ମହାନଦୀ ବ୍ୟରେଜର ୩୪ ନମ୍ବର ଗେଟ ପର୍ଶ୍ୱରୁ ଯୁବକର ମୃତ ଦେହ ଉଦ୍ଧାର ।

524

କଟକ ଜିଲ୍ଲା ଜଗତପୁର ମହାନଦୀ ବ୍ୟାରେଜ ୩୪ ନମ୍ବର ଗେଟ ପାଖରେ ଏକ ମୃତ ଦେହ ଭାସୁଥିବା ଦେଖାଯାଇଥିଲା । ଜଗତପୁର ପୋଲିସ ଘଟଣା ସ୍ଥଳରର ପହଂଚି ଘଟଣାର ତଦନ୍ତ କରିଛି ।ଗତକାଲି ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜରୁ ମହାନଦୀକୁ ଡେଇଁ ଆତ୍ମହତ୍ଯା କରିଥିବା ଯୁବକ ତିଗିରିଆ ଥାନା ଅନ୍ତର୍ଗତ ଶୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ ଙ୍କ ମୃତଦେହ ବୋଲି ଜଗତପୁର ଥାନା ପକ୍ଷରୁ ପ୍ରାଥମିକ ରିପୋର୍ଟ ରୁ ଜଣାପଡିଛି ।ଜୋବ୍ରା ୩୪ ନମ୍ବର ଗେଟରୁ ଉଦ୍ଧାର ହୋଇଛି।ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା କୁ ପଠାଇଛି । କଟକରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନିଉଜ୍ ।