ପୀରହାଟରେ ପାରମ୍ପରିକ ବାସନ୍ତୀ ଦୁର୍ଗା ପୂଜା |

70

କଟକ (ଉତ୍କଳ ନ୍ୟୁଜ ) ୧୬-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବଜାରରେ ପାରମ୍ପରିକ ବାସନ୍ତୀ ଦୂର୍ଗା ପୂଜାରମ୍ଭ ହୋଇଯାଇଛି । ମନ୍ଦିର ମଧ୍ୟରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ସହ ପାଶ୍ୱର୍ରେ ସାମାଜିକ ପରିବର୍ତ୍ତନର ବାର୍ତ୍ତା ବହନ କରିଛି ବିଭିନ୍ନ ମୂର୍ତ୍ତୀ । ଆଜି ଅଷ୍ଟମୀରେ ମାନସିକ ଉପାସକ ଓ ଶ୍ରଦ୍ଧାଳୁମାନେ ଭିଡ ଜମିଥିଲା । ମା’ ମହିମା ଅପାର । ଯିଏ ଯାହା ମାଗିଛି ମା ତାଙ୍କୁ ପ୍ରଦାନ କରିଛନ୍ତି । ସ୍ୱାଧିନତାର ପରବର୍ଷ ୧୯୪୮ ମସିହାରେ ତତ୍କାଳିନ ଜମିଦାର ଏହି ସ୍ଥାନରେ ମା’ଙ୍କ ପାଇଁ ଭୂମି ଦାନ କରିଥିଲେ । ଗନ୍ଧର୍ବପୋଖରୀ ନିବାସୀ ସ୍ୱର୍ଗତ ରାଧାକୃଷ୍ଣ ଦାସଙ୍କ ନେତୃତ୍ୱରେ ସ୍ୱର୍ଗତ ମନମୋହନ ମହାନ୍ତି, ପରମାନନ୍ଦ ପାଣିଗ୍ରାହୀ, ଯଦୁନାଥ ପାଣି, ମାଗୁଣୀ ବାରିକ୍‌, ବାଞ୍ଛାନିଧି ବାରିକ୍ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଧୂଳିଆ ଘରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ସ୍ଥାପନ କରି ପୂଜାରମ୍ଭ ହୋଇଥିଲା । ୧୯୭୧ ମସିହାରେ ଧୂଳିଆ ଘର କରାଯାଇଥିଲା । ଶେଷରେ ୨୦୦୨ ମସିହାରେ ଏଠାରେ ଏକ ସ୍ଥାୟୀ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ଏକାଦଶୀ ତିଥିରେ ମା’ଙ୍କ ମୃଣୟୀ ମୂର୍ତ୍ତୀର ଭଷାଣୀ କାର୍ଯ୍ୟକ୍ରମ ଥିବା କମିଟି ପକ୍ଷରୁ ସୂଚନା ମିଳିଛି । କର୍ତ୍ତାଭାବେ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟ ପୂଜକ ଗୋବର୍ଦ୍ଧନ ମିଶ୍ରଙ୍କ ସମେତ ଗଣେଶ ଚନ୍ଦ୍ର ମିଶ୍ର, ନନ୍ଦକିଶୋର ମିଶ୍ର, ଅଚ୍ୟୁତାନନ୍ଦ ମିଶ୍ର ବିଜୟ ମିଶ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ବେଦ ପଣ୍ଡିତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ଗଣେଶ ବଳ, ସମ୍ପାଦକ ନିରଞ୍ଜନ ମହାନ୍ତି, ଉମାକାନ୍ତ ମିଶ୍ର, ବୈଲୋଚନ ନାୟକ, ସୁବାଶ ଚନ୍ଦ୍ର ନାୟକ, ହିମାଦ୍ରୀ ମିଶ୍ର, ଲକ୍ଷ୍ମୀଧର ମହାନ୍ତି, କୈଳାସ ଚନ୍ଦ୍ର ବଳ, ପୁରୋସ୍ତମ ବେହୁରିଆ, ବସନ୍ତ ବେହେରା, ଆଲୋକ ମହାନ୍ତି, ଭୀମସେନ ବଳ, ବାପି ବାରିକ, ଚନ୍ଦ୍ରମଣି ବେହେରା, ଉଗ୍ରସେନ୍ ନାୟକ ବାରିକ ପ୍ରମୁଖ ପରିଚାଳନା କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |