ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର |

11

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ମନୋଜ ମେହେର ଧର୍ମଗଡ଼ ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ମନୋଜ ମେହେର ଙ୍କ ନେତୃତ୍ବ ରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜୁନାଗଡ଼ ହନୁମାନ ମନ୍ଦିର ରୁ ଲଙ୍କେଶ୍ୱରୀ ପୀଠ କୁ ଯାଇ ଆଶୀର୍ବାଦ ନେଇଥିଲେ | ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ, ଜୁନାଗଡ ନଗର୍ ପାଲ ମୁକେଶ୍ରେ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର୍, ପୁର୍ବତନ ନଗର୍ ପାଲ୍ ସୁଧାଂଶୁ ବରାଡ଼, ଜାଗା ମହାନ୍ତି, କୁମ୍ବଲେ ପାଣିଗ୍ରାହୀ, ଅଜୟ ପାଣିଗ୍ରାହୀ, ହିମାଂଶୁ ବରାଡ଼,ସରପଞ୍ଚ ଦିବ୍ୟ ଦୀପ୍, ବିଜୟ ଦଣ୍ଡସେନା ଏବଂ ଶତାଧିକ କର୍ମୀ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ | ଶୋଭା ଯାତ୍ରା ପରେ ନାମlଙ୍କନ ପାଇଁ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ | ସେଠାରେ ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ନାମାଙ୍କନ ଦାଖଲ କରିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l