ତିହିଡି ବିଷୁବ ସାହିତ୍ୟ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ବିଷୁବ ମିଳନ |

76

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବିଷୁବ ସାହିତ୍ୟ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ରବିବାର ସଂଧ୍ୟାରେ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଟାଉନହଲ ଠାରେ ସାରସ୍ୱତ ସମାରୋହ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାମ୍ମୁଖ୍ୟର ସଭାପତି ଡ.ଲକ୍ଷ୍ମୀଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଓ ମୁଖ୍ୟବକ୍ତା ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ସାମ୍ମୁଖ୍ୟର ସଂପାଦକ ରଘୁନାଥ ପାତ୍ର ଓ ସାମ୍ମୁଖ୍ୟର ଉପଦେଷ୍ଟା ଶିକ୍ଷାବିତ ସୋମନାଥ ପାଢୀ ଓ ବିଭୂତିଭୂଷଣ ସେନାପତି, ଚନ୍ଦ୍ରକାନ୍ତ ମହାନ୍ତି, ନାରାୟଣ ବାରିକ ପ୍ରମୁଖ ଯୋଗ ଦେଇ ଆମ ପରମ୍ପରା, ସଂସ୍କୃତି ଓ ଅସ୍ମିତାରେ ପଣା ସଂକ୍ରାନ୍ତିର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କବି ବିପ୍ଳବ ପତି ଓ କବି କୃପା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଦୁଇ ଜଣ ପ୍ରତିଭାବାନ ବ୍ୟକ୍ତି ନିତ୍ୟାନନ୍ଦ ନାୟକ ଓ ସନ୍ନ୍ୟାସୀ ଚରଣ ବ୍ରହ୍ମଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସମସ୍ତଙ୍କ ଲାଗି ପଣା ସେବନର ବ୍ୟବସ୍ଥା କରାଯାଇଥିଲା । ମନୋଜ ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ମୁକ୍ତିକାନ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ବିଶ୍ୱଜିତ ବେହେରା ଅତିଥି ପରିଚୟ ଦେଇଥିବା ବେଳେ ଯଯାତି କେଶରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୀତାକାନ୍ତ ନାୟକ, ଅଜୟ ନାୟକ ଓ ପ୍ରଶାନ୍ତ ବଳ ପ୍ରମୁଖ ପରିଚାଳନା କରିଥିଲେ । ନୀଳମାଧବ ସେନାପତି ଓ ଅମୂଲ୍ୟ ସେନାପତି ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ ତିହିଡି ସଙ୍ଗୀତ ମହାବିଦ୍ୟାଳୟର ସୁଧାଂଶୁ ନାୟକ ଓ ସାଥୀ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ତିହିଡୁରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |