କମାରିଆ-ସେନ୍‌ବାଡରେ ମଧୁଗଣେଷ ପୂଜା |

48

କଟକ (ଉତ୍କଳ ନ୍ୟୁଜ ) ୧୬-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ କମାରିଆ-ସେନ୍‌ବାଡରେ ମଧୁଗଣେଷ ପୂଜାରମ୍ଭ ହୋଇଯାଇଛି । ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ମଧୁଗଣେଷଙ୍କ ଦର୍ଶନ ନିମନ୍ତେ ଶତାଧିକ ଭକ୍ତଙ୍କ ଭିଡ ଜମୁଛି । ଦୈନିକ ଭଜନ ସମାରୋହ ସହିତ ପାଲା ପରିବେଷଣ କରାଯାଉଛି । କମିଟିର ସଭାପତି ଗୟାଧର ଲେଙ୍କା, ସମ୍ପାଦକ ଅଶୋକ ଦାସ, କାଳନ୍ଦି ବାରିକ, ଚକ୍ରଧର ବାରିକ, ସନ୍ଥ ନାୟକ, ଗିରିଧାରୀ ଜେନା, ବାବାଜୀ ରାଉଳ, କୈଳାସ ଲେଙ୍କା, ସୁରେନ୍ଦ୍ର ନାୟକ, ସୁରେନ୍ଦ୍ର କରଣ, ମହେଶ୍ୱର କରଣ, ଶ୍ରୀଧର ଜେନା, ଜୀବନ ଦାସ, ବାଇଧର କରଣ, ଗୌରହରି ବାରିକ, ନାରଣ ଦାସ ଓ ବାସୁଦେବ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି । ସରପଞ୍ଚ ସୁପ୍ରଭା ପାଣି ଆମନ୍ତ୍ରିତ ଅତିଥିବା ମଧୁଗଣେଷଙ୍କ ଦର୍ଶନ କରିଥିଲେ । ୧୯୮୪ ମସିହାରେ ଏଠାରେ ପୂଜାବିଧି ଆରମ୍ଭ ହୋଇଥିଲା । ମନ୍ଦିର ସ୍ଥାନଟି ପୂର୍ବରୁ କଣ୍ଟି ବଣ ଥିଲା । ତତ୍କାଳୀନ ହୃଷିକେଶ କରଣ, ମାର୍କଣ୍ଡ ନାୟକ, ଜଗବନ୍ଧୁ ଦାସ, ନିଳମଣି ରାଉତ, କୃଷ୍ଣ ବାରିକ, ପଦ୍ମନାଭ ପାଣି, ଭଗବାନ ନାୟକ, ଅଗଣି ପରିଡା ପ୍ରମୁଖ ପୂଜାରମ୍ଭ କରିଥିଲେ । ପରେ ପୂଜା ସ୍ଥଳ ପାଇଁ ଭୂମିଦାନ ମିଳିଥିଲା ଏବଂ ମାଗଣ କରାଯାଇ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |