ ସଦୃଶ ସୃଷ୍ଟି ହୋଇଛି ଯାହା ଅପରାଧୀଙ୍କୁ ବେଶ ସୁହାଉଛି ।ଦ୍ୱିତୀୟତଃ ଏହି କେନାଲର ଚଉଳିଆ ପୋଲ ନିକଟରେ କିଛି ବ୍ୟକ୍ତି ହାଣ୍ଡିଆ (ଏକ ପ୍ରକାର ନିଶା ପାଣି ) କ୍ରମାଗତ ବିକି ଆସୁଛନ୍ତି , ଜାହାପାଇଁ ରାସ୍ତା ପାର୍ଶ୍ୱ ରେ ଚାଲିଛି ହାଣ୍ଡିଆ ପିଆ । ସାଧାରଣ ଲୋକ ଟିଏ ଏହି ରାସ୍ତାରେ ଯିବାକୁ ଡ଼ରୁଛନ୍ତି । ଚୌଦ୍ଵାର ଥାନା ଅଧୀନରେ ଏହି ସ୍ଥାନଟି ଯାଉଥିବାରୁ ତୁରନ୍ତ ଏହି ସ୍ଥାନରୁ ଏହି ଅନୈତିକ କାର୍ଯ୍ୟର ଶେଷ କରିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଚୌଦ୍ଵାର ଥାନାଧିକାରୀ ଙ୍କୁ ଅନୁରୋଧ କରିଛନ୍ତି ।