ରେଳଧାରଣାରୁ ଇଆରଏସ ଚାବି ଚୋରି ଅଭିଯୋଗରେ ଦୁଇ ଗିରଫ |

68

କଟକ (ଉତ୍କ ନ୍ୟୁଜ ) ୨୦-୦୪-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ଧାମରା ରେଳଧାରଣାରୁ ଇଆରଏସ ଚାବି ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ରେଳଧାରଣାକୁ ଧରି ରଖିବା ପାଇଁ ଇଆରଏସ ଚାବି ଲଗାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ଏହି ଚାବିର ବହୁତ ଗୁରୁତ୍ୱ ଥିବାବେଳେ ବହୁ ସମୟରେ ଦୁର୍ବୁତ୍ତମାନେ ଏହାକୁ ଖୋଲିନେଇ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି । କୌଣସି ସୂତ୍ରରୁ ଖବର ପାଇ ତିହିଡ଼ି ପୁଲିସ ୪୦ଟି ଇଆରଏସ ଚାବି ଜବତ କରିଛି । ଗିରଫ ହୋଇଥିବା ଯୁବକ ଦୁଇଜଣ ଅଚକ ପଞ୍ଚାୟତ ନନ୍ଦପୁର ମୁସଲିମ ସାହିର ତମିଦ ସାହାଙ୍କ ପୁଅ ମୁରାଦ୍ ଓରଫ ଅଲି ମୁରାଦ ଓ ହୋସେନ୍ ସାହାଙ୍କ ପୁଅ ଚନୁ ଓରଫ ତମିଦ ସାହା ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।