ସିନ୍ଦୋଳ ପଞ୍ଚାୟତ ପକ୍ଷରୁ ୨ଟି ସ୍ଥାନରେ ଖୋଲିଲା ଜଳଛତ୍ର |

114

କଟକ (ଉତ୍କଳ ନ୍ୟୁଜ ) ୧୬-୦୪-୨୦୨୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିନ୍ଦୋଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏବଂ ଆରୁହା ସ୍କୁଲ ନିକଟରେ ଏକସଂଗେ ୨ଟି ଜଳଛତ୍ର ଖୋଲାଯାଇଛି । ତୃଷାର୍ତ୍ତ ବାଟୋଇ ଓ ପଥଚାରୀମାନଙ୍କ ତୃଷ୍ଣା ମେଣ୍ଟାଇବାର ଲକ୍ଷ୍ୟନେଇ ଏହି ଜଳଛତ୍ର ଖୋଲାଯାଇଛି । ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ । ସରପଞ୍ଚ ସୁପ୍ରଭା ପାଣି ଓ ସମିତି ସଭ୍ୟ ନକୁଳ ଚରଣ ବାରିକ ଏହି ଜଳଛତ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଏବ୍ ସରପଞ୍ଚ ସୟଦ୍ ଇବ୍ରାହିମ୍‌, ୱାର୍ଡ ସଭ୍ୟ ଅରୁପାନନ୍ଦ ଦାସ, ପାକ ଜେନା, ଜଗବନ୍ଧୁ ମଳିକ, ସୟଦ୍ ଖାତୁନ୍‌ଙ୍କ ସମେତ ପ୍ରଦୀପ ଦାସ, ଅନିରୁଦ୍ଧ ବାରିକ, ସେକ୍ କାଲା, ଭାଷ୍କର ଦାସ, ଲକ୍ଷ୍ମୀଧର ଦାସ, ଶ୍ରୀଧର ଦାସ, ଉମାକାନ୍ତ ବାରିକ, ଜଗବନ୍ଧୁ ରାଉଳ, ପ୍ରଭାତ ମଳିକ, ଉମାକାନ୍ତ ନାୟକ, ମାନସ ବାରିକ, ଦେବ ଦାସ, ରାଜେନ୍ଦ୍ର ସ୍ୱାଇଁ, ଚକ୍ରଧର ସ୍ୱାଇଁ ଓ ତପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |