ଭଦ୍ରକ ଲୋକସଭା କଂଗ୍ରେସ ପ୍ରାର୍ଥୀ ଅନନ୍ତ ସେଠୀଙ୍କୁ ତିବ୍ର ବିରୋଧ |

28

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କୁ ଭଦ୍ରକ ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାଙ୍କର ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ୱ କୁ ତୀବ୍ର ବିରୋଧ କରିବା ସହ ପୁନଃବିଚାଚାର କରି ଭଦ୍ରକ ର ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳ ଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ କରିଛନ୍ତି । ଯଦି ଅନନ୍ତ ସେଠୀଙ୍କ ରାଜନୈତିକ ଦୃଶ୍ୟପଟ ଦେଖିବା, ୧୯୮୪ ମସିହା ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ୧୯୮୯, ୨୦୦୯ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥଲେ । ୧୯୯୬ ରୁ ୨୦୦୨ ଯାଏଁ ରାଜ୍ୟସଭା ସାଂସଦ ମନୋନୀତ ହୋଇଥିବା ବେଳେ ୨୦୦୪ ମସିହା ଭଣ୍ଡାରିପୋଖରୀ ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିଜ୍ଞତା ଏବଂ ବରିଷ୍ଠତାକୁ ନେଇ କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ୨୦୨୪ ନିର୍ବାଚନ ପାଇଁ ତାଙ୍କୁ ଭଦ୍ରକ ଜିଲ୍ଲା ଲୋକସଭା ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରାର୍ଥୀତ୍ୱକୁ ତୀବ୍ର ରବିରୋଧ କରିବା ସହ ଏକ ସାମ୍ୱାଦିକ ସମ୍ମିଳନୀରେ ପୁନଃବିଚାର କରିବା ପାଇଁ ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ଦାବୀ କରିଛନ୍ତି । ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ କରି ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସର ଉଚ୍ଚ କର୍ତୁପକ୍ଷଙ୍କ ନିକଟରେ ଦାବୀ ଜଣାଇଛୁ ବୋଲି କହିଛନ୍ତି । ତେବେ ଯଦି ପଞ୍ଚାନନ ମଣ୍ଡଳ ଙ୍କ ରାଜନୈତିକ ଦୃଶ୍ୟପଟ ଦେଖିବା, ୧୯୮୫ ମସିହାରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ ୧୯୯୭ ମସିହାରେ ସେ ସର୍ବ ପ୍ରଥମ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେବେ ସେ ୧୯୯୯ ମସିହାରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡିର ଅର୍ଜୁନ ସେଠୀଙ୍କ ନିକଟରୁ ପରାଜିତ ହୋଇଥିଲେ । ଏପରି ସ୍ଥଳେ ସେ ପୁଣିଥରେ ୨୦୨୪ରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢିବା ପାଇଁ ଲବି କରୁଥିଲେ ବୋଲି ସୂଚନା ମିଳିଛି । ଯାକୁ ନେଇ ଏବେ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ତେଣୁ ଯଦି ଏହାର ପୁନଃବିଚାର କରା ନଯାଏ ଆଗମୀ ଦିନରେ ଏହାର ଉଚିତ ଜବାବ୍ ଦିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥଲେ କଂଗ୍ରେସ ର ଅସନ୍ତୁଷ୍ଟ କର୍ମକର୍ତ୍ତା । ତେବେ ଏନେଇ ଅନନ୍ତ ସେଠୀ କୌଣସି ପ୍ରତିକ୍ରିୟା ମିଳିି ପାରିନାହିଁ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |