ମଙ୍ଗଳପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ୱାର୍ଡ ସଭ୍ୟ ବିଜେଡି ମିଶିଲେ |

120

କଟକ (ଉତ୍କଳ ନ୍ୟୁଜ ) ୨୩-୦୪-୨୦୨୪ ; ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ୱାର୍ଡ ସଭ୍ୟ ବିଜେଡି ମିଶିଲେ । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ବଳିଷ୍ଠ ନେତୃତ୍ୱ ଓ ବିକାଶ ଧାରା ଉପରେ ଆସ୍ଥା ପ୍ରକଟ କରି ପଞ୍ଚାୟତର କଂଗ୍ରେସ ସମର୍ଥିତ ୫ ନମ୍ବର ୱାର୍ଡ ସଭ୍ୟ ମଧୁସୂଦନ ମଳିକ ବିଜେଡିରେ ମିଶିଥିବା ଜଣାଯାଇଛି । ବାସୁଦେବପୁରସ୍ଥିତ ବିଧାୟକଙ୍କ ବାସଭବନରେ ମଧୁସୂଦନ ମଳିକଙ୍କ ସମେତ ପଞ୍ଚାୟତ ବରିଷ୍ଠ କଂଗ୍ରେସ କର୍ମୀ ଗଣେଶ ଚନ୍ଦ୍ର ପରିଡା ଦଳରେ ସାମିଲ ହୋଇଛନ୍ତି । ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଅକ୍ଷୟ ସେଠୀଙ୍କ ନେତୃତ୍ୱରେ ଉକ୍ତ କଂଗ୍ରେସ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି । ଉକ୍ତ ମିଶ୍ରଣ ପର୍ବରେ ବିଧାୟକଙ୍କ ବଡଭାଇ ଦୁର୍ଗଦତ୍ତ ରାଉତରାୟ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ବିଜେଡି ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା ଓ ବିପିନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଞ୍ଚାୟତକୁ ବିରୋଧିଶୂନ୍ୟ କରିବା ଲକ୍ଷ୍ୟରେ ସରପଞ୍ଚ ଓ ତାଙ୍କ ସ୍ୱାମୀ ଆପ୍ରାଣ ଉଦ୍ୟମ ଚଳାଇ ଆସୁଛନ୍ତି । ବିଗତ କିଛିଦିନ ହେବ ଅନ୍ୟଦଳ ଛାଡି ବିଜେଡିରେ ବହୁ କର୍ମୀ ସାମିଲ ହୋଇଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସୂଚନା ମିଳିଛି । ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମଙ୍ଗଳପୁର ପଞ୍ଚାୟତ ସମେତ ତିହିଡି ବ୍ଲକର ମୋଟ୍ ୯ ପଞ୍ଚାୟରେ ବିଜେଡିର ଭୋଟ ନିଶ୍ଚୟ ବୃଦ୍ଧି ପାଇବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ଲେଙ୍କା ଆଶା ପ୍ରକଟ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |